Advertisment

Vastu Tips: ଐଶାନ୍ୟ କୋଣରେ ଏହି ଦୋଷ ଥିଲେ ଆପଣ ଉପରକୁ ଉଠିପାରିବେନି, ଜାଣିନିଅନ୍ତୁ ସେଗୁଡିକ କ’ଣ ?

ଯେହେତୁ ଐଶାନ୍ୟ କୋଣ ମହାଦେବଙ୍କ ସ୍ଥାନ ଏବଂ ଏହି ସ୍ଥାନକୁ ଦେବତାଙ୍କ ଗୁରୁ ବୃହସ୍ପତିଙ୍କ ସ୍ଥାନ ମଧ୍ୟ କୁହାଯାଏ । ଏଣୁ ଏହି ସ୍ଥାନକୁ ଆମ ଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି । ଏଣୁ ଏହି ସ୍ଥାନକୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏବେ ଜାଣିବା କ’ଣ କ’ଣ ଭୁଲ୍ ହୋଇଥିଲେ ଐଶାନ୍ୟ କୋଣରେ ବାସ୍ତୁଦୋଷ ଅଛି ବୋଲି ଜାଣିବା ।

ଅଦ୍ୟତନ ହୋଇଛି
Vastu

Vastu

Advertisment

ପରମେଶ୍ୱର ଜଗତରେ ଯେତେ ପ୍ରାଣୀ ସୃଷ୍ଟି କରିଛନ୍ତି ତାହା ମଧ୍ୟରେ ମାନବ ସର୍ବଶ୍ରେଷ୍ଠ । ଗୃହପାଳିତ ପଶୁ ବ୍ୟତୀତ ଅନ୍ୟ ପ୍ରାଣୀମାନେ ରହିବା ପାଇଁ ନିଜର ବୁଦ୍ଧି ବଳରେ ନିଜର ବାସସ୍ଥାନ ନିର୍ମାଣ କରି ରହୁଛନ୍ତି । ଯେମିତି ପକ୍ଷୀମାନେ ନିଜ ପାଇଁ ବସା ବାନ୍ଧି ରହୁଛନ୍ତି । ମନୁଷ୍ୟମାନେ ନିଜର ବୁଦ୍ଧି ଓ ଜ୍ଞାନ ବଳରେ ଗୃହ ନିର୍ମାଣ କରି ରହୁଛନ୍ତି । ଏହି ଗୃହ ନିର୍ମାଣର ନିୟମ ସବୁ ବାସ୍ତୁଶାସ୍ତ୍ରରେ ଲେଖାଯାଇଛି । ବାସ୍ତୁବିଦ୍ୟା ଆମ ପ୍ରାଚୀନ ଶାସ୍ତ୍ର ବିଦ୍ୟା ଭିତରୁ ଅନ୍ୟତମ ଏବଂ ବହୁତ ଉପଯୋଗୀ ମଧ୍ୟ । ଏହା ଏକ ଗୁପ୍ତ ବିଦ୍ୟା । ଏହାର ମହାନତା ଉପରେ ତିଳେ ହେଲେ ବି ସନ୍ଦେହ ନାହିଁ । ଏହା ପ୍ରାଚୀନ କାଳରୁ ସର୍ବବ୍ୟାପି, ସ୍ୱୟଂସିଦ୍ଧ ଏବଂ ସର୍ବସ୍ୱୀକୃତ ପ୍ରାପ୍ତ । ଏହାର ମୂଳ ଜ୍ଞାନ ବେଦରୁ ହିଁ ଆସିଛି । ଆମର ମୁନିଋଷିମାନେ ବେଦ ଓ ପୁରାଣ ଶାସ୍ତ୍ରରୁ ଏହି ବିଦ୍ୟାକୁ ଆଣି ବାସ୍ତୁଶାସ୍ତ୍ର ରଚନା କରିଛନ୍ତି ।

Advertisment

ଏହି ବିଦ୍ୟା ଭିତରେ ତତ୍ତ୍ୱ ଯଥା ଅଗ୍ନି, ଜଳ, ବାୟୁ, ପୃଥିବୀ ଓ ଆକାଶ ତ୍ୱର ସମ୍ପୁର୍ଣ୍ଣ ଜ୍ଞାନ ସହିତ ଗୃହ ମଧ୍ୟରେ ଏହି ତ୍ୱର ବ୍ୟବହାର ଏବଂ ଏହି ତ୍ୱଗୁଡ଼ିକ ସନ୍ତୁଳନ ରକ୍ଷା କରିବାର ଉପାୟ ଆଦି ଦେଇଛନ୍ତି । ତା’ ସହିତ ଆତ୍ମା, ପରମାତ୍ମା, ମନୁଷ୍ୟର ଜନ୍ମ, ମୃତ୍ୟୁ, କର୍ମଫଳ, ପ୍ରାରବ୍ଧ ଆଦି ସବୁର ଜ୍ଞାନ ରହିଛି । ଏଣୁ ଏହି ଶାସ୍ତ୍ରକୁ ଆମେ ଯଦି ଠିକ୍ ଭାବରେ ବୁଝି ନିଜ ଜୀବନରେ ବ୍ୟବହାରକୁ ଆଣି ପାରିଲେ ତେବେ ଅନେକ ଶୁଭଫଳ ଆମକୁ ପ୍ରାପ୍ତ ହେବ ।

ବାସ୍ତୁଶାସ୍ତ୍ରରେ ଐଶାନ୍ୟ କୋଣ ଓ ନୈଋତ୍ୟ କୋଣର ବିଶେଷ ମହତ୍ୱ ରହିଛି । ଏହି ଦୁଇ କୋଣ ମଧ୍ୟରୁ ଐଶାନ୍ୟ କୋଣର ମହିମା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ଦୁଇ କୋଣରେ କିଛି ବି ଦୋଷତୃଟି ଥାଏ । ତେବେ ଗୃହର ଅନ୍ୟସ୍ଥାନ ଯେତେ ବାସ୍ତୁ ଅନୁକୂଳ ନିର୍ମିତ ହୋଇଥିଲେ ମଧ୍ୟ ଗୃହବାସୀଙ୍କର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ଏଥି ପାଇଁ ବାସ୍ତୁଶାସ୍ତ୍ରରେ ଐଶାନ୍ୟ କୋଣରେ ପୂଜାସ୍ଥଳ କରିବା ପାଇଁ ପରାମର୍ଶ ରହିଛି । ବାସ୍ତୁ ପୁରୁଷଙ୍କର ସ୍ଥିତିକୁ ବିଚାର କଲେ, ଐଶାନ୍ୟ କୋଣରେ ବାସ୍ତୁ ପୁରୁଷଙ୍କ ମସ୍ତକର ଅବସ୍ଥିତି ରହିଛି । ଶିବଙ୍କର ଅନେକ ନାମ ମଧ୍ୟରୁ ଏହି ସ୍ଥାନ ଶିବଙ୍କର ଇଶାନ ନାମରେ ମଧ୍ୟ ପ୍ରସିଦ୍ଧ । ଆପଣମାନେ ଶୁଣିଥିବେ ପ୍ରାୟତଃ ଗାଁ ଗହଳର ଲୋକମାନେ ମୁଏହାକୁ ଇଶାନ କୋଣ ମଧ୍ୟ କହିଥାନ୍ତି ।

Advertisment

ଯେହେତୁ ଐଶାନ୍ୟ କୋଣ ମହାଦେବଙ୍କ ସ୍ଥାନ ଏବଂ ଏହି ସ୍ଥାନକୁ ଦେବତାଙ୍କ ଗୁରୁ ବୃହସ୍ପତିଙ୍କ ସ୍ଥାନ ମଧ୍ୟ କୁହାଯାଏ । ଏଣୁ ଏହି ସ୍ଥାନକୁ ଆମ ଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି । ଏଣୁ ଏହି ସ୍ଥାନକୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏବେ ଜାଣିବା କ’ଣ କ’ଣ ଭୁଲ୍ ହୋଇଥିଲେ ଐଶାନ୍ୟ କୋଣରେ ବାସ୍ତୁଦୋଷ ଅଛି ବୋଲି ଜାଣିବା । 

୧. ଏହି ସ୍ଥାନରେ ସିଡି ଗୃହ ନିର୍ମାଣ ହୋଇଥିଲେ ଅତ୍ୟନ୍ତ ଖରାପ ପ୍ରଭାବ ଘର ଲୋକଙ୍କ ଉପରେ ପଡ଼ିଥାଏ ।

Advertisment

୨. ଏହି ସ୍ଥାନ ଗୃହର ଅନ୍ୟ ସ୍ଥାନ ଅପେକ୍ଷା ଉଚ୍ଚା ହୋଇଥିଲେ ମଧ୍ୟ ବହୁତ ଖରାପ ପ୍ରଭାବ ପଡ଼ିଥାଏ ।

୩. ଏହି ସ୍ଥାନରେ ଷ୍ଟୋର ରୁମ କରି ଅଳିଆ ଆବର୍ଜନା ଆଦି ଅବ୍ୟବହୃତ ଜିନିଷ ଆଦି ପଡ଼ି ରହୁଥିଲେ ଏହି ସ୍ଥାନରେ ଘୋର ବାସ୍ତୁଦୋଷ ସୃଷ୍ଟି ହୋଇଥାଏ ।

୪. ଏହି ସ୍ଥାନରେ ନାଲି ରଙ୍ଗ ହୋଇଥିଲେ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ।

୫. ଏହି ସ୍ଥାନରେ ରୋଷେଇ କାର୍ଯ୍ୟ ହେଉଥିଲେ ମଧ୍ୟ ଅତ୍ୟନ୍ତ ଅଶୁଭ ଫଳ ଭୋଗିବାକୁ ପଡ଼ିଥାଏ ।

୬. ଏହି ସ୍ଥାନରେ ଶୌଚାଳୟ ଥିଲେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । 

୭. ଏହି ସ୍ଥାନରେ ଅଳିଆ ଆବର୍ଜନା ଆଦି ଜମା କରୁଥିଲେ ଏହା ଗୃହବାସୀଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । 

ଏଣୁ ଆମେ ଗୃହ ନିର୍ମାଣ ସମୟରେ ଏହି ଐଶାନ୍ୟ କୋଣ ପ୍ରତି ବିଶେଷ ଧ୍ୟାନ ଦେଲେ ଗୃହ ଏବଂ ଗୃହବାସୀଙ୍କ ପାଇଁ ଶୁଭ ହେବ । ଉପରୋକ୍ତ ଦୋଷ ତୃଟିକୁ କେବେ ବି ଐଶାନ୍ୟ କୋଣରେ କରିବେ ନାହିଁ । ଯଦି ଐଶାନ୍ୟ କୋଣରେ ଏହିପରି ଦୋଷଯୁକ୍ତ ନିର୍ମାଣ କରିଥାନ୍ତି, ତେବେ ବାସ୍ତୁବିତ୍‌ଙ୍କର ପରାମର୍ଶ ନେଇ ଉପଚାର କରାଇ ନେବା ଦରକାର ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କେଉଁ ଦିଗରେ ଅଛି ଜୋତାଷ୍ଟାଣ୍ଡ? ଏହା ଆପଣଙ୍କର ଓ ଆପଣଙ୍କ ପରିବାରର କ୍ଷତି କରୁନାହିଁ ତ?

Vastu Tips For Home Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ