Advertisment

World Cup 2023: କାହିଁକି ବାରବାଟୀ ଷ୍ଟାଡିୟମରେ ହେବନି ବିଶ୍ୱକପ୍‌ ମ୍ୟାଚ୍‌ ? କାହିଁକି ପଡ଼ିଲା ବାଦ୍‌...

ବିଶ୍ୱକପ୍ କ୍ରିକେଟ୍ ଭେନ୍ୟୁ ଲିଷ୍ଟରେ ବାରବାଟୀ ନାହିଁ। ବିଶ୍ୱସ୍ତରୀୟ ବ୍ୟବସ୍ଥା, ସବୁ ପ୍ରକାର ସୁବିଧା ଥାଇ ବି କାହିଁକି ବାରବାଟୀ ବାଦ୍ ପଡ଼ିଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

ଅଦ୍ୟତନ ହୋଇଛି
World Cup 2023

World Cup 2023

Advertisment

କ୍ରିକେଟର ମହାକୁମ୍ଭ...ବିଶ୍ୱ ଦେଖିବା ଶକ୍ତିଶାଳୀ ଟିମ୍ ମଧ୍ୟରେ କଡ଼ା ମୁକାବିଲା...ଫାଇଟ୍ ଏମିତି ଯାହାକୁ ଦେଖିବାକୁ ଶହ ଶହ ଲୋକଙ୍କ ହେବ ଭିଡ଼। ଏଥର ଭାରତରେ ବିଶ୍ୱକପ୍ କ୍ରିକେଟ ହେଉଛି, ଆଶା ଥିଲା ବିଶ୍ୱକପ୍‌କୁ ଅତି ପାଖରୁ ଦେଖିବେ ଓଡ଼ିଶାବାସୀ। କିନ୍ତୁ ନା ବାରବାଟୀକୁ ମିଳିଲା ମ୍ୟାଚ୍ ନା ବାରବାଟୀରେ ହେବ ମ୍ୟାଚ୍‌।

Advertisment

ବିଶ୍ୱକପ୍ କ୍ରିକେଟ୍ ଭେନ୍ୟୁ ଲିଷ୍ଟରେ ବାରବାଟୀ ନାହିଁ। ବିଶ୍ୱସ୍ତରୀୟ ବ୍ୟବସ୍ଥା, ସବୁ ପ୍ରକାର ସୁବିଧା ଥାଇ ବି କାହିଁକି ବାରବାଟୀ ବାଦ୍ ପଡ଼ିଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।ଆସନ୍ତାକାଲିଠୁ କ୍ରିକେଟର ମହାକୁମ୍ଭ ବିଶ୍ୱକପ୍-୨୦୨୩ ଆରମ୍ଭ ହେଉଛି। ଗୁଜରାଟ ଅହମ୍ମଦାବାଦରେ ଉଦ୍‌ଘାଟନୀ ମ୍ୟାଚ୍ ଥିବାବେଳେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ।

ମାତ୍ର କ୍ରିକେଟ୍ ବିଶ୍ୱକପ୍ ଭେନ୍ୟୁରେ କଟକର ବାରବାଟୀ ଷ୍ଟାଡିୟମ ନଥିବାରୁ ନିରାଶ ହୋଇଛନ୍ତି କ୍ରୀଡ଼ାପ୍ରେମୀ। କ’ଣ ପାଇଁ ବାରବାଟୀ ସ୍ଥାନ ପାଇଲା ନାହିଁ, ସେନେଇ ବିଶେଷଜ୍ଞ ଅନେକ କାରଣ ଦର୍ଶାଇଥିବା ବେଳେ ଓସିଏର ଯୁକ୍ତି, ବିସିସିଆଇ ମେଟ୍ରୋ ସିଟିକୁ ଦେଇଛି ଗୁରୁତ୍ୱ। ବାରବାଟୀରେ ମ୍ୟାଚ୍ ନହେବା ନେଇ ଅନେକ କାରଣ ରହିଛି। କିଛି କାରଣ ଯାହା BCCIକୁ ଖପ୍ପା କରିଥାଇପାରୋ 

Advertisment
  • ନମ୍ବର ୧- ବାରବାଟୀ ଷ୍ଟାଡିୟମର ଗ୍ରାଉଣ୍ଡ ଅଲମ୍ପିକ୍ସ ଆସୋସିଏସଏନର, OCAର ନିଜସ୍ୱ ପଡ଼ିଆ ନାହିଁ
  • ନମ୍ବର ୨- ପଡ଼ିଆକୁ ନେଇ ରାଜ୍ୟ ସରକାରଙ୍କ ସହ ଅଲମ୍ପିକ୍ସ ଆସୋସିଏସଏନର ୯୯ ବର୍ଷିଆ ଲିଜ୍ ଅବଧି ବି ସରି ଯାଇଛି
  • ନମ୍ବର ୩- ବାରବାଟୀରେ ବର୍ଷ ତମାମ୍ କ୍ରିକେଟ୍ ସହ ଅନ୍ୟ ଇଭେଣ୍ଟ ବି ହୁଏ। ତେଣୁ ଏସବୁକୁ ଦେଖି ବିସିସିଆଇ ବିଶ୍ୱକପ୍‌ରେ ବାରବାଟୀକୁ ବାଛିନଥିବା ବିଶେଷଜ୍ଞ କହିଛନ୍ତିା 
Advertisment

କାହିଁକି ବାଦ୍‌ ପଡ଼ିଲା ବାରବାଟୀ ? ଲକ୍ଷ୍ନୌ, ପୁଣେ ଭଳି ସହରକୁ ବଛା ଯାଇଥିବା ବେଳେ ଓଡ଼ିଶାକୁ ଭେନ୍ୟୁ ଦେବାରେ ଅସୁବିଧା କ’ଣ ? ଗୌହାଟୀରେ ଅଭ୍ୟାସ୍ ମ୍ୟାଚ୍ ହୋଇଥିଲେ ବି କଟକରେ କାହିଁକି ନାହିଁ ? ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମୁହଁ ଖୋଲିଛନ୍ତି। BCCIକୁ ଅନୁରୋଧ କରାଯାଇଥିଲା।

ତେବେ ମେଟ୍ରୋ ସିଟିରେ ମ୍ୟାଚ୍ କରାଇବାକୁ ଅଧିକ ଗୁରୁତ୍ୱ ଦିଆଯାଇଛିା ନିଜସ୍ୱ ପଡ଼ିଆ ନଥିବା ଚର୍ଚ୍ଚାକୁ ଓସିଏ ସମ୍ପାଦକ ଖଣ୍ଡନ କରିଛନ୍ତିା ଆଉ ଏକ ନୂଆ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ପାଇଁ ଯୋଜନା ଥିବା ସେ ଦୋହରାଇଛନ୍ତିା ଅନେକ ହାଇଭୋଲଟେଜ୍ ମ୍ୟାଚ୍ ଦେଖିଛି ବାରବାଟୀା ଅନେକ ଇତିହାସ ବି ଏଠି ରହିଛି। ହେଲେ ବିଶ୍ୱକପ୍‌ରେ ବାରବାଟୀକୁ ମ୍ୟାଚ୍ ନମିଳିବା ଅନେକ କ୍ରୀଡାପ୍ରେମୀଙ୍କୁ ବ୍ୟଥିତ କରିଛିା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ