Advertisment

ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାରୁ ଗିଲ୍‌ଙ୍କୁ ୧୧୫% ଫାଇନ୍

WTC ଫାଇନାଲ୍‌ରେ ଭାରତର ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଛି ଡବଲ ଝଟକା

ଅଦ୍ୟତନ ହୋଇଛି
Shubman Gill fined

Shubman Gill fined

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ WTC ଫାଇନାଲରେ ନିରାଶ କରିଛି ଟିମ ଇଣ୍ଡିଆ। ଭାରତକୁ ହରାଇ ଟାଇଟଲ ଦଖଲ କରିଛି କଙ୍ଗାରୁ ଟିମ୍‌। ହେଲେ WTC ଫାଇନାଲ୍‌ରେ ଭାରତର ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଛି ଡବଲ ଝଟକା। ପ୍ରଥମଟି ହେଲା ଧିମା ବୋଲିଂ ପାଇଁ ଫାଇନ୍‌। ଦ୍ୱିତୀୟଟି ଶୁବମନ୍‌ ଗିଲ୍‌ଙ୍କୁ ଅତିରିକ୍ତ ଫାଇନ୍‌।

Advertisment

ଟିମ ଇଣ୍ଡିଆର ସବୁ ଖେଳାଳିଙ୍କ ମ୍ୟାଚ୍‌ ଫି’ ୧୦୦% କଟିଛି। ଧିମା ବୋଲିଂ ପାଇଁ ଆଇସିସି ଏପରି ପଦକ୍ଷେପ ନେଇଛି। ଆଇସିସି ତା’ ବିବୃତିରେ କହିଛି ଯେ ଭାରତୀୟ ଟିମ ଧାର୍ଯ୍ୟ ସମୟରେ ୫ ଓଭର କମ ବୋଲିଂ କରିଥିଲା। ଗୋଟିଏ ଓଭର ବିଳମ୍ବ ପାଇଁ ୨୦% ମ୍ୟାଚ୍‌ ଫି’ କଟିଥାଏ। ତେଣୁ ୫ ଓଭର ବିଳମ୍ବ ପାଇଁ ଭାରତୀୟ ଟିମର ଶତପ୍ରତିଶତ ମ୍ୟାଚ୍‌ ଫି’ କଟିଛି।

ସେହିପରି ଦଳର ବ୍ୟାଟର ଶୁବମନ ଗିଲଙ୍କୁ ଅତିରିକ୍ତ ୧୫% ଫାଇନ ଲାଗୁ କରାଯାଇଛି। ସେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସ୍‌ରେ ବିବାଦୀୟ ଢଙ୍ଗରେ ଆଉଟ ହୋଇଥିଲେ। ଥାର୍ଡ ଅମ୍ପାୟାର ତାଙ୍କୁ ଆଉଟ କରାଇ ଦେଇଥିଲେ ମଧ୍ୟ ସୋଶାଲ ମିଡିଆରେ ସେ ଏହା ବିରୋଧରେ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ଜୋରିମାନା ଦେବାକୁ କୁହାଯାଇଛି। ଏହାର ଅର୍ଥ ଗିଲ୍‌ଙ୍କ ମ୍ୟାଚ୍‌ ଫି’ ୧୧୫% କଟିଛି।

Advertisment

ଦ୍ୱିତୀୟ ଇନିଂସ୍‌ରେ ତୃତୀୟ ସ୍ଲିପରେ କ୍ୟାଚ୍‌ ଆଉଟ ହୋଇଥିବା ଗିଲ୍‌ଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଲାଗିଛି। ଅଷ୍ଟ୍ରେଲିଆର କାମେରନ ଗ୍ରୀନ ସ୍ପଷ୍ଟ ଭାବେ କ୍ୟାଚ ଧରି ନଥିଲେ ହେଁ ଥାର୍ଡ ଅମ୍ପାୟାର ଗିଲଙ୍କୁ ଆଉଟ ଦେଇଥିଲେ। ଏଥିପାଇଁ ତୃତୀୟ ଅମ୍ପାୟାରଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଗିଲ୍‌ ମଧ୍ୟ ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ଥାର୍ଡ ଅମ୍ପାୟାରଙ୍କୁ ଟାର୍ଗେଟ କରିଥିଲେ। ଏଥିପାଇଁ ଆଇସିସି ତାଙ୍କୁ ଦଣ୍ଡିତ କରିଛି।

Advertisment

ଆଇସିସି କହିଛି ଯେ ଗିଲ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ଧାରା ୨.୭କୁ ଉଲ୍ଲଙ୍ଘନ କରିଛନ୍ତି। ଟିଭି ଅମ୍ପାୟାର ରିଜାର୍ଡ କେଟ୍ଟେଲବର୍ଗ ବାରମ୍ବାର ରିପ୍ଲେ ଦେଖି ଗ୍ରୀନ ସ୍ପଷ୍ଟ ଭାବେ ଗିଲ୍‌ଙ୍କ କ୍ୟାଚ୍‌ ଧରିଥିବା କହିଥିଲେ। ତେବେ ଏହାପରେ ଗିଲ୍‌ ସୋସିଆଲ ମିଡିଆରେ ପୋଷ୍ଟ କରି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ଅଣ ଖେଳୁଆଡ଼ ମନୋଭାବ ହୋଇଥିବାରୁ ତାଙ୍କୁ ୧୫% ଫାଇନ୍ ଲାଗୁ କରାଯାଇଥିବା ଆଇସିସି କହିଛି।

ଅଷ୍ଟ୍ରେଲିଆ ବିଳମ୍ବରେ ୪ ଓଭର ବୋଲିଂ କରିଥିବା ଚାମ୍ପିୟନ ଦଳର ଖେଳାଳିଙ୍କ ମ୍ୟାଚ୍‌ ଫି’ ୮୦% କଟିଛି। ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ପାଇଁ ଆଇସିସି ପ୍ରସ୍ତୁତ କରିଥିବା କୋଡ ଅଫ କଣ୍ଡକ୍ଟର ଧାରା ୨.୨୨ ଅନୁଯାୟୀ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପ୍ରକାଶଥାଉକି ଓଭାଲ ଠାରେ ଚାଲିଥିବା WTC ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୨୦୯ ରନରେ ପରାଜୟ ବରଣ କରିଛି ଭାରତ। ଓଭାଲରେ ଖେଳାଯାଇଥିବା WTC ଫାଇନାଲରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ୨୯୬ ରନ କରିଥିଲା।

ପ୍ରଥମ ଇନିଂସରେ ୧୭୩ ରନର ଅଗ୍ରଣୀ ନେବା ପରେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୭୦ ରନ କରିବାରୁ ଭାରତ ଆଗରେ ବିଜୟ ପାଇଁ ୪୪୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୨୩୪ ରନ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ କୌଣସି ଜଣେ ହେଲେ ବ୍ୟାଟର ଅର୍ଦ୍ଧଶତକଟିଏ ମଧ୍ୟ କରିପାରିନଥିଲେ। 

WTC Final Shubman Gill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ