Advertisment

WhatsApp ବ୍ୟବହାରକାରୀ ରୁହନ୍ତୁ ସତର୍କ ! ଏମିତି ହେଉଛି ଆକାଉଣ୍ଟ ହ୍ୟାକ୍‌...

ହ୍ୱାଟ୍ସଆପ୍‌(WhatsApp) ବ୍ୟବହାର କରୁଛନ୍ତି କି ? ତା’ହେଲେ ସତର୍କ ରୁହନ୍ତୁ। ନଚେତ୍‌ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି ଓ ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇପାରେ।

ଅଦ୍ୟତନ ହୋଇଛି
Police warns netizens about WhatsApp hacking

Police warns netizens about WhatsApp hacking

Advertisment

ହ୍ୱାଟ୍ସଆପ୍‌(WhatsApp) ବ୍ୟବହାର କରୁଛନ୍ତି କି ? ତା’ହେଲେ ସତର୍କ ରୁହନ୍ତୁ। ନଚେତ୍‌ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି ଓ ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇପାରେ। ହ୍ୱାଟ୍ସଆପ୍‌ ୟୁଜର୍ସଙ୍କୁ କୋଲକାତା ପୋଲିସ୍‌ ସାଇବର ସେଲ୍‌ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛି। ସହରରେ ଛାତ୍ରଛାତ୍ରୀ ଓ ବ୍ୟବସାୟୀଙ୍କ ନିକଟରୁ ଅଭିଯୋଗ ମିଳିବା ପରେ ପୋଲିସ୍‌ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ପ୍ରଥମେ ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିବା ଏହି ଫ୍ରଡ୍‌ ହ୍ୱାଟ୍ସଆପ୍‌ ୟୁଜର୍ସଙ୍କ ପାଖରେ ପହଞ୍ଚିଛି। 

Advertisment

ହ୍ୟାକର୍ସମାନେ ୟୁଜର୍ସଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ ହ୍ୟାକ୍‌ କରି ମେସେଞ୍ଜର ସହାୟତାରେ ସେମାନଙ୍କ ଫ୍ରେଣ୍ଡ୍‌ ଲିଷ୍ଟରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିଥାନ୍ତି। ଏହାପରେ ଯୋଗ କ୍ଲାସ୍‌ର ଲୋଭ ଦେଖାଇ ହ୍ୟାକର୍ସମାନେ ୟୁଜର୍ସଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି। ତେବେ ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଏଭଳି ସ୍କାମ୍‌ ସହ ଜଡ଼ିତ ଅନେକ ଘଟଣା ସାମ୍ନାକୁ ଆସିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା।

କେମିତି ୟୁଜର୍ସଙ୍କୁ ଫସାଉଛନ୍ତି ହ୍ୟାକର୍ସ ? 

  • ପ୍ରଥମେ ହ୍ୟାକର୍ସମାନେ ଯୋଗ କ୍ଲାସ୍‌ରେ ଯୋଗ ଦେବା ଆଳରେ ୟୁଜର୍ସଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଅନ୍ୟ ୟୁଜର୍ସଙ୍କ ସହ ଯୋଗାଯୋଗ କରିଥାନ୍ତି। ଏହାପରେ ୟୁଜର୍ସଙ୍କ ପାଖକୁ ଏକ ଲିଙ୍କ୍‌ ପଠାଇଥାନ୍ତି। ଲିଙ୍କ୍‌ କ୍ଲିକ୍‌ କରିବା ପରେ OTP କୋଡ୍‌ ଶେୟାର କରିବା ପାଇଁ କହିଥାନ୍ତି।
  • ଆଉ ଭୁଲ୍‌ରେ କେହିବି ଯଦି ଏହି OTP ଶେୟାର କରନ୍ତି, ହ୍ୟାକର୍ସମାନେ ୟୁଜର୍ସଙ୍କ  WhatsApp ନମ୍ବର ଆକ୍ସେସ୍‌ କରିବା ସହ ପୁରା ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥାନ୍ତି।
  • ଏହାପରେ ଯୋଗ କ୍ଲାସ୍‌ରେ ଜଏନ୍‌ ହେବା କହି କୋଡ୍‌ ନେଇଥାନ୍ତି। ଯାହାକି ସାଧାରଣ OTP ନୁହେଁ ବରଂ  WhatsApp ଭେରିଫିକେସନ୍‌ କୋଡ୍‌।
Advertisment

ହ୍ୱାଟ୍ସଆପ୍‌ ଆକାଉଣ୍ଟ ହ୍ୟାକ୍‌ କରି କ’ଣ କରନ୍ତି ହ୍ୟାକର୍ସ ? 

  • ହ୍ୱାଟ୍ସଆପ୍‌ ଆକାଉଣ୍ଟ ହ୍ୟାକ୍‌ ପରେ ହ୍ୟାକର୍ସଙ୍କ ଚାଲାକି ଆରମ୍ଭ ହୋଇଯାଇଥାଏ। ଯେଉଁ ଆକାଉଣ୍ଟକୁ ସେମାନେ ହ୍ୟାକ୍‌ କରିଥାନ୍ତି, ତାଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କୁ ସେହି ଆକାଉଣ୍ଟରୁ ଟଙ୍କା ମାଗିଥାନ୍ତି। ଏମର୍ଜେନ୍ସି ପାଇଁ ଟଙ୍କାର ଆବଶ୍ୟକତା ରହିଛି ଓ ପରେ ଏହାକୁ ଫେରାଇ ଦେବା କହି ହ୍ୟାକର୍ସମାନେ ଟଙ୍କା ମାଗିଥାନ୍ତି।
  • ଏପରିକି ହ୍ୟାକର୍ସମାନେ ହ୍ୟାକ୍‌ ଆକାଉଣ୍ଟକୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିଥାନ୍ତି।

ତେଣୁ ପୋଲିସ୍‌ ପକ୍ଷରୁ କୁହାଯାଇଛି ଯେ, ଭୁଲ୍‌ରେ ବି କୌଣସି ମେସେଜକୁ ଯଦି ଆଉ କାହାକୁ କୁହାଯାଏ ଫରୱାର୍ଡ କରିବା ପାଇଁ କି କୌଣସି ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରିବା ପାଇଁ, ତା’ହେଲେ ଏହାକୁ ଭଲ ଭାବରେ ଯାଞ୍ଚ କରନ୍ତୁ। ନଚେତ୍‌ ଏପରି କରନ୍ତୁ ନାହିଁ। 

Advertisment
WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ