ତୁମେ ଚାମ୍ପିଅନ୍ସଙ୍କ ଭିତରେ ଚାମ୍ପିଅନ, ଭିନେଶ ଫୋଗଟଙ୍କୁ ମୋଦିଙ୍କ ସାନ୍ତ୍ୱନା

ଭିନେଶ ତୁମେ ଭାରତ ପାଇଁ ଗର୍ବ ଓ ସାରା ଭାରତୀୟଙ୍କ ପାଇଁ ପ୍ରେରଣା । ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବାପରେ ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ୍ତ୍ୱନା ।

Vinesh Phogat

ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବାପରେ ଭିନେଶ ଫୋଗଟଙ୍କୁ ସାନ୍ତ୍ୱନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, "ଭିନେଶ ତୁମେ ଚାମ୍ପିଅନ ମାନଙ୍କ ଭିତରେ ଚାମ୍ପିଅନ । ତୁମେ ଭାରତ ପାଇଁ ଗର୍ବ ଓ ସାରା ଭାରତୀୟଙ୍କ ପାଇଁ ପ୍ରେରଣା । ତେବେ ଆଜିର ନିଷ୍ପତ୍ତି ଦୁଃଖ ଦେଇଛି । ତେବେ ଦୃଢ ମନୋବଳ ସହ ଫେରିଆସ । ଆମେ ସମସ୍ତେ ତୁମ ସହ ଅଛୁ ।" ଭାରତୀୟ ଅଲିମ୍ପିକ ସଂଘ ସଭାପତି ପିଟି ଉଷାଙ୍କ ସହ କଥା ହୋଇ କେମିତି  ଭିନେଶଙ୍କୁ ସହାୟତା କରାଯାଇପାରିବ ସେନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟରେ ଭାରତ ଗର୍ବିତ...କଙ୍ଗନା କଲେ ପରିହାସ

ଅଧିକ ଓଜନ ପାଇଁ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଡିସକ୍ବାଲିଫାଏଡ୍ ଘୋଷିତ ହେବାପରେ ଭାରତକୁ ବଡ଼ ଝଟକା ଲାଗିଛି । ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସକ୍ବାଲିଫାଏଡ୍ ହୋଇଛନ୍ତି । ୫୦ କେଜିଠାରୁ ଭିନେଶ ସାମାନ୍ୟ କିଛି ଗ୍ରାମ ଅଧିକ ଓଜନର ହୋଇଥିବାରୁ ତାଙ୍କୁ ଡିସକ୍ବାଲିଫାଏଡ୍ ଘୋଷଣା କରାଯାଇଛି ।

 

ଗତକାଲି ୫୦ କେଜି ଫ୍ରି-ଷ୍ଟାଇଲ ଫାଇନାଲରେ ପହଞ୍ଚିଥିଲେ ଭିନେଶ । ସେମିଫାଇନାଲରେ ସେ କ୍ୟୁବା ପ୍ରତିଯୋଗୀଙ୍କୁ ୫-୦ ପଏଣ୍ଟରେ ହରାଇଥିଲେ । ଏହାସହ ଭାରତ ପାଇଁ ଏକ ପଦକ ପକ୍କା କରିଥିଲେ । ତେବେ ଡିସକ୍ବାଲିଫାଏଡ୍ ଘୋଷଣା ପରେ ତାଙ୍କୁ ଆଉ ଖେଳିବାକୁ ସୁଯୋଗ ମିଳିବ ନାହିଁ କି ପଦକ ମିଳିବ ନାହିଁ । ତେବେ ଏହି ନିଷ୍ପତ୍ତି ବିରୋଧରେ ଆପତ୍ତି ଉଠାଇଛି ଭାରତୀୟ ଅଲିମ୍ପିକ ଆସୋସିଏସନ ।

ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ(IOA) ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, "ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମହିଳା ୫୦ କିଲୋଗ୍ରାମ ବର୍ଗରେ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଅଧିକ ଓଜନ ହେବାରୁ ଭିନେଶ ଡିସକ୍ୱାଲିଫାଏଡ୍ ହୋଇଛନ୍ତି । ଏହି ସମୟରେ ଆଉ ଅଧିକ କିଛି କୁହାଯାଇପାରିବ ନାହିଁ । ଭିନେଶଙ୍କ ପ୍ରାଇଭେସିକୁ ସମ୍ମାନ ଜଣାଇବାକୁ ଭାରତୀୟ ଟିମ ଅନୁରୋଧ କରୁଛି ।"

ଅଧିକ ପଢ଼ନ୍ତୁ: Paris Olympics 2024: ବିରଳ ରେକର୍ଡ: ଆଖି ପଲକରେ ସ୍ବର୍ଣ୍ଣ ପଦକ ଜିତିଲେ ଲାଇଲ୍ସ !