Advertisment

Virat Kohli: ବିରାଟ କୋହଲିଙ୍କୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଏବି ଡି'ଭିଲିୟର୍ସ, ନେଲେ ଆଉ ଜଣଙ୍କ ନାଁ

ନିକଟରେ ଡି'ଭିଲିୟର୍ସ ତିନି ଜଣ ବ୍ୟାଟ୍ସମ୍ୟାନଙ୍କ ନାଁ ନେଇଥିଲେ, ଯେଉଁଥିରେ ସେ କାଲିସଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଆଖ୍ୟା ଦେଇଥିଲେ। ଏହାପରେ ଦ୍ୱିତୀୟ ସ୍ଥାନରେ ଏବି ରିକି ପଣ୍ଟିଙ୍ଗଙ୍କୁ ରଖିଥିଲେ। ତୃତୀୟ ସ୍ଥାନରେ ଏବିଙ୍କର ପସନ୍ଦର ଶୀର୍ଷ ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲି ରହିଛନ୍ତି। ଏହାସହ ଏବି ଏକ ବିଶ୍ୱ ଏକାଦଶ ମଧ୍ୟ ମନୋନୀତ କରିଛନ୍ତି ।

ଅଦ୍ୟତନ ହୋଇଛି
Virat Kohli

Virat Kohli

Advertisment

ବିରାଟ କୋହଲିଙ୍କୁ ତାଙ୍କ ପ୍ରଶଂସକମାନେ 'କିଙ୍ଗ କୋହଲି' ନାମରେ ଜାଣନ୍ତି। କିନ୍ତୁ ତାଙ୍କ ବନ୍ଧୁ ଏବି ଡି'ଭିଲିୟର୍ସ ଏକ ବଡ଼ କଥା କହିଛନ୍ତି । ଡି'ଭିଲିୟର୍ସ କୋହଲିଙ୍କୁ ନୁହେଁ, ବରଂ ଅନ୍ୟ ଜଣେ କ୍ରିକେଟରଙ୍କୁ ବିଶ୍ୱ କ୍ରିକେଟର କିଙ୍ଗ ବୋଲି କହିଛନ୍ତି। ବିଶ୍ୱର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ଏବି ଡି'ଭିଲିୟର୍ସ ଜାକ୍‌ କାଲିସଙ୍କୁ ବିଶ୍ୱ କ୍ରିକେଟର 'କିଙ୍ଗ' ବୋଲି କହିଛନ୍ତି। ଏକ ସାକ୍ଷାତକାର ସମୟରେ ଏବିଙ୍କୁ ପଚରାଯାଇଥିଲା ଯେ, ଯେତେବେଳେ ଆପଣ କିଙ୍ଗ ଅଫ କ୍ରିକେଟ ଶୁଣନ୍ତି, ପ୍ରଥମେ ଆପଣଙ୍କ ମନରେ କ’ଣ ଆସେ। ଏହି ପ୍ରଶ୍ନର ଉତ୍ତରରେ ଏବି 'କିଙ୍ଗ' ଭାବରେ 'ଜାକ୍‌ କାଲିସ'ଙ୍କ ନାମ ନେଇଛନ୍ତି।

Advertisment

ଜାକ୍‌ କାଲିସ ଜଣେ ଭଲ କ୍ରିକେଟର ଥିଲେ । ତାଙ୍କର ବ୍ୟାଟିଂ ଓ ବୋଲିଂରେ ବେଶ୍ ଭଲ ଦକ୍ଷତା ଥିଲା । କାଲିସଙ୍କୁ ଜଣେ ମହାନ କ୍ରିକେଟର ଭାବେ ଗଣାଯାଏ।

ନିକଟରେ ଡି'ଭିଲିୟର୍ସ ତିନି ଜଣ ବ୍ୟାଟ୍ସମ୍ୟାନଙ୍କ ନାଁ ନେଇଥିଲେ, ଯେଉଁଥିରେ ସେ କାଲିସଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଆଖ୍ୟା ଦେଇଥିଲେ। ଏହାପରେ ଦ୍ୱିତୀୟ ସ୍ଥାନରେ ଏବି ରିକି ପଣ୍ଟିଙ୍ଗଙ୍କୁ ରଖିଥିଲେ। ତୃତୀୟ ସ୍ଥାନରେ ଏବିଙ୍କର ପସନ୍ଦର ଶୀର୍ଷ ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲି ରହିଛନ୍ତି। ଏହାସହ ଏବି ଏକ ବିଶ୍ୱ ଏକାଦଶ ମଧ୍ୟ ମନୋନୀତ କରିଛନ୍ତି । ଯେଉଁଥିରେ ସେ ସଚିନ ତେନ୍ଦୁଲକର ଓ ଜୋ ରୁଟଙ୍କୁ ସ୍ଥାନ ଦେଇ ନାହାନ୍ତି। ଏବିଙ୍କ ସର୍ବଶ୍ରେଷ୍ଠ ବିଶ୍ୱ ଏକାଦଶରେ କୋହଲି ଓ ପଣ୍ଟିଙ୍ଗଙ୍କୁ ସ୍ଥାନ ମିଳିଥିଲା। ସ୍ପିନର ଭାବରେ ଏବି ମୁଥୈୟା ମୁରଲୀଧରନ ଓ ଶେନ ୱାର୍ଣ୍ଣଙ୍କୁ ତାଙ୍କର ଏହି ବିଶେଷ ଏକାଦଶରେ ସାମିଲ କରିଥିଲେ।

Advertisment

ଏବି ଡି'ଭିଲିୟର୍ସଙ୍କ ଦ୍ୱାରା ମନୋନୀତ ବିଶ୍ୱର ସର୍ବଶ୍ରେଷ୍ଠ ଏକାଦଶ:
ଗ୍ରୀମ ସ୍ମିଥ, ମାଥ୍ୟୁ ହେଡ଼ନ, ରିକି ପଣ୍ଟିଙ୍ଗ, ବିରାଟ କୋହଲି, ଷ୍ଟିଭ ସ୍ମିଥ, କେନ ଉଇଲିୟମସନ, ମହେନ୍ଦ୍ର ସିଂ ଧୋନୀ, ଆଡ଼ମ ଗିଲକ୍ରିଷ୍ଟ, ମାର୍କ ବାଉଚର, ମିଚେଲ ଜନସନ, ମହମ୍ମଦ ଆସିଫ, ମୁଥୈୟା ମୁରଲୀଧରନ, ଶେନ ୱାର୍ଣ୍ଣ। ଏବେ ଏବି ଡି'ଭିଲିୟର୍ସ ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡସରେ ଖେଳୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଏବି ତାଙ୍କର ବ୍ୟାଟିଂ ଦ୍ୱାରା ଚହଳ ପକାଇ ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଏବି ଦୁଇଟି ଶତକ ହାସଲ କରିଛନ୍ତି। ଏହାସହ ସେ ତାଙ୍କର ଫିଲଡିଂ ଦ୍ୱାରା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ଅଧିକ ପଢ଼ନ୍ତୁ: ମୁଁ କାହାକୁ ପ୍ରତାରଣା କରିନାହିଁ, ଆଖି ଆଗରେ ଅନ୍ଧକାର ଛାଇ ଯାଉଥିଲା

Virat Kohli Cricket AB AB De Villiers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ