Advertisment

Technology: ସ୍ମାର୍ଟଫୋନ୍‌ରେ ପାଣି ପଶିଗଲେ ଘରେ କରନ୍ତୁ ଠିକ୍; ଜାଣନ୍ତୁ ଟିପ୍ସ

ଅନେକ ଥର ଏମିତି ମଧ୍ୟ ହୁଏ ଯେ ଫୋନ୍ ହଠାତ୍ ପାଣିରେ ପଡିଯାଏ। ଏପରି ପରିସ୍ଥିତିରେ ସାଧାରଣତଃ ଲୋକମାନେ ଫୋନକୁ ଚାଉଳ ଭିତରେ ରଖିଦିଅନ୍ତି, କିନ୍ତୁ ଅଜାଣତରେ ଏହା କରି ଆପଣ ଏକ ବଡ ଭୁଲ କରନ୍ତି। ତେବେ ଆସନ୍ତୁ ଜାଣିବା ଯଦି ସ୍ମାର୍ଟଫୋନ୍ ବର୍ଷାରେ ଓଦା ହୋଇଯାଏ ତେବେ କ’ଣ କରିବା ଉଚିତ୍…

ଅଦ୍ୟତନ ହୋଇଛି
Technology How to fix your water damaged phone

Technology How to fix your water damaged phone

Advertisment

ବର୍ଷାଋତୁ ଚାଲିଛି। ଦେଶର ପ୍ରତ୍ୟେକ ସ୍ଥାନରେ ଲଗାତାର ବର୍ଷା ମଧ୍ୟ ହେଉଛି। ଯେତେ ବର୍ଷା ହେଲେ ମଧ୍ୟ ବାହାରକୁ ଯିବାକୁ ପଡିବ ଆଉ କାମ ଧନ୍ଦା କରିବାକୁ ହେବ। ଏଥିପାଇଁ ଲୋକମାନେ କାମ ପାଇଁ ନିଜ ଘରୁ ବାହାରକୁ ଯାଉଛନ୍ତି। ବେଳେବେଳେ ଏମିତି ମଧ୍ୟ ହୁଏ ଯେ ପାଗ ସଫା ଥିବ, ଆପଣ ଘରୁ ବାହାରି ଯାଇଥିବେ, କିନ୍ତୁ ହଠାତ ବର୍ଷା ହେବ ଆଉ ଆପଣ ପୂରା ଓଦା ହୋଇଯିବେ। ଖାଲି ଆପଣ ନୁହେଁ, ଏହା ସହିତ ଆପଣଙ୍କ ଫୋନ୍ ମଧ୍ୟ ଓଦା ହୋଇଯାଇଥିବ।

Advertisment

ଅନେକ ଥର ଏମିତି ମଧ୍ୟ ହୁଏ ଯେ ଫୋନ୍ ହଠାତ୍ ପାଣିରେ ପଡିଯାଏ। ଏପରି ପରିସ୍ଥିତିରେ ସାଧାରଣତଃ ଲୋକମାନେ ଫୋନକୁ ଚାଉଳ ଭିତରେ ରଖିଦିଅନ୍ତି, କିନ୍ତୁ ଅଜାଣତରେ ଏହା କରି ଆପଣ ଏକ ବଡ ଭୁଲ କରନ୍ତି। ତେବେ ଆସନ୍ତୁ ଜାଣିବା ଯଦି ସ୍ମାର୍ଟଫୋନ୍ ବର୍ଷାରେ ଓଦା ହୋଇଯାଏ ତେବେ କ’ଣ କରିବା ଏବଂ କ’ଣ ନ କରିବା ଉଚିତ୍…

ତୁରନ୍ତ ଅଫ୍ କରନ୍ତୁ:

How to fix your water damaged phoneଯଦି ଫୋନ୍ ଓଦା ହୋଇଯାଏ ତୁରନ୍ତ ଅଫ୍ କରନ୍ତୁ

ଯଦି ଫୋନ୍ ଓଦା ହୋଇଯାଏ କିମ୍ବା ପାଣିରେ ପଡିଯାଏ, ତେବେ ପ୍ରଥମେ ଏହା କରିବାକୁ ହେବ ଯେ ଯଦି ଫୋନ୍ ଅନ୍ ଅଛି ତେବେ ଏହାକୁ ବନ୍ଦ କରନ୍ତୁ ଏବଂ କୌଣସି ବି ବଟନ୍ ଦବାଇବାକୁ କିମ୍ବା ଫୋନ୍ ଅନ୍ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଦ୍ୱାରା ଫୋନରେ ସର୍ଟ ସର୍କିଟ୍‌ର କୌଣସି ବିପଦ ରହିବ ନାହିଁ।

Advertisment

ସିମ୍ କାର୍ଡ ଏବଂ ମେମୋରୀ କାର୍ଡ କାଢିଦିଅନ୍ତୁ:

How to fix your water damaged phoneତୁରନ୍ତ ସିମ୍ କାର୍ଡ ଏବଂ ମେମୋରୀ କାର୍ଡ କାଢିଦିଅନ୍ତୁ

ଯଦି ଆପଣଙ୍କ ପାଖରେ କୌଣସି ପୁରୁଣା ଫୋନ୍ ଅଛି ଯାହାର ବ୍ୟାଟେରୀ କାଢିବାରସ୍ ସୁବିଧା ଅଛି, ତେବେ ଫୋନର ବ୍ୟାଟେରୀ, ମେମୋରୀ କାର୍ଡ ଏବଂ ସିମ୍ କାର୍ଡକୁ ଧୀରେ ଧୀରେ ବାହାର କରନ୍ତୁ। ଯଦି ଫୋନରେ କୌଣସି ନନ୍-ରିମୁଭେବୁଲ୍ ବ୍ୟାଟେରୀ ଥାଏ ତେବେ ସର୍ଟ ସର୍କିଟ୍ ହେବାର ଆଶଙ୍କା ରହିବ। ବର୍ତ୍ତମାନ ଫୋନ୍‌କୁ ଏକ ଫ୍ୟାନ୍ ତଳେ କିମ୍ବା ହେୟାର ଡ୍ରାୟର୍ (ବ୍ଲୋୟର) ରେ ଶୁଖାନ୍ତୁ। ଫୋନ୍‌ରେ ଦେଖାଯାଉଥିବା ପାଣିକୁ ଏକ ସଫା କପଡା କିମ୍ବା ପେପର୍ ନାପକିନ୍‌ରେ ଭଲଭାବେ ପୋଛନ୍ତୁ।

ଫୋନ୍‌କୁ ସିଧାକରି ରଖନ୍ତୁ:

How to fix your water damaged phone ଚାର୍ଜିଂ ପୋର୍ଟକୁ ତଳମୁହାଁ କରି ରଖନ୍ତୁ

କିଛି ଦିନ ପୂର୍ବରୁ, ଆପଲ୍ କହିଛି ଯେ ଯଦି ଆପଣଙ୍କର ଆଇଫୋନ୍ ଭିତରକୁ ପାଣି ଚାଲିଆସେ, ତେବେ ଚାର୍ଜିଂ ପୋର୍ଟକୁ ତଳମୁହାଁ କରି ରଖନ୍ତୁ ଯଥା ଫୋନ୍‌କୁ ସିଧା ରଖନ୍ତୁ। ଏହା ପରେ, ଫୋନକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ପବନ ଭଲ ଭାବରେ ବାଜିପାରିବ ଏବଂ ପ୍ରାୟ ୩୦ ମିନିଟ୍ ପରେ ଫୋନ୍ ଚାର୍ଜ କରନ୍ତୁ। ପ୍ରାୟ ୨୪ ଘଣ୍ଟା ପରେ ଫୋନରୁ ପାଣି ବାହାରିଯିବ। ଯଦି ଫୋନରେ ପାଣି ରହିଯାଏ, ଉପଭୋକ୍ତାମାନେ ଏକ ଲିକ୍ୟୁଡ୍ ଡିଟେକ୍ସନ ଆଲର୍ଟ ମଧ୍ୟ ପାଇବେ।

Advertisment

ସେବା କେନ୍ଦ୍ରକୁ ଯାଆନ୍ତୁ:

How to fix your water damaged phoneମସ୍ତ ପ୍ରୟାସ ପରେ ଯଦି ଫୋନ୍ ଠିକ ନ ହୁଏ, ତେବେ ସର୍ଭିସ୍ ସେଣ୍ଟର୍‌କୁ ଯିବା ଉଚିତ

ଯଦି ସମସ୍ତ ପ୍ରୟାସ ପରେ ମଧ୍ୟ ଫୋନ୍ ଠିକ ନ ହୁଏ, ତେବେ ଡେରି ନ କରି ତୁରନ୍ତୁ କୌଣସି ଏକ ସର୍ଭିସ୍ ସେଣ୍ଟର୍‌କୁ ଯିବା ଉଚିତ, କାରଣ ବେଳେବେଳେ ସମସ୍ତ ବ୍ୟବସ୍ଥା ପରେ ମଧ୍ୟ ସର୍ଟ ସର୍କିଟ ହୋଇଯାଏ।

Smartphones Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ