Advertisment

ଅନ୍ୟ ପରିଚୟ ପତ୍ରରେ ସିମ୍ କିଣିଥିଲେ ୩ ବର୍ଷ ଜେଲ, ୫୦ ଲକ୍ଷ ଜୋରିମାନା

ବର୍ତ୍ତମାନ ଗୋଟିଏ ଆଇଡିରେ ଅତି ବେଶିରେ ୯ ଟି ସିମ୍ କାର୍ଡ ନିଆଯାଇପାରିବ | ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୬ଟି ସିମ୍ ନିଆଯାଇପାରିବ ।

ଅଦ୍ୟତନ ହୋଇଛି
Sim Card New Rule

Sim Card New Rule

Advertisment

ଜୁଲାଇ ୧ରୁ ମୋବାଇଲ୍ ନମ୍ବର ସହିତ ଟେଲିକମ୍ ଯୋଗାଯୋଗ ନିୟମରେ ହେବ ବଡ଼ ପରିବର୍ତ୍ତନ । ଠକେଇ ଭଳି ମାମଲାକୁ ରୋକିବା ପାଇଁ ସରକାର ଟେଲିକମ୍ ନିୟମରେ ସଂଶୋଧନ କରିବା ସହ ଏହାକୁ ଅଧିକ କଠୋର କରିଛନ୍ତି । ଜୁଳାଇ ପହିଲାରୁ ହିଁ ନୂଆ ନିୟମ ଲାଗୁ କରାଯିବ।

Advertisment

୧୪ ମାର୍ଚ୍ଚରେ TRAI ପକ୍ଷରୁ ଜାରି କରାଯାଇଛି

ଶୁକ୍ରବାର ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ବିବୃତ୍ତିରେ କୁହାଯାଇଛି, ସଂଶୋଧିତ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ନିୟମାବଳୀ ୨୦୨୪ ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ । ବିବୃତ୍ତି ଅନୁଯାୟୀ, ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଅର୍ଥାତ୍ TRAI ଗତ ମାର୍ଚ୍ଚରୁ ଏହି ନୂଆ ନିୟମ ଜାରି କରିସାରିଛି । ଏବେ ସେଗୁଡିକ କାର୍ଯ୍ୟକାରୀ ହେବାକୁ ଯାଉଛି ।

ୟୁନିକ୍‌ ପୋର୍ଟିଂ କୋଡ୍‌ର ନୂଆ ନିୟମ

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅପରାଧିକ ତତ୍ୱମାନେ ଯେମିତି ସିମ୍‌ ମନ ଇଚ୍ଛା ସ୍ୱପ୍‌ କରିପାରିବେ ନାହିଁ, କିମ୍ବା ସିମ୍‌ ରିପ୍ଲେସ୍‌ମେଣ୍ଟ କରିପାରିବେ ନାହିଁ ଏବଂ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ରୋକ ଲଗାଇବା ଉଦେଶ୍ୟ ରଖି ନିୟମରେ ସେହିଭଳି ସଂଶୋଧନ କରାଯାଇଛି । ପୂର୍ବ ଅପେକ୍ଷା ଏହାକୁ ଅଧିକ କଡ଼ାକଡ଼ି କରାଯାଇଛି । ଏହି ସଂଶୋଧିତ ଆଇନ ଅନୁଯାୟୀ ଏକ ନୂତନ ବ୍ୟବସ୍ଥା ଯୋଡା ଯାଇଛି, ଯାହା ମୋବାଇଲ୍ ନମ୍ବର ପୋର୍ଟ କରିବା ପାଇଁ ଆବଶ୍ୟକ ୟୁନିକ୍ ପୋର୍ଟିଂ କୋଡ୍ (ୟୁପିସି) ସହିତ ଜଡିତ।

Advertisment

ମନ୍ତ୍ରାଳୟର କହିବାନୁଯାୟୀ, ନୂଆ ଆଇନ୍‌ରେ ପୋର୍ଟିଂ କୋଡ୍ ରିକ୍ୱେଷ୍ଟକୁ ରିଜେକ୍ଟ କରାଯାଇପାରିବ । ପୋର୍ଟିଂ କୋଡ୍‌ ରିକ୍ୱେଷ୍ଟ ସେହି କ୍ଷେତ୍ରରେ ରିଜେକ୍ଟ ହେବ ଯେଉଁଠି ୭ ଦିନ ଭିତରେ ସିମ୍‌ ରିପ୍ଲେସ୍‌ମେଣ୍ଟ ବା ସ୍ୱାପ୍‌ ହୋଇଥିବ କିମ୍ବା ପୋର୍ଟିଂ କରାଯାଇଥିବ । ଏହାର ଅର୍ଥ ହେଉଛି ସିମ୍ ସ୍ୱାପ୍ କିମ୍ବା ସିମ୍ ରିପ୍ଲେସମେଣ୍ଟର ଅତି କମରେ ୭ ଦିନ ପରେ ହିଁ ପୁଣି ନମ୍ବରକୁ ପୋର୍ଟ କରିବା ସମ୍ଭବ ହେବ ।

ଠକେଇ ରୋକିବା ପାଇଁ ସରକାର ଅନେକ ପରିବର୍ତ୍ତନ କରିଛନ୍ତି, ଯାହା ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ଜୁଲାଇ ୧ରୁ ପରିବର୍ତ୍ତନ ହେଉଥିବା କିଛି ପ୍ରମୁଖ ନିୟମ ଗୁଡ଼ିକ ହେଲା...

Advertisment

-ବର୍ତ୍ତମାନ ଗୋଟିଏ ଆଇଡିରେ ଅତି ବେଶିରେ ୯ ଟି ସିମ୍ କାର୍ଡ ନିଆଯାଇପାରିବ | ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୬ଟି ସିମ୍ ନିଆଯାଇପାରିବ ।

-ଲିମିଟ୍‌ରୁ ଅଧିକ ସିମ୍ କାର୍ଡ କିଣିଲେ ବଡ଼ ଜୋରିମାନା ଲାଗୁ କରାଯିବ । ପ୍ରଥମ ଉଲ୍ଲଂଘନ ପାଇଁ ୫୦ ହଜାର ଟଙ୍କା ଏବଂ ଦ୍ୱିତୀୟ ଉଲ୍ଲଂଘନ ପାଇଁ ୨ ଲକ୍ଷ ଟଙ୍କା ଜୋରିମାନା ହେବ ।

-ଭୁଲ୍ ରସ୍ତାରେ ଯାଇ ଅନ୍ୟର ପରିଚୟ ପତ୍ରରେ ସିମ୍ କାର୍ଡ ନେଇଥିଲେ ୩ ବର୍ଷ ଜେଲ ଏବଂ ୫୦ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ ।

-ଉପଭୋକ୍ତାଙ୍କ ବିନା ଅନୁମତିରେ କମ୍ପାନୀଗୁଡିକ କମର୍ସିଆଲ ମେସେଜ୍‌ ପଠାଇ ପାରିବେ ନାହିଁ । ନିୟମ ଭାଙ୍ଗିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।

-ଜରୁରୀକାଳୀନ ପରିସ୍ଥିତିରେ ସରକାର ସମଗ୍ର ଟେଲି ଯୋଗାଯୋଗ ନେଟୱାର୍କକୁ ନିଜ ଅଧୀନକୁ ନେଇପାରିବେ । ସରକାର କଲ୍ ଏବଂ ମେସେଜ୍‌କୁ ମଧ୍ୟ ଅଟକାଇ ପାରିବେ ।

Cyber Crime Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ