Advertisment

ଆପଣ ପାନ୍‌ ସହ ଆଧାର ଲିଙ୍କ୍‌ କରିଛନ୍ତି ତ ? କିପରି ଜାଣିବେ…ଦେଖନ୍ତୁ ଷ୍ଟେପ୍

ପାନ୍ ଏବଂ ଆଧାର କାର୍ଡ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀ। ପ୍ରାୟ ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ତେବେ ସରକାର ପ୍ୟାନକୁ ଆଧାର କାର୍ଡ ସହିତ ଯୋଡିବାକୁ ବାଧ୍ୟତାମୂଳକ କରିଛନ୍ତି। ଆପଣଙ୍କ ପାନ ଆଧାର ସହ ଲିଙ୍କ୍ ଅଛି କି ନାହିଁ କିପରି ଜାଣିବେ? ଦେଖନ୍ତୁ ଷ୍ଟେପ୍‌…

ଅଦ୍ୟତନ ହୋଇଛି
How To link PAN with Aadhaar

How to check pan aadhaar link or not

Advertisment

ଆଜିର ସମୟରେ ପାନ୍ ଏବଂ ଆଧାର କାର୍ଡ ହେଉଛି ଏହିପରି ଦୁଇଟି ଡକ୍ୟୁମେଣ୍ଟ୍ ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀ। ପ୍ରାୟ ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ପଡୁଛି। ତେବେ ସରକାର ପ୍ୟାନକୁ ଆଧାର କାର୍ଡ ସହିତ ଯୋଡିବାକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଆପଣ ୩୦ ଜୁନ୍ ୨୦୨୩ ପୂର୍ବରୁ ଆଧାର ସହିତ PANକୁ ଲିଙ୍କ୍ ନ କରୁଛନ୍ତି ତେବେ ଆପଣଙ୍କର ପାନ୍ କାର୍ଡ ରଦ୍ଦ ହୋଇଯିବ। ଏମିତି ହେଲେ ଆପଣ ଅନେକ ଅସୁବିଧାର ସମ୍ମୁଖିନ ହେବେ। ଏହାର ଅର୍ଥ ଆପଣ ଆୟକର ରିଟର୍ଣ୍ଣ ଦାଖଲ କରିବା ସହିତ ବ୍ୟାଙ୍କ୍‌ରୁ ଟଙ୍କା କାରବାର ମଧ୍ୟ କରିପାରିବେ ନାହିଁ।

Advertisment

ଅଧିକ ପଢ଼ନ୍ତୁ: ଆହୁରି ତିନି ମାସ ବଢ଼ିଲା ଆଧାର-PAN ଲିଙ୍କ ଅବଧି, ଜାଣନ୍ତୁ କେବେ ଶେଷ ତାରିଖ...

୧,୦୦୦ଟଙ୍କା ଜରିମାନା ଦେବାକୁ ପଡିବ:

ମାର୍ଚ୍ଚ ୩୧ ପରେ ପାନ୍‌କୁ ଆଧାର ସହିତ ସଂଯୋଗ କରିବା ପାଇଁ ୧,୦୦୦ଟଙ୍କା ଜରିମାନା ଦେବାକୁ ପଡିବ। ଏପରି ପରିସ୍ଥିତିରେ, ଯେଉଁମାନେ ୩୧ ମାର୍ଚ୍ଚ ୨୦୨୩ ପୂର୍ବରୁ ଆଧାର ସହିତ PANକୁ ସଂଯୋଗ କରି ନାହାଁନ୍ତି, ତୁରନ୍ତ କରିନେବା ଉଚିତ୍।

Advertisment

ଏଠାରେ ପ୍ରଶ୍ନ ଉଠେ ଯେ ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହୋଇଛି କି ନାହିଁ ତାହା କିପରି ଜାଣିବେ? ଏହାର ପ୍ରକ୍ରିୟା ଅତି ସହଜ। ଆପଣ ଘରେ ବସି ଆପଣଙ୍କ ପ୍ୟାନ୍ ଆଧାର ସହିତ ଲିଙ୍କ୍ ହୋଇଛି କି ନାହିଁ ଜାଣିପାରିବେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

ଜାଣନ୍ତୁ ଷ୍ଟେପ୍:

ଆୟକର ବିଭାଗର ୱେବସାଇଟ୍ Income Tax e-filing portal କୁ ଯାଆନ୍ରୁ

‘Quick Links’ ଅଧିନରେ ଥିବା ' Link Aadhaar Status' ଉପରେ କ୍ଲିକ୍ କରନ୍ତୁ

How to check pan aadhaar link or notପାନ ସହ ଆଧାର ଲିଙ୍କ୍‌, ଷ୍ଟେପ୍ ୧

ତା’ପରେ ଆପଣଙ୍କ ସାମ୍ନାରେ ଏକ ନୂଆ ୱିଣ୍ଡୋ ଖୋଲିବ

ଏଠାରେ ପାନ ନମ୍ବର ଓ ଆଧାର ନମ୍ବରକୁ ଦିଅନ୍ତୁ

How to check pan aadhaar link or notପାନ ସହ ଆଧାର ଲିଙ୍କ୍‌, ଷ୍ଟେପ୍ ୨

'View Link Aadhaar Status' ଉପରେ କ୍ଲିକ୍ କରିବାକୁ ପଡିବ

ଏହାପରେ ଆପଣଙ୍କ ସାମ୍ନାରେ ଏକ ମେସେଜ୍ ଦେଖାଯିବ

How to check pan aadhaar link or notଆପଣ ପାନ ସହ ଆଧାର ଲିଙ୍କ୍‌ କରିଛନ୍ତି ତ?

ଏଥିରୁ ଆପଣ ଜାଣିଯିବେ ଯେ ଆପଣଙ୍କର ଆଧାର ଏବଂ ପାନ୍ ଲିଙ୍କ୍ ହୋଇଛି କି ନାହିଁ

How to check pan aadhaar link or not(ଲିଙ୍କ୍ ନ ହୋଇଥିଲେ)

ପ୍ରକାଶଥାଉ ଯେ PAN କୁ ଆଧାର ସହିତ ସଂଯୋଗ କରିବାର ସମୟ ସୀମା ଅନେକ ଥର ପରିବର୍ତ୍ତନ କରାଯାଇଛି। ଏହାପୂର୍ବରୁ, PAN କୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ଥିଲା ୩୧ ମାର୍ଚ୍ଚ ୨୦୨୨। ତେବେ ପରେ ଏହା ୫୦୦ ଟଙ୍କା ଜରିମାନା ସହିତ ୩୦ ଜୁନ୍ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହା ପରେ ପୁଣି ବୃଦ୍ଧି କରାଯାଇ ୧,୦୦୦ ଟଙ୍କା ଜରିମାନା ସହିତ ୩୧ ମାର୍ଚ୍ଚ ୨୦୨୩ କରାଯାଇଥିଲା। ବର୍ତ୍ତମାନ ଶେଷ ତାରିଖ ୩୦ ଜୁନ୍ ୨୦୨୩  ରଖାଯାଇଛି।

Advertisment
Aadhaar Linking Aadhaar-PAN Linking Aadhaar Card PAN Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ