Advertisment

ବିନା ପିନ୍‌ରେ UPI LITEରେ ଏତିକି ଟଙ୍କା ପର୍ଯ୍ୟନ୍ତ ପଠାଇ ପାରିବେ, ଜାଣନ୍ତୁ କେତେ...

ପେଟିଏମ୍‌ ୟୁପିଆଇ ଲାଇଟ୍‌(Paytm UPI LITE) ଏକ ନୂଆ ଫିଚର ଆଣିଛି। ମାତ୍ର ଗୋଟିଏ କ୍ଲିକ୍‌ରେ ଆପଣ ବିନା ୟୁପିଆଇ ପିନ୍‌ ନମ୍ବର ଦେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ।

ଅଦ୍ୟତନ ହୋଇଛି
Now Without Pin UPI Payments Of Up To Rs 200

Now Without Pin UPI Payments Of Up To Rs 200

Advertisment

ସାଧାରଣତଃ ଅନ୍‌ଲାଇନ୍‌ରେ କୌଣସି ପେମେଣ୍ଟ ଆପ୍‌ରେ ଟଙ୍କା ଟ୍ରାଞ୍ଜାକ୍ସନ କଲେ ଏହା ପୂର୍ବରୁ ଆପଣଙ୍କୁ ପିନ୍‌ ଦେବାକୁ ପଡ଼ିଥାଏ। ଏହାପରେ ହିଁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥାଏ। ହେଲେ ପେଟିଏମ୍‌ ୟୁପିଆଇ ଲାଇଟ୍‌(Paytm UPI LITE) ଏକ ନୂଆ ଫିଚର ଆଣିଛି। ମାତ୍ର ଗୋଟିଏ କ୍ଲିକ୍‌ରେ ଆପଣ ବିନା ୟୁପିଆଇ ପିନ୍‌ ନମ୍ବର ଦେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ। ଏମିତିରେ ଟ୍ରାଞ୍ଜାକ୍ସନ ପୂର୍ବରୁ ୪-୬ ଡିଜିଟ୍‌ର ୟୁପିଆଇ ପିନ୍‌ ଦେବାକୁ ପଡ଼ିଥାଏ। 

Advertisment

ଏହି ଫିଚର୍‌ ମାଧ୍ୟମରେ ୟୁଜର୍ସ ଫାଷ୍ଟ୍‌ ୟୁପିଆଇ ଟ୍ରାଞ୍ଜାକ୍ସନ କରିପାରିବେ। ଯାହାକି ସୁରକ୍ଷିତ ଓ ବିଶ୍ୱସନୀୟ। ରେଗୁଲାର୍‌ ୟୁପିଆଇ ଟ୍ରାଞ୍ଜାକ୍ସନରେ  ୟୁଜର୍ସଙ୍କ ବ୍ୟାଙ୍କରେ ବୈଷୟିକ ତ୍ରୁଟି ଯୋଗୁ କେତେବେଳେ ଟ୍ରାଞ୍ଜାକ୍ସନ ଫେଲ୍‌ ମାରିଥାଏ ତ ଆଉ କେତେବେଳେ ଟଙ୍କା ପେଣ୍ଡିଂ ହୋଇ ରହି ଯାଇଥାଏ। ଏଭଳି ସ୍ଥଳେ ଆପଣ ଯଦି UPI LITE ବ୍ୟବହାର କରୁଛନ୍ତି, ତା’ହେଲେ ଆପଣଙ୍କୁ ଏଭଳି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କ UPI LITE ୱାଲେଟ୍‌ରେ ଟଙ୍କା ଅଛି ତା’ହେଲେ ଆପଣ ମାତ୍ର ଗୋଟିଏ କ୍ଲିକ୍‌ରେ ବିନା ୟୁପିଆଇ ପିନ୍‌ ନମ୍ବର ଦେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ। 

ବର୍ତ୍ତମାନ ପେଟିଏମ୍‌ ୟୁପିଆଇ ଲାଇଟ୍‌ରେ ଅଧିକାଂଶ ବ୍ୟାଙ୍କକୁ ଲିଙ୍କ୍‌ କରାଯାଇଛି। ଯେପରିକି ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, କାନାଡା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ। 

Advertisment
Paytm App UPI Payments
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ