Advertisment

Vastu Tips: ଯେତେ ରୋଜଗାର କଲେ ବି ଅଣ୍ଟୁନି; ଜାଣନ୍ତୁ ଘରେ ହେଉଥିବା ୬ଟି ଭୁଲ୍

ଘରେ ଛୋଟ ଛୋଟ ବାସ୍ତୁ ତ୍ରୁଟି ବହୁତ ପ୍ରଭାବ ପକାଏ। ଏହି ଭୁଲ କାରଣରୁ ଘରେ ନକାରାତ୍ମକ ଶକ୍ତି ବଢିବାରେ ଲାଗେ ଆଉ ପ୍ରଗତିରେ ବାଧା ସୃଷ୍ଟି କରେ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ନିଜ ଘରେ ଏପରି କିଛି ଭୁଲ୍ କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଆସନ୍ତୁ ସେ ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Never do these six mistakes in house It will be miserable

Never do these six mistakes in house It will be miserable

Advertisment

ଧନୀ ହେବାକୁ କିଏ ବା ନ ଚାହେଁ? କିଏ ବା ନ ଚାହେଁ ତା’ ପାଖେ ବଡ ଘର, ବଡ ଗାଡି, ଅନେକ ଟଙ୍କା, ସମାଜରେ ପ୍ରତିଷ୍ଠା ଇତ୍ୟାଦି ନ ରହୁ। ଏଥିପାଇଁ ଅନେକ କଠିନ ପରିଶ୍ରମ କରନ୍ତି। କିନ୍ତୁ ବେଳେବେଳେ ଏମିତି ହୁଏ ଯେ ପରିଶ୍ରମ ବି ବୃଥା ହୁଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଛୋଟ ଛୋଟ ବାସ୍ତୁ ତ୍ରୁଟି ଏଥିରେ ପ୍ରଭାବ ପକାଏ। ଏହି ଭୁଲ କାରଣରୁ ଘରେ ନକାରାତ୍ମକ ଶକ୍ତି ବଢିବାରେ ଲାଗେ ଆଉ ପ୍ରଗତିରେ ବାଧା ସୃଷ୍ଟି କରେ।

Advertisment
Never do these six mistakes in house It will be miserableଯେତେ ରୋଜଗାର କଲେ ବି ଅଣ୍ଟୁନି; ଜାଣନ୍ତୁ ଘରର ୬ଟି ଭୁଲ୍

ଜୀବନ ଜୀଇବା ହେଉଛି ଏକ କଳା, ଏହା ଏକ ଉପାୟ। କିନ୍ତୁ ଅନେକ ଲୋକଙ୍କର ଏ ବିଷୟରେ ଜ୍ଞାନ ନ ଥାଏ ଏବଂ ଅନେକ ଲୋକ ବାସ୍ତୁଶାସ୍ତ୍ରକୁ ହେୟଜ୍ଞାନ ମଧ୍ୟ କରନ୍ତି। ବାସ୍ତୁ କେବଳ ହିନ୍ଦୁ ଧର୍ମ ପାଇଁ ନୁହେଁ, ଏହା ଅନ୍ୟ ଧର୍ମରେ ମଧ୍ୟ ଗୁରୁତ୍ୱ ରଖେ। ବାସ୍ତୁ ଅନୁସାରେ ଅନେକ ଜିନିଷ ଲାଭ ଦିଏ ଏବଂ ଏମିତି କିଛି ଭୁଲ୍ ହୋଇଯାଏ ଯାହା ନକାରାତ୍ମକ ପ୍ରଭାବ ପକାଏ।

ତେବେ ବାସ୍ତୁର ନିଜସ୍ୱ ନିୟମ ଅଛି। ଏସବୁ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ଲାଗୁ କରାଯାଏ। ବିଶେଷକରି ଯଦି ଆପଣ ଏକ ନୂଆ ଘର କରୁଛନ୍ତି, ତେବେ ସେଠାରେ ବାସ୍ତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ବି ଘର କରିବା ସମୟରେ ଆପଣ ବାସ୍ତୁର ନିୟମ ପାଳନ ନ କରିଛନ୍ତି ତେବେ ପରେ ମଧ୍ୟ କିଛି କିଛି ଭୁଲ୍ ସଂଶୋଧନ କରି ଲାଭ ପାଇପାରିବେ।

Advertisment

ତେବେ ଘରେ ଏମିତି କିଛି ଭୁଲ୍ ପ୍ରାୟ ଅନେକ ଲୋକ ଅଜାଣତରେ କରିଦିଅନ୍ତି ଯାହା ବାସ୍ତୁ ଅନୁଯାୟୀ ଶୁଭ ନୁହେଁ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ନିଜ ଘରେ ଏପରି କିଛି ଭୁଲ୍ କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଆସନ୍ତୁ ସେ ବିଷୟରେ ଜାଣିବା।

Never do these six mistakes in house It will be miserable  ଯେତେ ରୋଜଗାର କଲେ ବି ଅଣ୍ଟୁନି; ଜାଣନ୍ତୁ ଘରର ୬ଟି ଭୁଲ୍

ଅକାମୀ ଘଣ୍ଟା:

ବାସ୍ତୁଶାସ୍ତ୍ର ଅନୁଯାୟୀ କାନ୍ଥରେ ହେଉ କି ଟେବୁଲ ଉପରେ ହେଉ ବନ୍ଦ ହୋଇଥିବା ଘଣ୍ଟା ଘରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିଥାଏ। ତେଣୁ ଘରେ କେବେବି ବନ୍ଦ କିମ୍ବା ଭଙ୍ଗା ଘଣ୍ଟା ରଖିବା ଉଚିତ ନୁହେଁ। ଯଦି ଆପଣଙ୍କର ଘଣ୍ଟା ହୋଇଯାଇଛି ତେବେ ଏହାକୁ ତୁରନ୍ତ ଠିକ୍ କରନ୍ତୁ କିମ୍ବା କାନ୍ଥରୁ କାଢି ଦିଅନ୍ତୁ।

Advertisment

ମଲା ଗଛ:

ଘରେ ମଲା ଗଛ ରଖିବା ଉଚିତ୍ ନୁହେଁ। ମଲା ଗଛ ଯୋଗୁଁ ଘରର ସୁସ୍ଥ ପରିବେଶ ଖରାପ ହେବାକୁ ଲାଗେ। ତେଣୁ, ଯଦି ଆପଣ ଜଣେ ପ୍ରକୃତି ପ୍ରେମୀ ଆଉ ଘରେ ବିଭିନ୍ନ ପ୍ରକାର ଗଛ ରଖିବାକୁ ଭଲ ପାଆନ୍ତି, ତେବେ ସେଗୁଡ଼ିକର ଭଲଭାବେ ଯତ୍ନ ନିଅନ୍ତୁ, ନିୟମିତ ପାଣି ଦିଅନ୍ତୁ।

Never do these six mistakes in house It will be miserableଯେତେ ରୋଜଗାର କଲେ ବି ଅଣ୍ଟୁନି; ଜାଣନ୍ତୁ ଘରର ୬ଟି ଭୁଲ୍

ପାଣି ନଷ୍ଟ:

ଅନେକ ସମୟରେ ଦେଖାଯାଏ ଯେ କେତେକଙ୍କ ଘରେ ଅନାବଶ୍ୟକ ଭାବେ ପାଣି ନଷ୍ଟ ହୁଏ। ଉଦାହରଣ ସ୍ୱରୂପ, ଟ୍ୟାପରୁ ଲଗାତର ଟପ୍ ଟପ୍ ପାଣି ପଡ଼ିବା, ପାଇପ୍‌ ଫାଟି ପାଣି ବୋହିବା କିମ୍ବା ଟାଙ୍କି ଓଭରଫ୍ଲୋ ହେବା। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ଅଶୁଭ ଏବଂ ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିବା ସହିତ ଅଯଥା ଅର୍ଥ ହାନି ହୁଏ।

ଘରକୁ ଅପରିଷ୍କାର:

ବାସ୍ତୁଶାସ୍ତ୍ର ଅନୁସାରେ ଘର ସବୁବେଳେ ସଫା ରହିବା ଉଚିତ। ଏହା ସୁଖ, ସମୃଦ୍ଧତା ଆଣିଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ପଡେ। ଯଦି ଘର ସଫା ସୁତୁରା ନ ରୁହେ ତେବେ ଆର୍ଥିକ କ୍ଷତି ଆସେ। ଘର ଅପରିଷ୍କାର ରହିବା କାରଣରୁ ଅନେକ ପ୍ରକାର ରୋଗ ହୁଏ ଏବଂ ଟଙ୍କା ଖର୍ଚ୍ଚ ହୁଏ।

ଅସଜଡା ଜିନିଷ:

ଘରେ ସବୁକିଛି ଯଦି ଠିକ୍ ଜାଗାରେ ସଜ୍ଜା ହୋଇ ରୁହେ ତେବେ ଏହା ମନରେ ସକାରାତ୍ମକ ପ୍ରଭାବ ପକାଏ। କିନ୍ତୁ ଘରେ ଯଦି ସବୁ ଜିନିଷ ଆଡେସାଡେ ପଡେ ତେବେ ଏହା ନକାରାତ୍ମକ ପ୍ରଭାବ ପକାଏ ଏବଂ ଅନେକ ପ୍ରକାରର କ୍ଷତି ହୋଇଥାଏ।

Never do these six mistakes in house It will be miserable  ଯେତେ ରୋଜଗାର କଲେ ବି ଅଣ୍ଟୁନି; ଜାଣନ୍ତୁ ଘରର ୬ଟି ଭୁଲ୍

ମୁଖ୍ୟ ପ୍ରବେଶ ଦ୍ୱାର ପ୍ରତି ଧ୍ୟାନ:

ସବୁବେଳେ ନିଜ ଘରର ମୁଖ୍ୟ ପ୍ରବେଶ ଦ୍ୱାର ପ୍ରତି ଧ୍ୟାନ ଦେବା ଉଚିତ। ଘରର ମୁଖ୍ୟ ପ୍ରବେଶ ଦ୍ୱାର କେବେ ବି ଅନ୍ଧାରୁଆ ହେବା ଉଚିତ ନୁହେଁ। ଏହା ଘରେ ନକାରାତ୍ମକ ଶକ୍ତିକୁ ବଢାଇ ଦିଏ। ସେହିପରି ଘରର ମୁଖ୍ୟ ଗୃହର କୌଣସି ଝରକା କିମ୍ବା କବାଟ କେବେବି ସମ୍ପୂର୍ଣ୍ଣ ଖୋଲା ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବଢେ ଏବଂ ବିବାଦ ମଧ୍ୟ ଦେଖାଦିଏ।

Vastu Tips For Home Vastu Bichar Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ