Advertisment

Facebook: ଆପଣ ଫେସବୁକ୍‌ରେ ଗେମ୍‌ ରିକ୍ୱେଷ୍ଟ୍‌ରେ ହଇରାଣ ହେଉଛନ୍ତି କି… ଜାଣନ୍ତୁ ବନ୍ଦ କରିବାର ଉପାୟ

ଫେସ୍‌ବୁକ୍‌ରେ ଆସୁଥିବା ଗେମ୍‌ ରିକ୍ୱେଷ୍ଟ୍ ଦ୍ୱାରା ଅନେକ ଲୋକ ଅସୁବିଧାର ସମ୍ମୁଖିନ ହୁଅନ୍ତି ଏବଂ ଆପଣ ମଧ୍ୟ ହୋଇଥିବେ। ଆପଣ ଯଦି ଏପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସମାଧାନ କରିବାକୁ ଚାହୁଛନ୍ତି ତେବେ ଜାଣନ୍ତୁ ଗେମ୍‌ ରିକ୍ୱେଷ୍ଟ୍ ବନ୍ଦ କରିବାର ଉପାୟ।

ଅଦ୍ୟତନ ହୋଇଛି
How to block game request on facebook

How to block game request on facebook

Advertisment

ଆପଣ ଯଦି ଫେସବୁକ୍ ବ୍ୟବହାର କରୁଛନ୍ତି ତେବେ ଏହି ଖବରକୁ ଧ୍ୟାନର ସହ ପଢନ୍ତୁ। ଫେସ୍‌ବୁକ୍‌ରେ ଆସୁଥିବା ଗେମ୍‌ ରିକ୍ୱେଷ୍ଟ୍ ଦ୍ୱାରା ଅନେକ ଲୋକ ଅସୁବିଧାର ସମ୍ମୁଖିନ ହୁଅନ୍ତି ଏବଂ ଆପଣ ମଧ୍ୟ ହୋଇଥିବେ। ଯଦିଓ ଆଜିକାଲି ଏହି ଗେମ୍‌ ରିକ୍ୱେଷ୍ଟ୍ ବହୁତ କ୍ୱଚିତ୍ ଆସୁଛି କିନ୍ତୁ ଅନେକ ଲୋକ ତଥାପି ଏହି ଗେମ୍‌ ରିକ୍ୱେଷ୍ଟ୍ ପଠାନ୍ତି।

Advertisment

ବେଳେବେଳେ ଏସବୁ ଭଲ ଲାଗେ କିନ୍ତୁ ବେଳେବେଳେ ଏହା ଦେଖିବା ମାତ୍ରେ ମନରେ ରାଗ ଆସେ। ଆପଣ ଯଦି ଏପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସମାଧାନ କରିବାକୁ ଚାହୁଛନ୍ତି ତେବେ ଜାଣନ୍ତୁ ଗେମ୍‌ ରିକ୍ୱେଷ୍ଟ୍ ବନ୍ଦ କରିବାର ଉପାୟ।

କୌଣସି ଗୋଟିଏ ଗେମ୍‌ ରିକ୍ୱେଷ୍ଟ୍ କେମିତି  ବନ୍ଦ କରିବେ:

ଫେସ୍‌ବୁକ୍ ଲଗ୍ଇନ୍ କରନ୍ତୁ। ଡାହାଣ ପାର୍ଶ୍ୱରେ ଦେଖାଯାଉଥିବା ତିନିଗାର ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ। ଏହା ପରେ 'Settings and Privacy' କୁ ଯାଆନ୍ତି ଆଉ 'Settings' ଉପରେ କ୍ଲିକ୍ କରନ୍ତୁ। ଏହା ପରେ 'Blocking' ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ 'Manage Blocking' ପୃଷ୍ଠା ଖୋଲିବ। ଏହା ପରେ 'Block Apps' ର ବିକଳ୍ପ ଦେଖାଦେବ। ଏଥିରେ ଯେଉଁ ଗେମ୍‌ ରିକ୍ୱେଷ୍ଟ୍‌କୁ ବନ୍ଦ କରିବାକୁ ଚାହାନ୍ତି ସେହି ଗେମ୍‌ର ନାମ ଲେଖନ୍ତୁ। ବର୍ତ୍ତମାନ ଦେଖାଯାଉଥିବା ନାମ ଉପରେ କ୍ଲିକ୍ କରିବା ମାତ୍ରେ ସେହି ଗେମ୍‌ ବନ୍ଦ ହୋଇଯିବ।

Advertisment

କୌଣସି ଜଣେ ବନ୍ଧୁଙ୍କ ଦ୍ୱାରା ପଠାଯାଉଥିବା ଅନୁରୋଧକୁ ବନ୍ଦ କରିବା ପାଇଁ:

ଯଦି ଆପଣଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ଏହି ସମସ୍ୟ୍ୟର ସାମ୍ନା କରୁଛନ୍ତି ତେବେ ଉପରୋକ୍ତ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ ଏବଂ ‘Manage Blocking’ ପୃଷ୍ଠାକୁ ଯାଆନ୍ତୁ। 'Block Invites From' ବିକଳ୍ପ ଏହି ପୃଷ୍ଠାର ନିମ୍ନରେ ଦେଖାଯିବ। ବର୍ତ୍ତମାନ ସାମ୍ନାରେ ଦୃଶ୍ୟମାନ ହେଉଥିବା ସର୍ଚ୍ଚ ବାର୍‌ରେ ସାଙ୍ଗର ନାମ ଲେଖନ୍ତୁ ଏବଂ କ୍ଲିକ୍ କରନ୍ତୁ। ଏହା ପରେ ସେହି ବନ୍ଧୁ ଆପଣଙ୍କୁ ଗେମ୍‌ ରିକ୍ୱେଷ୍ଟ୍‌ ପଠାଇବାକୁ ସମର୍ଥ ହେବେ ନାହିଁ।

Facebook Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ