Vastu Tips: ଏମିତି ସ୍ଥାନରେ ଗୃହ ନିର୍ମାଣ କରୁଛନ୍ତି କି...ହୋଇଯିବେ ଦରିଦ୍ର

ବାସ୍ତୁ ଶାସ୍ତ୍ରରେ ବାସସ୍ଥାନର ଏକ ପ୍ରମୁଖ ଭୂମିକା ରହିଛି। ଯଦି ବାସସ୍ଥାନ ବାସ୍ତୁଶାସ୍ତ୍ର ମତରେ ହୋଇ ନ ଥାଏ ତେବେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ବାସ୍ତୁ ଦୋଷହେଲେ ଗୃହବାସୀମାନେ ସବୁବେଳେ ଦୁଃଖ କଷ୍ଟରେ ରହିଥାନ୍ତି ଏବଂ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ କଷ୍ଟ ମଧ୍ୟ ପାଇଥାନ୍ତି।

କେଉଁ ଭୂମିରେ କରିବେ ଗୃହ ନିର୍ମାଣ

ମନୁଷ୍ୟ ପ୍ରକୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ । ପ୍ରକୃତିରେ ହେଉଥିବା ସମସ୍ତ ପରିବର୍ତ୍ତନର ପ୍ରଭାବ ମଣିଷ ଉପରେ ପଡିଥାଏ । ସୂର୍ଯ୍ୟ, ଚନ୍ଦ୍ର ଏବଂ ଅନ୍ୟାନ୍ୟ ଗ୍ରହ ମାନଙ୍କର ପ୍ରଭାବ ମନୁଷ୍ୟ ଶରୀରକୁ ଅନେକାଂଶରେ ପ୍ରଭାବିତ କରିଥାଏ । ଯେହେତୁ ପ୍ରକୃତି ଏବଂ ମନୁଷ୍ୟ ପଞ୍ଚତତ୍ୱରେ ଗଢା ଏଣୁ ପ୍ରକୃତିଦ୍ୱାର ମନୁଷ୍ୟ ପ୍ରଭାବିତ ହେବା ସ୍ୱଭାବିକ । ମୁଖ୍ୟ କଥା ହେଉଛି ମଣିଷ ବଞ୍ଚିରହିବାକୁ ହେଲେ ତା’ପାଇଁ ତିନୋଟି ମୈାଳିକ ପଦାର୍ଥର ଆବଶ୍ୟକତା ରହିଛି ତାହା ହେଲା ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ । ଏଣୁ ବାସ୍ତୁ ଶାସ୍ତ୍ରରେ ବାସସ୍ଥାନର ଏକ ପ୍ରମୁଖ ଭୂମିକା ରହିଛି । ଏଣୁ ଯଦି ବାସସ୍ଥାନ ବାସ୍ତୁଶାସ୍ତ୍ରମତ୍ତରେ ହୋଇ ନ ଥାଏ ତେବେ ବାସ୍ତୁଦୋଷ ଉତ୍ପନ୍ନ ହୋଇ ଥାଏ । ବାସ୍ତୁ ଦୋଷହେଲେ ଗୃହବାସୀ ମାନେ ସବୁବେଳେ ଦୁଃଖ କଷ୍ଟରେ ରହିଥାନ୍ତି ଏବଂ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ କଷ୍ଟ ମଧ୍ୟ ପାଇଥାନ୍ତିି ।

ଦକ୍ଷିଣ ଭାରତରେ ବାସ୍ତୁଶାସ୍ତ୍ରର ପ୍ରଚଳନ ଅଧିକ । ଏହି କାରଣରୁ ଦକ୍ଷିଣ ଭାରତର ମନୁଷ୍ୟମାନେ ଅଧିକ ସମ୍ପନ୍ନଶୀଳ । ଯେହେତୁ ଦକ୍ଷିଣ ଭାରତରେ ବାସ୍ତୁଶାସ୍ତ୍ରର ଲୋକପ୍ରିୟତା ବେଶୀ ଏବଂ ଏହାର ବ୍ୟବହାରରେ ସେମାନେ ଅଧିକ ସମ୍ପନ୍ନଶୀଳ ଏଣୁ ଏହି ବାସ୍ତୁଶାସ୍ତ୍ରକୁ ଏବେ ଭାରତର ଅନ୍ୟାନ୍ୟ ରାଜ୍ୟ ଏବଂ ଭାରତ ବାହାରେ ଅନ୍ୟାନ୍ୟ ଦେଶରେ ମଧ୍ୟ ବ୍ୟବହାର କରାଗଲାଣି । ଗୋଟେ ଗୃହରେ ଯେଉଦିନଠାରୁ ବସବାସ କରାଯାଏ ସେବେଠାରୁ ବାସ୍ତୁର ଶୁଭହେଉ ବା ଅଶୁଭ ହେଉ ପ୍ରଭାବ ପଡିବା ଆରମ୍ଭ ହୋଇ ଯାଇଥାଏ । ପ୍ରାୟ ତିନିବର୍ଷ ସେହି ଘରେ ରହିଲା ପରେ ସେହି ବାସ୍ତୁର ସମ୍ପୁର୍ଣ୍ଣ ପ୍ରଭାବ ସେହି ଘରେ ରହୁଥିବା ମଣିଷ ମାନଙ୍କ ଉପରେ ପଡିଥାଏ । ବାସ୍ତୁ ଶୁଭହୋଇଥିଲେ ଅତ୍ୟନ୍ତ ଶୁଭଫଳ ଗୃହବାସୀଙ୍କୁ ମିଳିଥାଏ ଏବଂ ବାସ୍ତୁଦୋଷ ଥିଲେ ଏହାର ସମ୍ପୁର୍ଣ୍ଣ ଅଶୁଭ ପ୍ରଭାବ ଗୃହବାସୀଙ୍କୁ ମିଳିଥାଏ । ଏହି ଅଶୁଭ ସ୍ଥାନରେ ଗୃହ ନିର୍ମାଣ କଲେ ଗୃହବାସୀ ଧନଶାଳୀ ହୋଇଥିଲେ ମଧ୍ୟ ଧିରେ ଧିରେ ଦରିଦ୍ର ହୋଇଯାନ୍ତି । ଏଣୁ ଆସନ୍ତୁ ଜାଣିବା ଏହାର ମୁଖ୍ୟ କାରଣ ସମ୍ପର୍କରେ ।

ସନ୍ତ ସନ୍ତିଆ ଭୂମିରେ ଗୃହ ନିର୍ମାଣ କଲେ ଅତ୍ୟନ୍ତ ଅଶୁଭ ଫଳ ଭୋଗିବାକୁ ପଡିଥାଏ । ଯଦି ଏହିପରି ସ୍ଥାନଥାଏ ଏବଂ ସେହି ସ୍ଥାନରେ ଘର କରିବାକୁ ବାଧ୍ୟ ହୁଅନ୍ତି ତେବେ ଭୂମିକୁ ଶୁଦ୍ଧକରି ଏହାର ଉଚିତ୍ ପ୍ରତିକାର କରି ଗୃହ ନିର୍ମାଣ କରିବେ ।

ଯେଉଁସ୍ଥାନରେ କୈାଣସି ଘାସ କିମ୍ବା ଗଛଲତା ଉଠୁନଥାଏ ସେହି ସ୍ଥାନରେ ଗୃହନିର୍ମାଣ କରିବା ଉଚିତ୍ ନୁହେଁ । ଯଦି ଏହିପରି ସ୍ଥାନରେ ଗୃହ ନିର୍ମାଣ କରିବାକୁ ବାଧ୍ୟହୁଅନ୍ତି ତେବେ ସେହିସ୍ଥାନର ମାଟିକୁ ଛଅଫୁଟ ଗଭୀର ଖୋଳି ବାହାରକୁ ପକାଇଦେବେ ଏବଂ ଉକ୍ତ ସ୍ଥାନକୁ ଶୁଭ ମାଟିଦ୍ୱାରା ପୂର୍ଣ୍ଣକରି ତାପରେ ଭୂମିଶୋଧନ କରି ଗୃହ ନିର୍ମାଣ କରିବେ ।

ଯେଉଁ ଭୂମିଉପରେ ସର୍ପ ଏବଂ ହିଂସ୍ର ଜନ୍ତୁ ମାନଙ୍କର ଉପଦ୍ରବ ହେଉଥାଏ ସେହି ସ୍ଥାନରେ ଗୃହ ନିର୍ମାଣ କରି ରହିବା ମଧ୍ୟ ଅଶୁଭ ହୋଇଥାଏ ।

ଏଣୁ ଏହିପରି ଅଶୁଭ ଭୂମିଉପରେ ଗୃହ ନିର୍ମା କରି ବସବାସ କଲେ ଅନେକ ପ୍ରକାର କଷ୍ଟ ଭୋଗିବା ସହିତ ଆର୍ଥିକ ସ୍ଥିତି ଧିରେଧିରେ ଖରାପ ହେବାକୁ ଲାଗିଥାଏ । ଏଣୁ ଏହିପରି ସ୍ଥାନକୁ ବାସ୍ତୁବିତ୍‌ଙ୍କ ପରାମର୍ଶକ୍ରମେ ବାସ୍ତୁଶୋଧନ କରି ଗୃହ ନିର୍ମାଣ କଲେ ଶୁଭଫଳ ମିଳି ଥାଏ ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)