Advertisment

Vastu Tips: ଏହି ବାସ୍ତୁଦୋଷ ଦେଇଥାଏ ସରକାରୀ ଚାକିରିରେ ଅସଫଳତା

ଯଦି ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ଗୃହ ଉପରେ ନ ରୁହେ ତେବେ ସେହି ଗୃହରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ ଗୃହରେ ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ବା ଶୁଭ ପ୍ରଭାବ ପଡ଼ିଥାଏ ସେହି ଗୃହରେ ଯଦି ବି ଅନ୍ୟ କିଛି ଛୋଟ ଛୋଟ ବାସ୍ତୁଦୋଷ ଥାଏ ତେବେ ସୂର୍ଯ୍ୟଙ୍କର ଶୁଭ ପ୍ରଭାବ ଯୋଗୁଁ ସେହି ବାସ୍ତୁଦୋଷ ନଷ୍ଟ ହୋଇଯାଇଥାଏ।

ଅଦ୍ୟତନ ହୋଇଛି
ସରକାରୀ ଚାକିରି ପାଇଁ ବାସ୍ତୁ ପ୍ରତିକାର

ସରକାରୀ ଚାକିରି ପାଇଁ ବାସ୍ତୁ ପ୍ରତିକାର

Advertisment

ଆମ ବ୍ରହ୍ମାଣ୍ଡ କହିଲେ ଆମ ସୌରମଣ୍ଡଳ ଯଥା- ସମସ୍ତ ଗ୍ରହ, ନକ୍ଷେତ୍ର ଏବଂ ପଞ୍ଚଭୂତ ଯଥା- ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ଆଦିକୁ ବୁଝିଥାଉ । ଏହି ସମସ୍ତଙ୍କ ଶକ୍ତି ପୃଥିବୀ ପୃଷ୍ଠରେ ଥିବା ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁକୁ ପ୍ରଭବାବିତ କରିଥାଏ । ଏହି ପ୍ରଭାବକୁ ଆମ ମୁନିଋଷିମାନେ ଠିକ୍ ଭାବରେ ବୁଝିପାରି ଜନହୀତ ପାଇଁ ଦୁଇଟି ଶାସ୍ତ୍ର ରଚନା କରିଥିଲେ । ପ୍ରଥମ ଶାସ୍ତ୍ର ଜୈତିଷଶାସ୍ତ୍ର ଏବଂ ଅନ୍ୟଟି ବାସ୍ତୁଶାସ୍ତ୍ର ।

Advertisment

ବାସ୍ତୁଶାସ୍ତ୍ର ହେଉଛି ଭଲ ଗୃହ ନିର୍ମାଣର ଶିକ୍ଷା । ଯେଉଁ ଗୃହ ବାସ୍ତୁଶାସ୍ତ୍ର ନିୟମରେ ନିର୍ମାଣ ହୋଇଥିବ, ସେହିଘରେ ବସବାସ କଲେ ସୁଖ ସମୃଦ୍ଧି ଲାଭ ହୋଇଥାଏ । ଆଦିମ କାଳରୁ ସୂର୍ଯ୍ୟଙ୍କୁ ଆମେ ଦେବତା ପରି ପୂଜା କରୁଛୁ । ସୂର୍ଯ୍ୟ ହେଉଛନ୍ତି ସୌରମଣ୍ଡଳର ରାଜା । ସୂର୍ଯ୍ୟ ଆମକୁ ଉତ୍ତାପ ଏବଂ ଆଲୋକ ପ୍ରଦାନ କରିଥାଏ । ସୂର୍ଯ୍ୟ ବିନା ଏ ଜୀବଜଗତ ଅସମ୍ଭବ । ଏଣୁ ଗୃହ ନିର୍ମାଣ କଲାବେଳେ ସୂର୍ଯ୍ୟଙ୍କ ଆଲୋକ ଏବଂ ଉତ୍ତାପ ଯେପରି ଗୃହ ମଧ୍ୟକୁ ଆସିବ ସେଥିପାଇଁ ଗୃହରେ ନିଶ୍ଚିତ ଭାବରେ ବ୍ୟବସ୍ଥା ଥିବା ଦରକାର ।

ସୂର୍ଯ୍ୟଙ୍କ ଚତୁଃପାଶ୍ୱର୍ରେ ଅନେକ ଗ୍ରହ ଉପଗ୍ରହ ନିରନ୍ତର ଘୁରୁଛନ୍ତି । ସୂର୍ଯ୍ୟଙ୍କ ଆଲୋକରେ ସମସ୍ତେ ଆଲୋକିତ ହୁଅନ୍ତି । ସେମାନଙ୍କ ମଧ୍ୟରୁ ପୃଥିବୀ ଗୋଟିଏ ଗ୍ରହ ଯେଉଁଠାରେ ଜୀବଜଗତର ସତ୍ତା ଅଛି । ଅନ୍ୟଗ୍ରହ ଯଥା- ବୁଧ,ଶୁକ୍ର ଆଦି ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ଥିବାରୁ ଏହି ଗ୍ରହମାନେ ଅତ୍ୟନ୍ତ ଉତ୍ତତ୍ପ । ଏଣୁ ଏହି ଗ୍ରହମାନଙ୍କରେ ଜୀବଜଗତ ସୃଷ୍ଟି ହେବା ଅସମ୍ଭବ । ବୃହଷ୍ପତି, ଶନି ଗ୍ରହମାନେ ସୂର୍ଯ୍ୟଙ୍କ ଠାରୁ ଅନେକ ଦୂରରେ ଥିବା ଯୋଗୁଁ ସେହି ଗ୍ରହରେ ପ୍ରବଳ ଥଣ୍ଡା ଦ୍ୱାରା ପ୍ରାଣୀ ଜଗତ ପାଇଁ ଠିକ୍ ନୁହେଁ । ଫଳରେ ସେଠାରେ ଜୀବଜଗତର କୌଣସି ସତ୍ତା ନାହିଁ ।

Advertisment

ସୂର୍ଯ୍ୟଙ୍କ ପ୍ରଭାବ ଗ୍ରହ ଏବଂ ଗୃହରେ ପଡ଼ିଥାଏ । ଯଦି ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ଗୃହ ଉପରେ ନ ରୁହେ ତେବେ ସେହି ଗୃହରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଯେଉଁ ଗୃହରେ ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ବା ଶୁଭ ପ୍ରଭାବ ପଡ଼ିଥାଏ ସେହି ଗୃହରେ ଯଦି ବି ଅନ୍ୟ କିଛି ଛୋଟ ଛୋଟ ବାସ୍ତୁଦୋଷ ଥାଏ ତେବେ ସୂର୍ଯ୍ୟଙ୍କର ଶୁଭ ପ୍ରଭାବ ଯୋଗୁଁ ସେହି ବାସ୍ତୁଦୋଷ ନଷ୍ଟ ହୋଇଯାଇଥାଏ । ଗୃହରେ ମୁଖ୍ୟଦ୍ୱାରା ଯେଉଁ ଦିଗ ବା କୋଣରେ ଥାଏ ସେହି ଦିଗ ବା କୋଣର ଅଧିପତି ଗ୍ରହଙ୍କ ପ୍ରଭାବ ସେହି ଗୃହରେ ଅଧିକ ପଡ଼ିଥାଏ ।

ବାସ୍ତୁଶାସ୍ତ୍ରରେ ପୂର୍ବ ଦିଗର ଅଧିପତି ଗ୍ରହ ହେଉଛନ୍ତି ସୂର୍ଯ୍ୟ । ଏଣୁ ଯେଉଁ ଗୃହର ମୁଖ୍ୟଦ୍ୱାରା ପୂର୍ବପଟରେ ଥାଏ ସେହି ଗୃହଟି ବେଶି ସୂର୍ଯ୍ୟଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ । ଯଦି ପୂର୍ବଦିଗରେ ଯଥା ସ୍ଥାନରେ ମହାଦ୍ୱାର ଥାଏ ତେବେ ସୂର୍ଯ୍ୟଙ୍କର ଶୁଭଫଳ ପ୍ରାପ୍ତ ହୋଇଥାଏ ଠିକ୍ ସେହିପରି ଯଦି ପୂର୍ବାଭିମୁଖୀ ଗୃହର ମୂଖ୍ୟଦ୍ୱାର ଠିକ୍ ସ୍ଥାନରେ ନଥାଏ, ତେବେ ସୂର୍ଯ୍ୟଙ୍କ ଅଶୁଭଫଳ ସେହି ଗୃହରେ ପଡ଼ିଥାଏ । ସୂର୍ଯ୍ୟ ଯଦି ଅଶୁଭ ଫଳ ଦିଅନ୍ତି ତେବେ ସେହି ଗୃହରେ ବସବାସ କରୁଥିବା ସମସ୍ତ ବ୍ୟକ୍ତି ପ୍ରାୟତଃ ରୋଗରେ ପିଡ଼ିତ ରୁହନ୍ତି ।

Advertisment

ଉକ୍ତ ଗୃହରେ ବସବାସ କରୁଥିବା ଲୋକମାନେ ସରକାରଙ୍କ ଠାରୁ ଶୁଭଫଳ ପାଇପାରନ୍ତି ନାହିଁ । ଅର୍ଥାତ୍ ଯଦି ସରକାରୀ ଚାକିରି କରୁଥାନ୍ତି ତେବେ ପଦୋନ୍ନତି ହେବା ବହୁତ ଡେରି ହୋଇଥାଏ ଏବଂ ଅଧିକ ପରିଶ୍ରମ କଲେ ମଧ୍ୟ ପରିଶ୍ରମର ମୂଲ୍ୟ ନ ରହିଲା ପରି ଲାଗେ ଗୋଟେପ୍ରକାର କହିବାକୁ ଗଲେ ସରକାରୀ ସାହାଯ୍ୟ ଜମା ମିଳେନାହିଁ । ଯେଉଁମାନେ ସରକାରୀ ଚାକିରୀ ପାଇଁ ଚେଷ୍ଟା କରୁଥାନ୍ତି । ସେମାନେ ଅଧିକ ବିଫଳତା ପରେ ସଫଳତା ପାଇଥାନ୍ତି କିମ୍ବା ବେଳେବେଳେ ସରକାରୀ ଚାକିରୀ ଜମା ବି ମିଳେନାହିଁ ।

ପ୍ରତିକାର- ପ୍ରତ୍ୟେକ ଦିନ ସକାଳ ୮ଟା ଭିତରେ ବିଧିବିଧାନର ସହିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ଏହି ଅର୍ଘ୍ୟ ପ୍ରଦାନ ଫଳରେ ସୂର୍ଯ୍ୟଙ୍କ ଅଶୁଭ ଫଳ କମିଯାଇ ଶୁଭଫଳ ମିଳିଥାଏ । ଏଣୁ ଗୃହ ସଦାସର୍ବଦା ବାସ୍ତୁମତରେ ନିର୍ମାଣ କଲେ ସର୍ବଦା ଶୁଭଫଳ ପ୍ରାପ୍ତ ହୋଇଥାଏ ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ