ସାବଧାନ ! ସିମ୍‌ କାର୍ଡରେ ଫ୍ରଡ୍‌ ରୋକିବାକୁ KYCରେ ଆସୁଛି ବଡ଼ ପରିବର୍ତ୍ତନ

ଯଦି କେହି ସିମ୍‌ ଅପବ୍ୟବହାର କରି ଧରାପଡ଼ନ୍ତି, ତାଙ୍କୁ ଜୋରିମାନା ସହ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିପାରେ।

Soon digital KYC verification for SIM cards

ଫ୍ରଡ୍‌ ସିମ୍‌କୁ ରୋକିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ସିମ୍‌ କାର୍ଡ, ଠକେଇକୁ ରୋକିବା ପାଇଁ ଏହି ଯୋଜନା କରୁଛି ଟେଲି କମ୍ୟୁନିକେସନ୍‌ ବିଭାଗ ଫେକ୍‌। ସିମ୍‌ କାର୍ଡରେ ଫ୍ରଡ୍‌ ରୋକିବାକୁ KYCରେ ଆସୁଛି ବଡ଼ ପରିବର୍ତ୍ତନ। KYC ଡିଜିଟାଲ ହେବା ଦ୍ୱାରା ସିମ୍‌ କାର୍ଡର ଆଉ ଜାଲିଆତି ହୋଇପାରିବେ ନାହିଁ କି ଗ୍ରାହକ ଫେକ୍‌ ଡକ୍ୟୁମେଣ୍ଟ ଦେଇ ସିମ୍‌ କିଣିପାରିବେ ନାହିଁ। କାହିଁକିନା ଗ୍ରାହକଙ୍କ ସିମ୍‌ ଓ ଡକ୍ୟୁମେଣ୍ଟ ଡିଜିଟାଲ ଭେରିଫାଏ ହେବ। ତେବେ ଯଦି କେହି ସିମ୍‌ ଅପବ୍ୟବହାର କରି ଧରାପଡ଼ନ୍ତି, ତାଙ୍କୁ ଜୋରିମାନା ସହ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ।   

କେୱାଇସିର ନୂଆ ନିୟମ ଆଗାମୀ ୬ ମାସ ମଧ୍ୟରେ  ଟେଲି କମ୍ୟୁନିକେସନ୍‌ ବିଭାଗର Artificial Intelligence and Digital Intelligence Unit (AI & DIU) ଶାଖା ଦ୍ୱାରା ପ୍ରକାଶ କରାଯିବ। ଏହାର ନୂଆ ନିୟମ ଅନୁସାରେ ଗୋଟିଏ ଆଇଡିରେ ୯ଟି ସିମ୍‌ କିଣିହେବନି, ମାତ୍ର ୫ଟି ସିମ୍‌ କିଣିପାରିବେ। ତାହାବି ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଭେରିଫାଏ ହେବ।

 କେବଳ ସେତିକି ନୁହେଁ ଆଗାମୀ ୨ ମାସରେ Telecom Analytics for Fraud management and Consumer Protection (TAF-COP) portal pan-India ଲଞ୍ଚ୍‌ କରିବା ଯୋଜନା କରୁଛି ଟେଲି କମ୍ୟୁନିକେସନ୍‌ ବିଭାଗ। ତେବେ ଏହି ପୋର୍ଟାଲ ଅନେକ ରାଜ୍ୟ ତଥା ଆନ୍ଧ୍ର ପ୍ରଦେଶ, କେରଳ, ରାଜସ୍ଥାନ, ତେଲେଙ୍ଗାନା ଓ ଜମ୍ମୁ କଶ୍ମିରରେ ରହିଛି। ଏହା ଦ୍ୱାରା ସବସ୍କ୍ରାଇବର୍‌ ଚାହିଁଲେ ତାଙ୍କ ନାଁରେ କେତୋଟି ସିମ୍‌ ମୋବାଇଲ୍‌ରେ ଚାଲୁ ରହିଛି ତାହା ଜାଣିପାରିବେ। ଯଦି ତାଙ୍କ ଅଜଣାତରେ ଅତିରିକ୍ତ ମୋବାଇଲ୍‌ରେ ଚାଲୁଥାଏ ତେବେ ଉପଯୁକ୍ତ ପଦକ୍ଷେପ ନେଇପାରିବେ।  

ସରକାରୀ  ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫେକ୍‌ ଆଇଡି ଚିହ୍ନଟ ନିମନ୍ତେ କେୱାସି ଭେରିଫିକେସନ୍‌ର ଭିତ୍ତିଭୂମି ପାଇଁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। ଏହା ଦ୍ୱାରା  TAF-COP portal and Central Equipment Identity Register (CEIR) portals ଅଧିକ ମଜଭୁତ ହୋଇପାରିବ। 

(CEIR) portals କଣ ?

୨୦୧୯ ମସିହାରେ CEIR portal ଲଞ୍ଚ୍‌ କରାଯାଇଥିଲା। ଏହା ଏପରି ଏକ ସିଷ୍ଟମ ଯାହା ଟେଲିକମ୍‌ ଅପରେଟର ଦ୍ୱାରା କଳାତାଲିକାଭୁକ୍ତ(Blacklisted) ମୋବାଇଲ ଡିଭାଇସ୍‌କୁ ସେୟାର କରିଥାଏ, ଫଳରେ କଳାତାଲିକାଭୁକ୍ତ ଡିଭାଇସ୍‌ ସେହି ନେଟ୍‌ୱର୍କରେ କାମ କରିନଥାଏ। ଏପରିକି ସିମ୍‌ କାର୍ଡ ବଦଳାଇଲେ ବି ଅନ୍ୟ ନେଟୱର୍କ ମଧ୍ୟ କାମ କରିନଥାଏ। ଏହି ପୋର୍ଟାଲକୁ ବ୍ୟବହାର କରି ୟୁଜର ଡିଭାଇସ୍‌ର ସତ୍ୟତା ଓ ଚୋରି ହୋଇଯାଇଥିବା ମୋବାଇଲ୍‌କୁ ରିପୋର୍ଟ କରିପାରିବେ।

ଏହା ସହିତ ଫ୍ରଡ୍‌ ସିମ୍‌କୁ ଧରିବା ପାଇଁ  AI ଓ facial recognition ପଦ୍ଧତି କାର୍ଯ୍ୟକାରୀ କରୁଛି କେନ୍ଦ୍ର। ପାଇଲଟ୍‌ ପ୍ରୋଗ୍ରାମ ଭାବେ ହରିୟାଣା ମିୱଟରେ ASTR ଆରମ୍ଭ କରାଯାଇଥିଲା। ଯଦି କେହି ସବ୍‌ସ୍କାଇବରର ଫେସ୍‌ ଫଟୋକୁ ବ୍ୟବହାର କରି ଜାଲ୍‌ ଡକ୍ୟୁମେଣ୍ଟ କରନ୍ତି, ଏହା ସହଜରେ ଚିହ୍ନଟ କରିପାରିବ। ଏହା ଠିକଣା ଓ  KYCକୁ ଚେକ୍‌ କରିପାରିବ।