ପ୍ରେମ ବଦଳାଇଲା ସବୁକିଛି; ପୂର୍ବରୁ ଥିଲେ କଣ, ଏବେ ହେଲେ କଣ ...

ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଭାରତୀୟ କ୍ରିକେଟ ଓ ବଲିଉଡ ଜଗତର ଏକ ଚର୍ଚ୍ଚିତ ଯୋଡ଼ି । ନିଜର ପ୍ରେମ ସଂପର୍କ ହେଉ କିମ୍ବା ଅନ୍ୟ କିଛି ମିଡିଆରେ ଏହି ଦୁଇ ଜଣଙ୍କର ସବୁ ବେଳେ ଚର୍ଚ୍ଚା ଚାଲିଥାଏ ।

Virushka

ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଭାରତୀୟ କ୍ରିକେଟ ଓ ବଲିଉଡ ଜଗତର ଏକ ଚର୍ଚ୍ଚିତ ଯୋଡ଼ି । ନିଜର ପ୍ରେମ ସଂପର୍କ ହେଉ କିମ୍ବା ଅନ୍ୟ କିଛି ମିଡିଆରେ ଏହି ଦୁଇ ଜଣଙ୍କର ସବୁ ବେଳେ ଚର୍ଚ୍ଚା ଚାଲିଥାଏ । ନିକଟରେ ମଧ୍ୟ ପୁଣି ଏହି ସେଲିବ୍ରିଟି ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି । ଗତ କିଛିଦିନ ତଳେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ଏହା ପରେ ବିରାଟ ଛୁଟି କାଟିବା ପାଇଁ ଲଣ୍ତନରେ ଥିବା ନିଜ ପତ୍ନୀ ଓ ପିଲାଙ୍କ ପାଖକୁ ଚାଲିଯାଇଥିଲେ ।

ଗତ କିଛିଦିନ ତଳେ ବିରାଟ ଓ ଅନୁଷ୍କାଙ୍କୁ ଏକ କିର୍ତ୍ତନ ସମାବେଶରେ ଯୋଗ ଦେବାର ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ଜଣେ X ୟୁଜର୍ସ ପୋଷ୍ଟ କରି ଲେଖିଛନ୍ତି, ପ୍ରେମ କଣ ତାହା ଆମେ ବିରାଟ ଓ ଅନୁଷ୍କାଙ୍କଠାରୁ ହିଁ ଜାଣିପାରିବା । କିପରି ଭାବେ ଏହି ଦମ୍ପତ୍ତି ନିଜ ସମ୍ପର୍କ ଓ ପ୍ରେମ ପାଇଁ ନିଜକୁ ପରିବର୍ତ୍ତନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଅଭିନୟ ସହ ଭାରତ ଛାଡିଦେବେ ଅନୁଷ୍କା ଶର୍ମା ! ବିରାଟଙ୍କ ସହ ଚାଲିଯିବେ କି ଲଣ୍ଡନ୍ !

ସେ ଲେଖିଛନ୍ତି, କୋହଲିଙ୍କୁ ଆମେ ଏପରି ଦେଖିନାହୁଁ । ସେ ପୂଜାପାଠରେ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ସେ ମନ୍ଦିର ପରିଦର୍ଶନ କରିବା ସହ ବିଭିନ୍ନ ପ୍ରକାର ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏ ପ୍ରକାର ପରିବର୍ତ୍ତନ କେବଳ ତାଙ୍କର ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଇଁ ସମ୍ଭବ ହୋଇପାରିଛି । କୋହଲିଙ୍କର ଏବିଷୟରେ ଏକ ମନ୍ତବ୍ୟ ମଧ୍ୟ ପୂର୍ବରୁ ଭାଇରାଲ ହୋଇସାରିଛି । ଟିମ୍ ପ୍ରେସମିଟ୍‌ରେ ସେ ନିଜକୁ ପୂଜାପାଠରେ ବିଶ୍ୱାସ କରୁନଥିବା କହିଥିଲେ ।

ବହୁ ବର୍ଷ ପୂର୍ବେ, ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ବିରାଟଙ୍କୁ ଏକ ମ୍ୟାଚ୍ ପୂର୍ବରୁ ‘ପୂଜା-ପାଠ’ କରନ୍ତି କି ବୋଲି ପଚରା ଯାଇଥିଲା, ସେତେବେଳେ ସେ ଉତ୍ତର ଦେଇଥଲେ, “ମୁଁ ପୂଜାପାଠ କରୁଥିବା ପରି ଦେଖା ଯାଉଛି କି? (Do I look the pooja-path types?) ସେହିପରି ଅଭିନେତ୍ରୀ ଅନୁଷ୍କା ମଧ୍ୟ କୋହଲିଙ୍କ ପାଇଁ ନିଜକୁ ପରିବର୍ତ୍ତନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଅନୁଷ୍କାଙ୍କୁ ବାର୍ବାଡସ୍‌ର ବାତ୍ୟା ଦେଖାଇଲେ ବିରାଟ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ

ନିଜର କ୍ୟାରିଅରକୁ ଅନୁଷ୍କା ପଛରେ ପକାଇ ବିରାଟଙ୍କୁ ସମର୍ଥନ କରୁଛନ୍ତି । କୋହଲିଙ୍କର ବ୍ୟସ୍ତବହୁଳ କ୍ରିକେଟ କାର୍ଯ୍ୟସୂଚୀ ପାଇଁ ସେ ଘରେ ରହି ପିଲାଙ୍କର ଯତ୍ନ ନେଉଛନ୍ତି । ଗତ କେତେ ବର୍ଷ ଧରି ଏଥିପାଇଁ ସେ ଟିଭି ସ୍କ୍ରିନ୍‌ରୁ ବାହାରେ ଅଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଏପରି ମେଳକ ସ୍ୱର୍ଗରେ ତିଆରି ହୁଏନାହିଁ । କେବଳ ଦୁଇଜଣ ବ୍ୟକ୍ତି ଯିଏ ପରସ୍ପରର ସୁଖ ପାଇଁ ପ୍ରତିଦିନ ପ୍ରୟାସ କରନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟଟି ବହୁଳ ମାତ୍ରାରେ ଭାଇରାଲ ହୋଇଛି । ଜଣେ X ବ୍ୟବହାରକାରୀ ପୋଷ୍ଟ କରିଛନ୍ତି, ଏହା ସ୍ୱେଚ୍ଛାକୃତ ଭାବେ ଆସେ । ପରସ୍ପରକୁ ଯେକୌଣସି ପରିସ୍ଥିତିରେ ସମର୍ଥନ କରିବା ହିଁ ପ୍ରକୃତ ପ୍ରେମ ଅଟେ । ଅନ୍ୟ ଜଣେ ଲେଖିଛନ୍ତି, ପୂର୍ବରୁ ଅନୁଷ୍କା କହିଥିଲେ ଯେ ନିଜ ସ୍ୱାମୀ ଓ ସନ୍ତାନ ପାଇଁ ସେ ନିଜ କ୍ୟାରିଅର୍‌କୁ ମଧ୍ୟ ପଛରେ ପକାଇ ଦେଇପାରିବେ । ତାହା ହିଁ ଘଟିଛି ।