Advertisment

Technology: ଇଣ୍ଟର୍‌ନେଟ୍ ବିନା ବି ଦେଖିପାରିବେ Youtube; ଜାଣନ୍ତୁ ଏହାର ଟ୍ରିକ୍ସ

ବେଳେବେଳେ ଏମିତି ହୁଏ ଯେ ଆମେ ଏପରି ଏକ ସ୍ଥାନରେ ଥିବା ଯେଉଁଠାରେ ଇଣ୍ଟର୍‌ନେଟ୍ ସଂଯୋଗ ହୋଇପାରୁ ନାହିଁ। ଏହିପରି ସ୍ଥାନରେ ଆମେ ୟୁଟ୍ୟୁବରେ ଭିଡିଓ ଦେଖିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉ। ତେବେ ଏକ କୌଶଳ ଅଛି ଯାହା ସାହାଯ୍ୟରେ ଆମେ ଇଣ୍ଟରନେଟ୍ ବିନା ୟୁଟ୍ୟୁବ୍ ବ୍ୟବହାର କରିପାରିବେ।

How to watch youtube videos in offline mode without internet

How to watch youtube videos in offline mode without internet

Advertisment

ଆଜି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ଯାହାପାଖରେ ସ୍ମାର୍ଟଫୋନ୍‌ଟିଏ ଅଛି ସେ ୟୁଟ୍ୟୁବ୍ ବ୍ୟବହାର କରୁ ନଥିବ ଏହା ଭାବିବା ପ୍ରାୟ ଭୁଲ୍ ହେବ। ପ୍ରତ୍ୟେକ ଘରେ ୟୁଟ୍ୟୁବ୍ ବ୍ୟବହୃତ ହେଉଛି। ୟୁଟ୍ୟୁବ୍ ଆଜି ଏତେ ବଡ ପ୍ଲାଟଫର୍ମ ହୋଇଯାଇଛି ଯେ ଏହାର ସାହାଯ୍ୟରେ ପିଲାମାନେ କୋଚିଂକୁ ନ ଯାଇ ମଧ୍ୟ ପାଠପଢା ସମାପ୍ତ କରୁଛନ୍ତି।

Advertisment

ଖାଲି ପାଠାପଢା ନୁହେଁ ୟୁଟ୍ୟୁବ୍ ଅନେକଙ୍କ ରୋଜଗାର ମଧ୍ୟ ଦେଉଛି। ଏଥିରୁ ଲୋକେ ମନୋରଂଜନ କରିପାରୁଛନ୍ତି ଆଉ ଅନେକ ନିତ୍ୟ ବ୍ୟବହାର୍ଯ୍ୟ କଥା ଜାଣୁଛନ୍ତି। ଏହାରି ଭିତରେ କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହାର ଅପବ୍ୟବହାର କରୁଛନ୍ତି। ତେବେ ସେ ଯାହା ହେଉନା କାହିଁ ଏହା ଆଜିକାଲି ସମସ୍ତଙ୍କ ପାଇଁ ଏକ ଅତ୍ୟାବଶ୍ୟକ ପ୍ଲାଟ୍‌ଫର୍ମ ହୋଇଯାଇଛି।

ତେବେ ବେଳେବେଳେ ଏମିତି ମଧ୍ୟ ହୁଏ ଯେ ଆମେ ଏପରି ଏକ ସ୍ଥାନରେ ଥାଉ ଯେଉଁଠାରେ ଇଣ୍ଟର୍‌ନେଟ୍ ସଂଯୋଗ ହୋଇପାରେ ନାହିଁ। ଏହିପରି ସ୍ଥାନରେ ଆମେ ୟୁଟ୍ୟୁବରେ ଭିଡିଓ ଦେଖିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉ। ଏଇ ସମସ୍ୟାକୁ ଏଡେଇବା ପାଇଁ ଏକ କୌଶଳ ମଧ୍ୟ ଅଛି ଯାହା ସାହାଯ୍ୟରେ ଆମେ ଇଣ୍ଟରନେଟ୍ ବିନା ୟୁଟ୍ୟୁବ୍ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ସେହି ଟିପ୍ସଟି କ’ଣ ଜାଣିନେବା ଆଉ ତାହାର ଫାଇଦା ନେବା।

Advertisment
How to watch youtube videos in offline mode without internetଇଣ୍ଟରନେଟ୍ ବିନା ୟୁଟ୍ୟୁବ୍ ବ୍ୟବହାର

ଅଫ୍‌ଲାଇନ୍ ମୋଡ୍ ବ୍ୟବହାର:

ଇଣ୍ଟରନେଟ୍ ବିନା ଭିଡିଓ ଦେଖିବା ପାଇଁ ଆପଣ ୟୁଟ୍ୟୁବ୍‌ର ଅଫ୍‌ଲାଇନ୍ ମୋଡ୍ ବ୍ୟବହାର କରିପାରିବ। ଇଣ୍ଟର୍‌ନେଟ୍ ସହିତ ସଂଯୋଗ ହେବା ପରେ, ଆପଣ ଅଫ୍‌ଲାଇନ୍ ବ୍ୟବହାର ପାଇଁ ନିଜ ପସନ୍ଦର ଭିଡିଓଗୁଡ଼ିକୁ ଡାଉନ୍‌ଲୋଡ୍ କରିପାରିବେ ଏବଂ ପରେ ଇଣ୍ଟରନେଟ୍ ବିନା ଦେଖିପାରିବେ।

ଅଫଲାଇନ୍ ମୋଡ୍‌ରେ ଭିଡିଓ ଦେଖିବାକୁ, ପ୍ରଥମେ ୟୁଟ୍ୟୁବ୍ ଭିଡିଓ ସେଭ୍ କରନ୍ତୁ। ବର୍ତ୍ତମାନ ଭିଡିଓଟି ପ୍ଲେ ହେବା ପରେ, ତଳେ ଡାଉନଲୋଡ୍ ଅପ୍‌ସନ୍ ଦେଖାଯିବ। ଆପଣଙ୍କୁ ଏହି ଅପ୍‌ସନ୍ ଉପରେ କ୍ଲିକ୍ କରିବାକୁ ପଡିବ। ଏହା ପରେ, ଆପଣଙ୍କୁ ଭିଡିଓର କ୍ୱାଲିଟି ଅପ୍‌ସନ ଆସିବ, ଆପଣ ଯେଉଁ କ୍ୱାଲିଟି ଚାହିଁବେ ସେହି ଭିଡିଓ ସେଭ୍ କରି ପାରିବେ।

Advertisment
How to watch youtube videos in offline mode ଅଫ୍‌ଲାଇନ୍ ମୋଡ୍ ବ୍ୟବହାର

ସେଥିରେ, ଆପଣ ଇଣ୍ଟରନେଟ୍ ଡାଟା କିମ୍ବା ୱାଇ-ଫାଇ ଅନୁଯାୟୀ ଲୋ (୧୪୪p), ମଧ୍ୟମ (୩୬୦p), ଉଚ୍ଚ (୭୨୦p), Full HD (୧୦୮୦p) ର ଅପ୍‌ସନ୍ ପାଇବେ। ଯଦି ଆପଣ ହାଇ କ୍ୱାଲିଟି ଭିଡିଓ ଡାଉନଲୋଡ୍ କରନ୍ତି, ତେବେ ଆପଣଙ୍କର ଇଣ୍ଟର୍‌ନେଟ୍ ଡାଟା ଅଧିକ ଖର୍ଚ୍ଚ ହେବ। ଥରେ ଡାଉନ୍‌ଲୋଡ୍ ହୋଇଗଲେ, ଆପଣ ଇଣ୍ଟର୍‌ନେଟ୍ ଡାଟା ବିନା ଯେକୌଣସି ସ୍ଥାନରେ ୟୁଟ୍ୟୁବ୍ ଭିଡିଓକୁ ପ୍ଲେ କରିପାରିବେ। ସବୁଠରୁ ଭଲ କଥା ହେଉଛି ଏହି ଡାଉନ୍‌ଲୋଡ୍‌ଗୁଡିକ ଆପଣଙ୍କ ଫୋନର ଷ୍ଟୋରେଜ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ