Advertisment

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର; ଏଣିକି ମହିଳା ଆଇପିଏଲ୍‌ରେ ୩ଟି ଟିମ୍‌ ନୁହେଁ, ପଡ଼ିଆକୁ ଓହ୍ଲାଇବ ୬ଟି ଟିମ୍‌

ଆସନ୍ତାବର୍ଷ ଅର୍ଥାତ ୨୦୨୩ରୁ ୬ଟି ଟିମ୍‌କୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବ। ବିସିସିଆଇ ଏନେଇ ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡ଼ିଛି।

ଅଦ୍ୟତନ ହୋଇଛି
IPL 2022

IPL 2022

Advertisment

ବଢ଼ୁଛି ସର୍ଟ ଫର୍ମାଟ୍‌ କ୍ରିକେଟ୍‌ର କ୍ରେଜ୍‌ । ଚଳିତ ବର୍ଷ ପୁରୁଷଙ୍କ ଆଇପିଏଲରେ ୮ଟି ଟିମ୍‌ ବଦଳରେ ୧୦ ଟି ଟିମ୍‌କୁ ନେଇ ଅନୁଷ୍ଠିତ ହେବ । ଟିକ୍‌ ସେହିପରି ମହିଳା ଆଇପିଏଲରେ ମଧ୍ୟ ଟିମ ସଂଖ୍ୟା ବଢ଼ିବ। ଆସନ୍ତାକାଲି ଆଇପିଏଲ ୨୦୨୨ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ଓ କୋଲକାତା ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ପୂର୍ବରୁ ମହିଳା ଆଇପିଏଲକୁ ନେଇ ବଡ଼ ଖବର ଆସିଛି।

Advertisment

ଆସନ୍ତାବର୍ଷ ଅର୍ଥାତ ୨୦୨୩ରୁ ୬ଟି ଟିମ୍‌କୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବ। ବିସିସିଆଇ ଏନେଇ ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡ଼ିଛି। ଆଜିକୁ ପ୍ରାୟ ଦୁଇ ବର୍ଷ ପରେ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିଥିଲା। ଏହି ସମୟରେ ବିସିସିଆଇ ଆସନ୍ତା ବର୍ଷରୁ ପୂର୍ଣ୍ଣକାଳୀନ ମହିଳା ଟି-୨୦ ଚ୍ୟାଲେଞ୍ଜ ବା ଆଇପିଏଲ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ୬ଟି ଟିମ୍ ଭାଗ ନେବେ। ବର୍ତ୍ତମାନ ମହିଳା ଆଇପିଏଲକୁ ସ୍ପନସର କରୁଥିବା ଟିମ୍‌କୁ ପ୍ରଥମେ ଦଳ ବାଛିବାକୁ ଅନୁମତି ମିଳିବ।

ବର୍ତ୍ତମାନ ବିସିସିଆଇ ପକ୍ଷରୁ ମହିଳା ଟି-୨୦ ଚ୍ୟାଲେଞ୍ଜ ୩ ଟିମକୁ ନେଇ ମ୍ୟାଚ୍‌ ଆୟୋଜନ କରୁଛି। ୨୦୨୧ରେ କରୋନା ପାଇଁ ମହିଳା ଆଇପିଏଲ ଅନୁଷ୍ଠିତ ହୋଇପାରିନଥିଲା। ୨୦୨୨ରେ କିନ୍ତୁ ପ୍ରଦର୍ଶନୀ ମ୍ୟାଚ୍‌ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ୨୦୧୮ରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା। ପ୍ରଥମ ସିଜନରେ କେବଳ ଗୋଟିଏ ମୁକାବିଲା ହୋଇଥିଲା।

Advertisment

ତେବେ ୨୦୧୯ ଓ ୨୦୨୦ରେ ୩ ଟିମ୍ ମଧ୍ୟରେ ୪ଟି ଲେଖାଏ ମ୍ୟାଚ୍ ଖେଳାଯାଇଥିଲା। ୨୦୨୦ରେ ଭାରତ ବ୍ୟତୀତ ୭ ଦେଶର ମହିଳା ଖେଳାଳି ଏଥିରେ ସାମିଲ୍‌ ହୋଇଥିଲେ। ଏଥିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଓ ଥାଇଲ୍ୟାଣ୍ଡର ଖେଳାଳି ଭାଗ ନେଇଥିଲେ।

ଅଷ୍ଟ୍ରେଲିଆ ବହୁ ଆଗରୁ ୮ ଟିମକୁ ନେଇ ମହିଳା ବିଗ ବ୍ୟାଶ୍ ଲିଗ୍ ଆୟୋଜନ କରିଆସୁଛି। ଇଂଲିଶ କ୍ରିକେଟ ବୋର୍ଡ ବି ପୂର୍ଣ୍ଣକାଳୀନ ମହିଳା ଟି-୨୦ ଲିଗ୍‌ ଆୟୋଜନ କରୁଛନ୍ତି। ଆଗକୁ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମହିଳା ଟି-୨୦ ଲିଗ୍‌ ଆୟୋଜନ କରିବେ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ମଧ୍ୟ ପୂର୍ଣ୍ଣକାଳୀନ ମହିଳା ଟି-୨୦ ଚ୍ୟାଲେଞ୍ଜ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

Advertisment
IPL2022 BCCI Womens Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ