ଯେତେ ଟେକ୍ନୋଲୋଜି ବିକଶିତ ହେବାରେ ଲାଗିଛି, ବମ୍ବେଲ୍ ଭଳି କମ୍ପାନୀଗୁଡିକ ମଧ୍ୟ ବ୍ୟବହାରକାରୀଙ୍କ ପାଇଁ ସେତେ ସୁବିଧା ବୃଦ୍ଧି କରିବାରେ ଲାଗିଛନ୍ତି ଓ ଯୋଗାଯୋଗକୁ ବଢାଇବା ପାଇଁ ଉନ୍ନତ ସାଧନ ଏବଂ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରୁଛନ୍ତି । ମହିଳାମାନଙ୍କୁ ସଶକ୍ତିକରଣ ଓ ସମାନ ଅଧିକାର ଉପରେ ଧ୍ୟାନ ଦେଇ ବମ୍ବେଲ୍ ନିକଟରେ ‘ଡିସେପସନ୍ ଡିଟେକ୍ଟର’ ପରି ଅଭିନବ ଫିଚର୍ ଆଣିଛି ।
ବମ୍ବେଲ୍ ନିକଟରେ ଆରମ୍ଭ ହୋଇଥିବା ‘ଡିସେପସନ୍ ଡିଟେକ୍ଟର’ ଫିଚର୍ ଏହାର ଚିହ୍ନଟ ଓ ଉପଭୋକ୍ତାମାନଙ୍କୁ କ୍ଷତିକାରକ ଜିନିଷରୁ ରକ୍ଷା କରିବାରେ ଲକ୍ଷ୍ୟ ରଖିଛି । ବମ୍ବେଲ୍ କହିଛି ଯେ ଟୁଲ୍ ପରୀକ୍ଷା ସମୟରେ ସ୍ପାମ୍ କିମ୍ବା ସ୍କାମ ଆକାଉଣ୍ଟ୍ ଭାବରେ ଚିହ୍ନିତ ୪୫% ଆକାଉଣ୍ଟକୁ ସଫଳତାର ସହିତ ବନ୍ଦ କରି ପାରିଛି । ପରୀକ୍ଷାର ପ୍ରାରମ୍ଭିକ ଦୁଇମାସ ମଧ୍ୟରେ, ବମ୍ବେଲ୍ ସ୍ପାମ୍, ସ୍କାମ ଏବଂ ନକଲି ଆକାଉଣ୍ଟ ସମ୍ବନ୍ଧରେ ଉପଭୋକ୍ତା ଅଭିଯୋଗରେ ୪୫% ହ୍ରାସ ଘଟିଥିବାର ଦେଖିବାକୁ ମିଲିଥିଲା ।
Also Read
କମ୍ପାନୀ କହିଛି ଯେ ବମ୍ବେଲ୍ ଅନୁସନ୍ଧାନ ଅନୁଯାୟୀ, ନୂଆ ଫିଚର୍ର ଶୁଭାରମ୍ଭ ଦର୍ଶାଉଛି ଯେ ଅନ୍ଲାଇନ୍ ଡେଟିଂରେ ନିୟୋଜିତ ଉପଭୋକ୍ତାମାନଙ୍କ ପାଇଁ ନକଲି ପ୍ରୋଫାଇଲ୍ ଓ ସ୍କାମର ସମ୍ଭାବନା ହେଉଛି ମୁଖ୍ୟ ଚିନ୍ତା । ସୂଚନା ଅନୁସାରେ ଡେଟିଂ ଆପ୍ ବ୍ୟବହାର କରିବା ସମୟରେ ୪୬% ମହିଳା ସେମାନଙ୍କ ଅନ୍ଲାଇନ୍ ମ୍ୟାଚ୍ର ସତ୍ୟତାକୁ ନେଇ ଚିନ୍ତିତ ରହିଛନ୍ତି ।
ଏକ ବିବୃତ୍ତିରେ ବମ୍ବେଲ୍ ସିଇଓ ଲିଡିଆନ୍ ଜୋନ୍ସ ସମାନତାକୁ ପ୍ରୋତ୍ସାହିତ କରିବା ଓ ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ ମହିଳାମାନଙ୍କୁ ସଶକ୍ତ କରିବାକୁ କମ୍ପାନୀର ମୂଳ ମିଶନକୁ ଆଲୋକିତ କରିଛନ୍ତି । “ସମାନ ସଠିକ୍ ସମ୍ପର୍କ ସୃଷ୍ଟି କରିବା ଓ ମହିଳାମାନଙ୍କୁ ପ୍ରଥମ ପଦକ୍ଷେପ ନେବା ପାଇଁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ବମ୍ବେଲ୍ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି । ଆମର ଆପ୍ ଗୁଡିକ ଅସଲି ରହିଛି ବୋଲି ମଧ୍ୟ ସେ କହିଛନ୍ତି । "