Advertisment

ODI ଇତିହାସରେ ଭାରତର ଏକ ହଜାରତମ ମ୍ୟାଚ: ଭାରତ ପାଇଁ ୧୭୭ ରନ୍‌ର ଲକ୍ଷ୍ୟ

ଆଜି ଭାରତ ପାଇଁ ଏହା ଏକ ଐତିହାସିକ ଦିନିକିଆ ମ୍ୟାଚ । ଅହମ୍ମଦାବାଦର ମୋଟେରାରେ ଏହି ମ୍ୟାଚ୍ ଖେଳାଯାଉଛି । ଆଜିର ଐତିହାସିକ ମ୍ୟାଚ୍ ଜିତି ବିଜୟରୁ ସିରିଜ ଆରମ୍ଭ କରିବା କ୍ୟାପ୍‌ଟେନ୍ ରୋହିତ ଶର୍ମା ଲକ୍ଷ୍ୟ ରଖିଛନ୍ତି । ତେବେ ଆଜି ମ୍ୟାଚ୍‌ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇ ବାହୁରେ କଳାଫିତା ପିନ୍ଧିଛନ୍ତି ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ।

ଅଦ୍ୟତନ ହୋଇଛି
Ind- WI ODI

Ind- WI ODI

Advertisment

ODI ଇତିହାସରେ ଭାରତର ରେକର୍ଡ ଏକ ହଜାରତମ ମ୍ୟାଚ । ରେକର୍ଡ ମ୍ୟାଚ୍ ଜିତିବାକୁ ଭାରତ ଆଗରେ ୧୭୭ ରନ୍‌ର ଟାର୍ଗେଟ୍ ଦେଇଛି ୱେଷ୍ଟ ଇଣ୍ତିଜ୍ ଟିମ୍ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୭୬ ରନ୍‌ରେ ଅଲଆଉଟ୍ ହୋଇଛି । ଭାରତ ପକ୍ଷରୁ ଚହଳଙ୍କୁ ୪, ୱାଶିଙ୍ଗଟନଙ୍କୁ ୩, ପ୍ରସିଦ୍ଧଙ୍କୁ ୨, ସିରାଜଙ୍କୁ ୧ ୱିକେଟ୍ ମିଳିଛି। ୱେଷ୍ଟ ଇଣ୍ତିଜ୍ ଟିମ୍ ପକ୍ଷରୁ ଜେସନ୍ ହୋଲ୍ଡର ସର୍ବାଧିକ ୫୭ ରନ୍ କରିଛନ୍ତି।

Advertisment

ଆଜି ଭାରତ ପାଇଁ ଏହା ଏକ ଐତିହାସିକ ଦିନିକିଆ ମ୍ୟାଚ । ଅହମ୍ମଦାବାଦର ମୋଟେରାରେ ଏହି ମ୍ୟାଚ୍ ଖେଳାଯାଉଛି । ଆଜିର ଐତିହାସିକ ମ୍ୟାଚ୍ ଜିତି ବିଜୟରୁ ସିରିଜ ଆରମ୍ଭ କରିବା କ୍ୟାପ୍‌ଟେନ୍ ରୋହିତ ଶର୍ମା ଲକ୍ଷ୍ୟ ରଖିଛନ୍ତି । ତେବେ ଆଜି ମ୍ୟାଚ୍‌ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇ ବାହୁରେ କଳାଫିତା ପିନ୍ଧିଛନ୍ତି ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତର ନୂଆ ଦିନିକିଆ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ୱେଷ୍ଟ ଇଣ୍ଡିଜ୍ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦୁଇ ଓପ୍ନର ଶାଇ ହୋପ୍ (୮) ଓ ବ୍ରାଣ୍ଡନ୍ କିଙ୍ଗ୍ (୧୩) ନିରାଶ କରିଥିଲେ। ଡାରେନ୍ ବ୍ରାଭୋ (୧୮) ଓ ଶାମରା ବ୍ରୁକ୍ସ (୧୨) ମଧ୍ୟ କିଛି ଖାସ୍ କରିପାରିନଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରନ୍ ୧୮ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ କାଇରନ୍ ପୋଲାର୍ଡ କ୍ରିଜକୁ ଆସିବା ମାତ୍ରକେ ପ୍ୟାଭିଲିୟନ୍ ଫେରିଥିଲେ। ଚହଲଙ୍କ ଗୁଗଲୀଙ୍କୁ ବୁଝି ନପାରି ପୋଲାର୍ଡ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ପରେ ଅକିଲ୍ ହୋସେନ୍ ମଧ୍ୟ ଖାତା ଖୋଲି ପାରିନଥିଲେ।

Advertisment
Cricket India-West Indies ODI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ