Advertisment

Vastu: ଏହି ବାସ୍ତୁଦୋଷର ସମାଧାନ ତୁରନ୍ତ କରନ୍ତୁ , ନହଲେ ମାଲିମୋକଦ୍ଦମାରେ ଛନ୍ଦି ହେବେ

ଦେଖା ଯାଇଛି ବାସ୍ତୁ ସିଦ୍ଧାନ୍ତର ନିୟମକୁ ପାଳନ କରିବାଦ୍ୱାରା ମଣିଷର ଜୀବନ ସରସ ସୁନ୍ଦର ଓ ସୁଖମୟ ହୋଇପାରିଛି । ତେବେ ଏହି ବାସ୍ତୁର ବିଭିନ୍ନ ନିୟମ ଭିତରୁ  ଆଜି ଜାଣିବା କେଉଁ ନିୟମକୁ  ଗୃହ ନିର୍ମାଣ  ସମୟରେ ଅଣଦେଖା କଲେ ବା ସେହି ସ୍ଥାନରେ ବାସ୍ତୁ ନିୟମ ଉଲଘଂନ କଲେ ସେହି ଗୃହରେ ବସବାସର କିଛି ସମୟ ପରେ ଏହି ପରି ପରିସ୍ଥିତି ସୃଷ୍ଟି ହୋଇଥାଏ  ଯାହା ଦ୍ୱାରା ସେହି ଗୃହର ଗୃହକର୍ତ୍ତା ଓ ନିବାସୀମାନେ  ବିଭିନ୍ନ ମୟରେ କୋର୍ଟ-କଚେରୀ ପରି ସମସ୍ୟା ଭିତରେ ଫସିଯାଇଥାନ୍ତି ।

ଅଦ୍ୟତନ ହୋଇଛି
ଏହି ବାସ୍ତୁଦୋଷ ଆଣିବ ମାମଲା

ଏହି ବାସ୍ତୁଦୋଷ ଆଣିବ ମାମଲା

Advertisment

ଶିକ୍ଷା, ସଭ୍ୟତାର ପୂର୍ବ କାଳରେ ଆମର ଜ୍ଞାନୀ, ଗୁଣୀ, ମୁନି, ଋଷିମାନେ  ସାଧାରଣ ମଣିଷ ମାନଙ୍କ କଲ୍ୟାଣ ପାଇଁ ଅକ୍ଲାନ୍ତ  ପରିଶ୍ରମ କରି ବାସ୍ତୁବିଜ୍ଞାନ ରଚନା କରିଥିଲେ । ସେମାନେ  ତାଙ୍କର ଅନୁଭୁତି ଓ ସାଧନା ବଳରେ ଜାଣି  ପାରିଥିଲେ ଯେ କିପରି  ମଣିଷର ନିବାସ ସ୍ଥାନଟିଏ  ମଣିଷ ଜୀବନକୁ ପ୍ରଭାବିତ କରୁଛି । ଏହି ପ୍ରଭାବ ସମ୍ପର୍କରେ ଅଧିକ  ଜ୍ଞାନ ଦେବା ପାଇଁ ବାସ୍ତୁଶାସ୍ତ୍ରର ରଚନା କରିଥିଲେ । ଏହି ବାସ୍ତୁଶାସ୍ତ୍ର ଆମର ଅନ୍ୟାନ୍ୟ ପ୍ରାଚୀନ ଶାସ୍ତ୍ର ମଧ୍ୟରୁ ମୂଖ୍ୟ ଓ ଅନ୍ୟତମ ।

Advertisment

ଦେଖା ଯାଇଛି ବାସ୍ତୁ ସିଦ୍ଧାନ୍ତର ନିୟମକୁ ପାଳନ କରିବାଦ୍ୱାରା ମଣିଷର ଜୀବନ ସରସ ସୁନ୍ଦର ଓ ସୁଖମୟ ହୋଇପାରିଛି । ତେବେ ଏହି ବାସ୍ତୁର ବିଭିନ୍ନ ନିୟମ ଭିତରୁ  ଆଜି ଜାଣିବା କେଉଁ ନିୟମକୁ  ଗୃହ ନିର୍ମାଣ  ସମୟରେ ଅଣଦେଖା କଲେ ବା ସେହି ସ୍ଥାନରେ ବାସ୍ତୁ ନିୟମ ଉଲଘଂନ କଲେ ସେହି ଗୃହରେ ବସବାସର କିଛି ସମୟ ପରେ ଏହି ପରି ପରିସ୍ଥିତି ସୃଷ୍ଟି ହୋଇଥାଏ  ଯାହା ଦ୍ୱାରା ସେହି ଗୃହର ଗୃହକର୍ତ୍ତା ଓ ନିବାସୀମାନେ  ବିଭିନ୍ନ ମୟରେ କୋର୍ଟ-କଚେରୀ ପରି ସମସ୍ୟା ଭିତରେ ଫସିଯାଇଥାନ୍ତି । 

ମଣିଷ ସବୁବେଳେ ସୁଖଶାନ୍ତିରେ ବସବାସ କରିବାକୁ ଚାହେଁ । କେହି ବି ଜାଣିଶୁଣି ଭୁଲକାମ କରେନାହିଁ କିନ୍ତୁ ବେଳେ ବେଳେ ଏହିପରି ଭୁଲକାମ ମଣିଷ ଦ୍ୱାରା ହୋଇଯାଏ ।  ମୁଁ ଏଠି ପେଶାଦାର  କ୍ରିମିନାଲ୍ ପ୍ରବୃତ୍ତିର ଲୋକମାନଙ୍କ କଥା କହୁ ନାହିଁ କି ସେ ନ ଚାହିଁ ବି ତାଙ୍କ ଦ୍ୱାରା ମର୍ଡ଼ର  କି ଚୋରୀ  ହୋଇଗଲା  ଏବଂ ସେମାନେ ପୋଲିସ୍ ହାତରେ ଧରାପଡ଼ିଗଲେ ଏବଂ କୋର୍ଟ- କଚେରୀ କେସରେ ଫସିଗଲେ । ମୁଁ ଏଠି ଏହିପରି ସାଧାରଣ ହେଲାକମାନଙ୍କ କଥା କହୁଛି ଯେଉଁମାନେ ଭୁଲ  ନକରି  ମିଥ୍ୟା ଅପବାଦ ଭିତରେ ଛନ୍ଦିହୋଇ କୋର୍ଟକର୍ଚେରୀର ଚକ୍କର କାଟୁଛନ୍ତି ।

Advertisment

ଦିନ ଆସବ ଯେ ସେମାନେ ନିର୍ଦ୍ଦୋଷରେ ଖଲାସ ହେବେ କିନ୍ତୁ  ଜୀବନରେ  ମିଥ୍ୟା କେସ୍‌ରେ ଛନ୍ଦି ହୋଇ କୋର୍ଟ-କଚେରୀ ସମସ୍ୟାରେ ବର୍ଷ ବର୍ଷ ଧରି ହୋଇଥିବା ସମୟ ନଷ୍ଟ ଏବଂ ମାନହାନୀକୁୁ ତ ଫେରେଇ ଆଣି ପାରିବେ ନାହିଁ । ଏହିପରି ଦୁଃଖ ଦୁର୍ଦ୍ଦଶା ବାସ୍ତୁଦୋଷ କାରଣରୁ ହୋଇଥାଏ । ଆସନ୍ତୁ ଜାଣିବା ଏହି ପରି ବାସ୍ତୁଦୋଷର କାରଣ ଏବଂ ନରାକରଣ ।

୧.ମଧ୍ୟାହ୍ନେ ତୁ କୃତଂ ବାସ୍ତୁ କର୍ତୁର୍ବିତ୍ତ ବିନାଶନମ୍ । ମହାନିଶାସ୍ୱପି ତଥା ସନ୍ଧ୍ୟାୟୋନୈବ କାରୟେତ୍ । । ଅର୍ଥାତ୍ ମଧ୍ୟାହ୍ନରେ, ଅର୍ଦ୍ଧରାତ୍ରରେ, ପ୍ରାତଃ ଓ ସାୟଂ ଅର୍ଥାତ୍ ସୂର୍ଯ୍ୟାଦୟ ଏବଂ ସୁର୍ଯ୍ୟାସ୍ତ ସମୟରେ ଗୃହାରମ୍ଭ ବା ମାଟି ଖୋଳା ଆରମ୍ଭ କଲେ କର୍ତ୍ତାଙ୍କର, ଧନ, ମାନ, ଯଜ, କିର୍ତ୍ତୀ ଧିରେ ଧିରେ ନଷ୍ଟ ହେବାକୁ ଲାଗେ । 

Advertisment

୨.ଗୃହର ଦକ୍ଷିଣ ଦିଗରେ କୂପ ନିର୍ମାଣ କଲେ ଏହିପରି ପିରସ୍ଥିତି ସୃଷ୍ଟି ହୋଇଥାଏ କାରଣ ଦକ୍ଷିଣ ଦିଗ ହେଉଛି ଅଗ୍ନିତତ୍ତ୍ୱ ଏବଂ ମାନ ସମ୍ମାନ ପ୍ରାପ୍ତିର ଦିଗ । ଦକ୍ଷିଣ ଦିଗ ହେଉଛି ଯମ ଦେବତା  ଏବଂ ମଙ୍ଗଳ ଗ୍ରହଦ୍ୱାରା ପ୍ରଭାବିତ୍ତ ଦିଗ। ଏହି ଦିଗରେ ବାସ୍ତୁଦୋଷ ରହିଲେ ମାନ ସମ୍ମାନ ହାନି, ମୃତ୍ୟୁତୁଲ୍ୟ ପିଡ଼ା ଏବଂ ଜମିଜମା ବିବାଦକୁ ନେଇ କୋର୍ଟ କଚେରୀ ଯିବାପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ ।  

ପ୍ରତିକାର: ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଠିକ୍ ସମୟରେ ଗୃହାରମ୍ଭ କରନ୍ତୁ ଏବଂ ଦକ୍ଷିଣ ଦିଗରେ ଜଳତତ୍ତ୍ୱ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ । 

Property Dispute Vastu Tips For Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ