Advertisment

ସ୍ମାର୍ଟଫୋନ୍‌ରୁ ଜାଣିପାରିବେ ସତ, କେଉଁଠି ବୁଲୁଛନ୍ତି ଆପଣଙ୍କ ବନ୍ଧୁ ?

କ’ଣ ଆପଣ ଜାଣନ୍ତି କି ? ଆପଣଙ୍କ ସ୍ମାର୍ଟଫୋନ୍‌ ଜଣାଇଦେବ ଆପଣଙ୍କ ବନ୍ଧୁଙ୍କ ମିଛ ? ଆପଣ ଘରେ ରହି ସ୍ମାର୍ଟଫୋନ୍‌ ଜାରିଆରେ ଜାଣିପାରିବେ ଆପଣଙ୍କ ବନ୍ଧୁ କେଉଁଠି ଅଛନ୍ତି ।

ଅଦ୍ୟତନ ହୋଇଛି
live location

live location

Advertisment

ବେଳେ ବେଳେ ଆମେ ଖଟିରେ ଥିଲେ ଅଫିସରେ ଅଛୁ ବୋଲ କହିଦେଉ। ସାଙ୍ଗସାଥିରେ ଥିଲା ବେଳେ କେହି ଫୋନ କଲେ ଆମେ ମିଛ କହୁ। ଖାସ କରି ଆଜି କାଲିର ଯୁବପିଢି ଏମିତି କିଛି ମିଛ କହି ମଜା ନିଅନ୍ତି। କିନ୍ତୁ ପାଠକବନ୍ଧୁ ଆପଣଙ୍କୁ କହି ରଖିବାକୁ ଚାହୁଁ କି ଏବେ ଯୁଗ ବଦଳିଗଲାଣି। ଆପଣ ଆଉ ମିଛ କହି ଧରାପଡିବେନି ସେମିତି କହି ହେବନି। ସ୍ମାର୍ଟ ଫୋନ ଆପଣଙ୍କ ମିଛ ଧରେଇଦେବ। ଆଜିର ସମୟରେ ସ୍ମାର୍ଟ ଫୋନ୍‌ ଏକ ସାଧାରଣ କଥା । ଗରିବ ହୁଅନ୍ତୁ କି ସେ ଧନୀ ପ୍ରାୟ ସମସ୍ତଙ୍କ ନିକଟରେ ସ୍ମାର୍ଟ ଫୋନ୍‌ ରହିଛି । ଏହାର ବ୍ୟବହାର ବର୍ତ୍ତମାନ ସମୟରେ ବହୁଳ ମାତ୍ରାରେ ବଢ଼ିଛି । ଅନେକ ଲୋକ ଏହାର ସଦୁପଯୋଗ କରୁଥିବା ବେଳେ କିଛି ଯୁବପିଢ଼ିଙ୍କ କ୍ଷେତ୍ରରେ ଏହାର ଅସଦ୍‌ ବ୍ୟବହାର ହେଉଛି।  ଏପରିକି ଯୁବପିଢ଼ିମାନେ ପାଠ ନ ପଢ଼ି ନିଜର ବନ୍ଧୁମାନଙ୍କ ସହ ମିଶି ବହୁ ସ୍ଥାନ ବୁଲାବୁଲି କରୁଛନ୍ତି ଆଉ ଘରେ ମିଛ କହୁଛନ୍ତି। ତେବେ ଏମିତି ମିଛ ଆପଣ କହୁଥିଲେ ସାବଧାନ ଥିବେ, ଧରାପଡିବାର ଚାନ୍ସ ଅଛି।

Advertisment

ଆଜି ଆମେ ଜଣାଇବୁ ଆପଣଙ୍କୁ ଏପରି ଏକ ଜିନିଷ ଯାହା ଆପଣଙ୍କୁ ସତର୍କ କରାଇଦେବ।

କ’ଣ ଆପଣ ଜାଣନ୍ତି କି ? ଆପଣଙ୍କ ସ୍ମାର୍ଟଫୋନ୍‌ ଜଣାଇଦେବ ଆପଣଙ୍କ ବନ୍ଧୁର ମିଛ ? ଆପଣ ଘରେ ରହି ସ୍ମାର୍ଟଫୋନ୍‌ ଜାରିଆରେ ଆପଣଙ୍କ ବନ୍ଧୁ କେଉଁଠି ଅଛନ୍ତି ଜାଣିପାରିବେ । କେଉଁ ସ୍ଥାନକୁ ଯାଇଛନ୍ତି ଜଣାଇଦେବ ସ୍ମାର୍ଟ ଫୋନ୍‌ ।

ଫୋନ୍‌ର ଲୋକେସନ୍‌ ନେବାକୁ ହେଲେ କିଛି ତରିକା ରହିଛି । ଯାହାକୁ ଜାଣିବା ମାତ୍ରେ ଆପଣ ଗୋଟିଏ କ୍ଲିକ୍‌ରେ ଆପଣଙ୍କ ବନ୍ଧୁଙ୍କ ଲାଇଭ୍‌ ଲୋକେସନ୍‌ ଜାଣିବାକୁ ସମର୍ଥ ହେବେ । ଏଥିପାଇଁ ଗୁଗଲ ମ୍ୟାପ୍‌ର ସହାୟତା ନେବାକୁ ପଡ଼ିବ । ଗୁଗଲ ମ୍ୟାପ୍‌ ଜରିଆରେ ବନ୍ଧୁ, ପରିବାର ବ୍ୟକ୍ତି ଓ ଗର୍ଲଫ୍ରଣ୍ଡଙ୍କ ଲାଇଭ୍‌ ଲୋକେସନ ଦେଖିପାରିବେ । ସବୁଠାରୁ ବଡ଼ କଥା ହେଉଛି ଏହି ଆପ୍‌ ଆପଣଙ୍କ ଫୋନ୍‌ରେ ଫ୍ରୀରେ ଇନ୍‌ଷ୍ଟଲ ହୋଇ ପାରିବ।  

Advertisment

ଲାଇଭ୍‌ ଲୋକେସନ୍‌ ଜାଣିବାକୁ ହେଲେ ପ୍ରଥମେ ୟୁଜର୍ସଙ୍କ ଲୋକେସନ୍‌ ମାଗିବାକୁ ପଡ଼ିବ । ଯାହା ଫଳରେ ଆପଣ GPS ଅନ୍‌ କରି ସେ କେଉଁ ସ୍ଥାନରେ ଅଛନ୍ତି ଜାଣିପାରିବେ । ଆପଣ ସେୟାର ଲୋକସନ୍‌ ପାଇବା ପରେ ତା’କୁ ଅନ୍‌ କରିବା ମାତ୍ରେ ସେଠାରେ କିଛି ଅପ୍‌ସନ୍‌ ଦେଖିବାକୁ ପାଇବେ । ଯାହାକୁ ଆପଣ ବ୍ୟବହାର କରି ତାଙ୍କର ଲାଇଭ୍‌ ଲୋକେସନ୍‌ ବାବଦରେ ବିବରଣୀ ପାଇବେ।

ଖାଲି ସେତିକି ନୁହେଁ, ଗୁଗଲ ମ୍ୟାପ୍‌ରେ ଲାଇଭ୍‌ ଲୋକେସନ୍‌ ଟ୍ରାକ୍‌ କରିବା ସମୟରେ ବ୍ୟକ୍ତିଙ୍କ ଫୋନ୍‌ର ଚାର୍ଜ କେତେ ରହିଛି ଆପଣ ଜାଣିପାରିବେ । ଏହା ବ୍ୟତୀତ WhatSapp ଜରିଆରେ ମଧ୍ୟ ଆପଣ ଲାଇଭ୍‌ ଲୋକେସନ୍‌ ଜାଣିପାରିବେ । କାରଣ WhatSappର ମେସେଜ୍‌ ଅପସନ୍‌ରେ ଲାଇଭ୍‌ ଲୋକେସନ୍ ଅପସନ୍‌ ରହିଛି ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ