Advertisment

ବିନା ଇଣ୍ଟରନେଟ୍‌ରେ ଫୋନ୍‌ରେ ଚାଲିବ LIVE ଟିଭି !

ବିନା ଇଣ୍ଟରନେଟ୍‌ରେ ମୋବାଇଲ୍‌ ଫୋନ୍‌ରେ ଦେଖିପାରିବେ ଲାଇଭ୍‌ ଟିଭି। ଫୋନ୍‌ରେ ସିଧାସଳଖ କିପରି ଲାଇଭ୍‌ ଟିଭି ଦେଖିହେବ, ତା’ବି ପୁଣି ବିନା ଇଣ୍ଟରନେଟ୍‌ରେ।

ଅଦ୍ୟତନ ହୋଇଛି
Government considering new way to live TV on phones without mobile-data

Government considering new way to live TV on phones without mobile-data

Advertisment

ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଆପଣ ମୋବାଇଲ୍‌ରେ ଲାଇଭ୍ ଟିଭି ଦେଖିବେ। କିନ୍ତୁ ଆପଣଙ୍କର ଡାଟା ଖର୍ଚ୍ଚ ହେବ ନାହିଁ । ଆପଣ ଭାବୁଥିବେ ଏହା କ’ଣ ସଂଭବ ? ବିନା ଡାଟାରେ ପୁଣି ଲାଇଭ୍ ଟିଭି ଚାଲିବ କେମିତି। ହଁ, ଏମିତି କିଛି ସୁବିଧା ଉପରେ ସରକାର ବିଚାର କରୁଛନ୍ତି। 

Advertisment

ବିନା ଇଣ୍ଟରନେଟ୍‌ରେ ମୋବାଇଲ୍‌ ଫୋନ୍‌ରେ ଦେଖିପାରିବେ ଲାଇଭ୍‌ ଟିଭି। ଫୋନ୍‌ରେ ସିଧାସଳଖ କିପରି ଲାଇଭ୍‌ ଟିଭି ଦେଖିହେବ, ତା’ବି ପୁଣି ବିନା ଇଣ୍ଟରନେଟ୍‌ରେ।  ଡିଟିଏଚ୍‌(Direct-To-Home) ସେବା ଭଳି ଏହି ସମାନ କନ୍‌ସେପ୍ଟକୁ ଆଧାର କରି D2M(Direct-To-Mobile) ଟେକ୍ନୋଲୋଜି ଆଣିବା ଲାଗି ଯୋଜନା ଚାଲିଥିବା ଜଣାପଡ଼ିଛି।

ଏହି ଯୋଜନା ଲାଗୁ ହେଲେ ମୋବାଇଲ୍ରେ ଲାଇଭ୍ ଟିଭି ଦେଖିବା ଖୁବ୍ ସହଜ ହୋଇଯିବ। କାରଣ ଅଧିକ ଡାଟା ଖର୍ଚ୍ଚ ହୋଇଯିବ ଭାବି ଅନେକ ଗ୍ରାହକ ମୋବାଇଲ୍‌ରେ ଲାଇଭ୍ ଟିଭି ଦେଖିବାକୁ ପସନ୍ଦ କରୁନଥିଲେ।

Advertisment

The Economic Timesରେ ଅଗଷ୍ଟ ୫ରେ ପ୍ରକାଶିତ ରିପୋର୍ଟ(ସରକାରୀ ସୂତ୍ର ଆଧାରରେ) ଅନୁସାରେ, ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ(MIB)ର ଟେଲି ଯୋଗାଯୋଗ ବିଭାଗ ଏବଂ ଆଇଆଇଟି-କାନପୁରର ମିଳିତ ସହଯୋଗରେ କାମ ଚାଲିଛି।

ଯଦି ଏହି ନୂଆ ଟେକ୍ନୋଲୋଜି ଆସେ ହୁଏତ ଟେଲିକମ୍ ଅପରେଟରମାନେ ଏହାକୁ ବିରୋଧ କରିପାରନ୍ତି। କାରଣ ଏହାଦ୍ୱାରା ସେମାନଙ୍କୁ କ୍ଷତି ସହିବାକୁ ପଡ଼ିପାରେ। କାରଣ ସେମାନେ ଭିଡିଓରୁ ଅନେକ ଟଙ୍କା ରୋଜଗାର କରିଥାନ୍ତି। ଯଦି D2M ଟେକ୍ନୋଲୋଜି ଆସେ ତା’ହେଲେ ସେମାନଙ୍କର 5G ବ୍ୟବସାୟ ଉପରେ ପ୍ରଭାବ ପଡ଼ିପାରେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ