ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? କ’ଣ କହିଲେ ସରକାର...

ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? ଏବେ ଏମିତି ଆଶଙ୍କାକୁ ନେଇ ଚିନ୍ତାରେ ଭାରତୀୟ ହ୍ୱାଟ୍ସଆପ୍ ୟୁଜର୍ସ ।

WhatsApp

ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? ଏବେ ଏମିତି ଆଶଙ୍କାକୁ ନେଇ ଚିନ୍ତାରେ ଭାରତୀୟ ହ୍ୱାଟ୍ସଆପ୍ ୟୁଜର୍ସ । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟସଭାରେ ରଖିଥିବା ଉତ୍ତର ପରେ ବଢ଼ିଲା ଚର୍ଚ୍ଚା । ଭାରତ ସରକାରଙ୍କ ନୂଆ IT ନିୟମକୁ ନେଇ ଅସହମତି ପ୍ରକାଶ କରିବା ସହ ଆପତ୍ତି ଉଠାଇସାରିଛି ହ୍ୱାଟ୍ସଆପ୍ । ଏମିତି କି କୋର୍ଟର ଦ୍ୱାରସ୍ଥ ହେବା ସହ ସେବା ବନ୍ଦ କରିବାକୁ ମଧ୍ୟ କୁହାଯାଇଛି । ନୂଆ ନିୟମ ଏଣ୍ଡ୍ ଟୁ ଏଣ୍ଡ୍ ଏନକ୍ରିପସନକୁ ଭଙ୍ଗ କରିବା ନେଇ ସ୍ପଷ୍ଟ କରିସାରିଛି କମ୍ପାନୀ ।

ଅଧିକ ପଢନ୍ତୁ : ଏହି ୩୫ଟି ସ୍ମାର୍ଟଫୋନ୍‌ରେ କାମ କରିବନି ହ୍ୱାଟ୍ସଆପ୍; ତାଲିକାରେ ଅଛି କି ଆପଣଙ୍କ ମୋବାଇଲ୍ ନାଁ ?

ହ୍ୱାଟ୍ସଆପ୍ ଓ ଏହାର ମୂଳ କମ୍ପାନୀ ମେଟା, ଦେଶରେ ସେବା ବନ୍ଦ କରିବାକୁ ଯାଉଥିବା ନେଇ ଭାରତ ସରକାରଙ୍କୁ କୌଣସି ସୂଚନା ଦେଇନଥିବା କହିଛନ୍ତି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ରାଜ୍ୟସଭାରେ କଂଗ୍ରେସ ସାଂସଦ ବିବେକ ଟନଖାଙ୍କ ପ୍ରଶ୍ନ କରିଥିଲେ ଯେ, ୟୁଜର୍ସଙ୍କ ତଥ୍ୟ ସେୟାର କରିବାକୁ ସରକାରଙ୍କ ନିର୍ଦ୍ଦେଶନାମା ପରେ ଭାରତରେ ହ୍ୱାଟ୍ସଆପ୍ ତାର ସେବା ବନ୍ଦ କରିବାକୁ ଯୋଜନା କରୁଛି କି ?  ନୂଆ IT ନିୟମକୁ ନେଇ ହ୍ୱାଟ୍ସଆପ୍ ପ୍ରଶ୍ନ ଉଠାଇବା ପରେ ଏହି ପ୍ରଶ୍ନ ଉଠିଥିଲା।

 

କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଏହା ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନକୁ ଭଙ୍ଗ କରିପାରେ । ଚଳିତ ବର୍ଷ ହ୍ୱାଟ୍ସଆପ ଦିଲ୍ଲୀ ହାଇକୋର୍ଟକୁ ଜଣାଇ ସାରିଛି ଯେ, ମେସେଜ ସମୟରେ ଯଦି ଏନକ୍ରିପସନକୁ ଉଲଂଘନ କରିବାକୁ ବାଧ୍ୟ କରାଯାଏ, କମ୍ପାନୀ ହୁଏତ ଭାରତରେ ସେବା ବନ୍ଦ କରିପାରେ । ହ୍ୱାଟ୍ସଆପ୍ ର ଓକିଲ  ତେଜସ କାରିଆ କହିଛନ୍ତି, ଏନକ୍ରିପସନ ଭଙ୍ଗ ହେଲେ ୟୁଜର୍ସଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେବାସହ ବିଶ୍ୱାସ ଉପରେ ପ୍ରଶ୍ନ ଉଠି ପାରେ । ହ୍ୱାଟ୍ସଆପ୍ ଓ ମେଟା ରାଇଟ୍ ଟୁ ପ୍ରାଇଭେସି ଉଲଂଘନ ହେଉଥିବା ଦର୍ଶାଇ ସଂଶୋଧିତ ITନିୟମକୁ ଚ୍ୟାଲେଞ୍ଜ କରିଥିଲେ । 

ସଂସଦରେ ରଖିଥିବା ଉତ୍ତରରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ, ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା, ସୁରକ୍ଷା ଓ ସାର୍ବଜନିକ ବ୍ୟବସ୍ଥାର ରକ୍ଷା ପାଇଁ ସରକାର ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ର ଧାରା 69A ଅନୁଯାୟୀ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ : ସାବଧାନ !! ପାକିସ୍ତାନରୁ ଆସୁଛି +92 ନମ୍ବରରୁ ହ୍ୱାଟ୍ସଆପ୍‌ କଲ୍