Advertisment

ରାଜ୍ୟର ୧୦ ଜିଲ୍ଲାରେ ୨୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ: ବୌଦ୍ଧରେ ସର୍ବାଧିକ, ନବରଙ୍ଗପୁରରେ ସର୍ବନିମ୍ନ

ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ୨ ଦିନରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୩୬୦ ମି.ମି. ବର୍ଷା ରେକର୍ଡ ହୋଇଛି।

ଅଦ୍ୟତନ ହୋଇଛି
Rain In Odisha

Rain In Odisha

Advertisment

ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର, ବୀରମହାରାଜପୁରରେ ୫୦୦ ମି.ମି. ଉପରେ ବର୍ଷା ହୋଇଛି। ଅସ୍ତରଙ୍ଗ ବ୍ଲକରେ ସର୍ବାଧିକ ୫୯୩ ମି.ମି., କାକଟପୁରରେ ୫୩୮ ମି.ମି. ଏବଂ ବୀରମହାରାଜପୁରରେ ୫୭୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ୬ଟି ବ୍ଲକରେ ୪୦୦ ମି.ମି. ଉପରେ ବର୍ଷା ହୋଇଛି। ୫୬ ଟି ବ୍ଲକରେ ୨୦୦ ରୁ ୩୦୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କମ୍‌ ସମୟରେ ଏତେ ପରିମାଣର ବର୍ଷା ହେଲେ ନଦୀରେ ବନ୍ୟା ନ ଆସିଲେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। କେତେକ ସ୍ଥାନ ଜଳବନ୍ଦୀ ସ୍ଥିତି ଉପୁଜି ଥିବାବେଳେ ଭୁବନେଶ୍ୱର, କଟକ, ବଲାଙ୍ଗିର, ଭଦ୍ରକ ଭଳି କିଛି ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିଥିବା ଦେଖିବାକୁ ମିଳିଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ୨୮ ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଛି। ଅଳ୍ପ କିଛି ସ୍ଥାନରେ ଘର ଭାଙ୍ଗିଛି।  ଗତକାଲି ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଆଜି ଆଉ ଜଣଙ୍କର ଜୀବନ ଯାଇଛି। ଯେଉଁଠି ପାଣି ଜମିଛି ସେଠି ଚାଷ କାର୍ଯ୍ୟରେ କ’ଣ କ୍ଷୟକ୍ଷତି ହୋଇଛି ତାହା ଉପରେ ନଜର ରଖି ରିପୋର୍ଟ ପ୍ରଦାନ କରିବାକୁ କୃଷି ବିଭାଗକୁ ନିର୍ଦେଶ ଦିଆଯାଇଛି। କିଛି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଓ ଏହାକୁ ମରାମତି କରଯାଉଛି। ଆଜି ପଶ୍ଚିମ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ।

୨ ଦିନର ବର୍ଷା ପରିମାଣ ନେଇ SRC ସୂଚନା ଦେଇ କହିଛନ୍ତି, ୨ ଦିନରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୩୬୦ ମି.ମି. ଏବଂ ଜଗତସିଂହପୁରରେ ୩୫୫ ମି.ମି. ବର୍ଷା, ସୁବର୍ଣ୍ଣପୁରରେ ୨୯୫ ମି.ମି., କଟକରେ ୨୭୫ ମି.ମି., ଯାଜପୁରରେ ୨୭୧ ମି.ମି., ଢେଙ୍କାନାଳରେ ୨୩୯ ମି.ମି., ଅନୁଗୁଳରେ ୨୨୪ ମି.ମି., ଖୋର୍ଦ୍ଧାରେ ୨୨୧ ମି.ମି., ନୟାଗଡ଼ରେ ୨୧୯ ମି.ମି. ବର୍ଷା ରେକର୍ଡ ହୋଇଛି। ନବରଙ୍ଗପୁରରେ ସର୍ବନିମ୍ନ ୧୪ ମି.ମି. ଏବଂ ଗଜପତିରେ ୩୬ ମି.ମି. ବର୍ଷା ରେକର୍ଡ କରାଯାଇଛି। 

Advertisment

ଏସ୍‌ଆର୍‌ସି ଆହୁରି କହିଛନ୍ତି, ଜଳକା ନଦୀ ବିପଦ ସଙ୍କେତ ଉପରେ ରହିଛି। ବୈତରଣୀକୁ ଆଲର୍ଟରେ ରଖାଯାଇଛି। ବ୍ରାହ୍ମଣୀ ନଦୀ ଉପରେ ମଧ୍ୟ ନଜର ରଖାଯାଇଛି। ଛତିଶଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ହୀରାକୁଦରେ ଜଳସ୍ତର ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦର କିଛି ଗେଟ୍‌ ଖୋଲିପାରେ। କଟକ ମଣ୍ଡୁଳି ଦେଇ ୫ ଲକ୍ଷ/୬ ଲକ୍ଷ କ୍ୟୁସେକ ଜଳ ପାସ୍‌ କଲେ ବନ୍ୟା ସ୍ଥିତି ଉପଜିବ ନାହିଁ। ଯଦି ଅଧିକ ଜଳ ଆସେ ତେବେ ଅଧିକ ଗେଟ୍‌ ଖୋଲା ଯିବ। କିନ୍ତୁ ମହାନଦୀରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ। ଏହାସହ ସମସ୍ତ ବିଭାଗକୁ ୨ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅନ୍ୟପକ୍ଷେ, ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Rain In Odisha Odisha Weather Update Heavy Rainfall In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ