Vastu Tips: ଭୁଲ୍ ଜାଗାରେ ପାଇଖାନା ଟାଙ୍କି ନିର୍ମାଣ କରୁଛନ୍ତି କି...ଘରକୁ ଆସିବ ଏହି ଜଟିଳ ସମସ୍ୟା

କାଳକ୍ରମେ ପରିସ୍ଥିତିର ପରିବର୍ତ୍ତନକୁ  ନେଇ ଏବେ ଶୌଚାଳୟ ଗୃହ ମଧ୍ୟରେ ନିର୍ମାଣ କରାଯାଉଛି । ଏହି ଶୌଚାଳୟ ପାଇଁ ଯେଉଁ ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣ କରାଯାଉଛି, ସେହି ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣର  ବାସ୍ତୁ ନିୟମ ବିଷୟରେ ଜାଣିବା । ଯେଉଁ ନିୟମକୁ ଅବମାନନା କରି ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣ କଲେ ଗୃହକୁ ମହାବିପଦ ଆସିଥାଏ । 

ବାସ୍ତୁ ଟିପ୍ସ

ମଣିଷ ଖରା, ବର୍ଷା ଆଦି ପ୍ରାକୃତିକ ଦୁର୍ବିପାକ ଏବଂ ବାଘ, ଭାଲୁ ଆଦି ହିଂସ୍ର ଜୀବଜନ୍ତୁମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ପାହାଡ଼, ପର୍ବତରେ ଥିବା ଗୁମ୍ଫା ଓ ବଡ଼ ବଡ଼ ଗଛର କୋରଡ଼ ମଧ୍ୟରେ  ରହିବାକୁ ଲାଗିଲା । କାଳକ୍ରମେ ମଣିଷ ବୁଦ୍ଧିର ବିକାଶ  ହେବାଦ୍ୱାରା ସୁନ୍ଦର ସୁନ୍ଦର ବାସଗୃହମାନ ନିର୍ମାଣ କରି ରହିବାକୁ ଲାଗିଲା । ଏହି ବାସଗୃହର ସଠିକ୍ ନିର୍ମାଣ ପାଇଁ ଆମ  ପ୍ରାଚୀନ ମୁନିଋଷିମାନେ ବାସ୍ତଶାସ୍ତ୍ରର ରଚନା କଲେ ।

ଏହି ବାସ୍ତୁଶାସ୍ତ୍ରର ନିୟମ ମାନିବା ଦ୍ୱାରା ଗୃହସ୍ଥ ଲୋକମାନେ ସୁଖ ଶାନ୍ତିରେ  ରହିବାକୁ ଲାଗିଲେ । ଧିରେ ଧିରେ ଜନସଂଖ୍ୟ ବୃଦ୍ଧି ହେବାକୁ ଲାଗିଲା, ଫଳରେ ଜାଗା ବାଡ଼ିର ଦରଦାମ୍ ମଧ୍ୟ ବହୁଳ ମାତ୍ରାରେ ବଢ଼ିବାକୁ  ଲାଗିଲା । ଫଳରେ ସାଧାରଣ ଲୋକମାନଙ୍କ ବାସସ୍ଥାନର ଅକାର ମଧ୍ୟ ଛୋଟ ହୋଇଗଲା । ଆଗରୁ ଲୋକମାନେ ଶୌଚ ହେବା ପାଇଁ ନଦୀ, ପୋଖରୀର ବ୍ୟବହାର କରୁଥିଲେ ।

କାଳକ୍ରମେ ପରିସ୍ଥିତିର ପରିବର୍ତ୍ତନକୁ  ନେଇ ଏବେ ଶୌଚାଳୟ ଗୃହ ମଧ୍ୟରେ ନିର୍ମାଣ କରାଯାଉଛି । ଏହି ଶୌଚାଳୟ ପାଇଁ ଯେଉଁ ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣ କରାଯାଉଛି, ସେହି ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣର  ବାସ୍ତୁ ନିୟମ ବିଷୟରେ ଜାଣିବା । ଯେଉଁ ନିୟମକୁ ଅବମାନନା କରି ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣ କଲେ ଗୃହକୁ ମହାବିପଦ ଆସିଥାଏ । 

ଆମେ ଜାଣିଲେ ଜାଗାର ଅଭାବରୁ ଶୌଚାଳୟ, ସେପ୍ଟିକ ଟାଙ୍କ୍ ଆଦି ଗୃହ ମଧ୍ୟରେ ହେବାକୁ ଲାଗିଲାଣି । ସହରାଞ୍ଚଳ ଆଦିରେ ସରକାରଙ୍କ ଦ୍ୱାରା ସ୍ୱରେଜ ସୁବିଧା ଥିବା ଯାଗାରେ ଗୃହ ନିର୍ମାଣ କଲେ ଏହାକୁ ସଂଯୋଗ କରାଯାଇ ମଇଳାପାଣି ଛଡ଼ାଯାଇଥାଏ। ଫଳରେ ବଡ଼ ବଡ଼ ସେପ୍ଟିକ୍ ଟ୍ୟାଙ୍କ୍ ନ କରି ଛୋଟ ସେପ୍ଟିକ୍ ଟ୍ୟାଙ୍କ୍‌ଟିଏ କରିଦେଲେ  ହୋଇଯିବ । ବହୁତ ଜାଗାରେ ସ୍ୱରେଜର ବ୍ୟବସ୍ଥା ନାହିଁ । ତେଣୁ ବଡ଼ ବଡ଼ ସେପ୍ଟିକ୍ ଟ୍ୟାଙ୍କ୍ କରିବାକୁ ପଡ଼ୁଛି । ଏହି ପରିସ୍ଥିତିରେ ବାସ୍ତୁର ନିୟମକୁ ମାନିବା କଷ୍ଟ ହେଉଛି । ଏବେ ଜାଣିବା ସେପ୍ଟିକ୍ ଟ୍ୟାଙ୍କ୍‌ର ପ୍ରକୃତ ବାସ୍ତୁ ନିୟମ ବିଷୟରେ ।

ନିଜ ଜାଗା ଭିତରେ ସେପ୍ଟିକ୍ ଟ୍ୟାଙ୍କ୍ କରିବାକୁ ହେଲେ ସର୍ବ ପ୍ରଥମେ ଦିଗ ନିର୍ଣ୍ଣୟ କରି ନିଜ ଜାଗାର ଦିଗ ଏବଂ କୋଣକୁ ଚିହ୍ନଟ କରିଦିଅନ୍ତୁ ।

୧. ଉତ୍ତର ଦିଗରେ  ସେପ୍ଟିକ୍ ଟ୍ୟାଙ୍କ୍ କଲେ ସବୁବେଳେ ଆର୍ଥିକ ସ୍ଥିତି ଖରାପ ରୁହେ । ସରକାରୀ ଚାକିରୀ କରିଥିବା  ଲୋକଙ୍କ ପକ୍ଷରେ ହଠାତ୍ ଜଣା ପଡ଼େନାହିଁ କିନ୍ତୁ ବ୍ୟବସାୟ କିମ୍ବା ଅସ୍ଥାୟୀ ବେସରକାରୀ ସଂସ୍ଥାରେ ଚାକିରୀ କରିଥିବା ଲୋକମାନେ ବେଶି ହଇରାଣ ହୋଇଥାନ୍ତି । 

୨. ଦକ୍ଷିଣ ଦିଗରେ ସେପ୍ଟିକ୍ ଟ୍ୟାଙ୍କ୍ ମୃତ୍ୟୁତୁଲ୍ୟ କଷ୍ଟ ଦେଉଥିବା ରୋଗ ସୃଷ୍ଟି କରିଥାଏ । 

୩. ପୂର୍ବ ଦିଗରେ ସେପ୍ଟିକ୍ ଟ୍ୟାଙ୍କ କଲେ ସରକାରଙ୍କ ସହିତ ଭଲ ସମ୍ପର୍କ  ରହେନାହିଁ । ଆର୍ଥାତ୍ ସରକାରୀ  ଚାକିରୀ ମିଳିବାକୁ କଷ୍ଟ ହୋଇଥାଏ । 

୪. ପଶ୍ଚିମ ଦିଗରେ  ସେପ୍ଟିକ୍ ଟ୍ୟାଙ୍କ୍ ଥିଲେ ଧନର ଅପବ୍ୟୟ ହୋଇଥାଏ । 

୫. ଐଶାନ୍ୟ କୋଣରେ ସେପ୍ଟିକ ଟ୍ୟାଙ୍କ୍ କ୍ୟାନସର ସୃଷ୍ଟି କରିବା ସହିତ ଆର୍ଥିକ ସ୍ଥିତି ଖରାପ  କରିଥାଏ । 

୬. ଅଗ୍ନିକୋଣରେ ସେପ୍ଟିକ୍ ଟ୍ୟାଙ୍କ୍  କଲେ ଅଜଣାରୋଗ ଏବଂ ଗୃହବାସୀଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି  କରିଥାଏ । 

୭. ନୈଋତ କୋଣରେ ସେପ୍ଟିକ୍ ଟ୍ୟାଙ୍କ୍ କଲେ ଅକାଳ ମୃତ୍ୟୁ ଆସିଥାଏ ।

୮. ବାୟବ୍ୟ କୋଣରେ ସେପ୍ଟିକ୍ ଟ୍ୟାଙ୍କ୍ କଲେ ଶୁଭଫଳ ମିଳିଥାଏ କିନ୍ତୁ ଏହାର ନିୟମ  ହେଲା ଉତ୍ତର ପଟକୁ ସମାନ ୯ ଭାଗ କରି ବାୟବ୍ୟ କୋଣରୁ ଉତ୍ତର ପଟକୁ ଦୁଇଭାଗ ଛାଡ଼ି ତୃତୀୟ ଭାଗରେ ସେପ୍ଟିକ୍ ଟ୍ୟାଙ୍କ୍ କରିବେ । ନହେଲେ ପଶ୍ଚିମ ପଟକୁ ସମାନ ୯ ଭାଗ କରି ଭୋଗ କରି ବାୟବ୍ୟ କୋଣରୁ ପଶ୍ଚିମକୁ ୨ ଭାଗ ଭିତରେ ସେପ୍ଟିକ୍ ଟ୍ୟାଙ୍କ୍ କରିବେ । ସାରାଂଶରେ କହିଲେ ଉତ୍ତର-ପଶ୍ଚିମର (ବାୟବ୍ୟ କୋଣ) ପଶ୍ଚିମ ପଟରେ କିମ୍ବା ଉତ୍ତର ପଟରେ ସେପ୍ଟିକ୍ ଟ୍ୟାଙ୍କ୍ କଲେ ଶୁଭଫଳ ମିଳିଥାଏ ।