Advertisment

ବିରାଟଙ୍କ ହୋଟେଲ୍‌ ରୁମ୍‌ ଭିଡିଓ Viral: ରାଗିଗଲେ ଅନୁଷ୍କା, କହିଲେ଼- ‘ଯଦି ବେଡ୍‌ରୁମ୍‌ରେ...’

ବିରାଟ କୋହଲି ଯେଉଁ ହୋଟେଲ୍‌ରେ ଅଛନ୍ତି, ସେଠାରେ ତାଙ୍କ ସହ ଏମିତି କିଛି ଘଟିଛି ଯାହାକୁ ନେଇ ଲୋକମାନେ ନିନ୍ଦା କରିଛନ୍ତି। ବିରାଟଙ୍କ ବିନା ଅନୁମତିରେ ହୋଟେଲ୍‌ର ଷ୍ଟାଫ ତାଙ୍କ ରୁମ୍‌ରେ ପ୍ରବେଶ କରି ଭିଡିଓ ଶୁଟିଂ କରି ଏହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଛନ୍ତି।

ଅଦ୍ୟତନ ହୋଇଛି
Virat Kohli's Hotel Room Video

Virat Kohli's Hotel Room Video Leak

Advertisment

ଟି-୨୦ ବିଶ୍ୱକପ୍‌‌(T20 World Cup 2022) ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ତେବେ ବିରାଟ କୋହଲି ଯେଉଁ ହୋଟେଲ୍‌ରେ ଅଛନ୍ତି, ସେଠାରେ ତାଙ୍କ ସହ ଏମିତି କିଛି ଘଟିଛି ଯାହାକୁ ନେଇ ଲୋକମାନେ ନିନ୍ଦା କରିଛନ୍ତି। ବିରାଟଙ୍କ ବିନା ଅନୁମତିରେ ହୋଟେଲ୍‌ର ଷ୍ଟାଫ ତାଙ୍କ ରୁମ୍‌ରେ ପ୍ରବେଶ କରି ଭିଡିଓ ଶୁଟିଂ କରି ଏହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଛନ୍ତି। ହୋଟେଲ୍‌ ଷ୍ଟାଫ୍‌ଙ୍କ ଏଭଳି ବ୍ୟବହାରକୁ ନେଇ ବିରାଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କଠୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଏଭଳି ଭିଡିଓ ଶୁଟ୍‌ କରି ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କ ଉପରେ ଅନୁଷ୍କା ବର୍ଷିଛନ୍ତି। 

Advertisment

ହୋଟେଲ୍‌ ଷ୍ଟାଫ୍‌ଙ୍କ ଉପରେ ରାଗିଗଲେ ଅନୁଷ୍କା...

ହୋଟେଲ୍‌ ଷ୍ଟାଫ୍‌ଙ୍କ ଏଭଳି ବ୍ୟବହାରକୁ ନେଇ ଅନୁଷ୍କା କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। ସର୍ବପ୍ରଥମେ ବିରାଟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍‌ଙ୍କ ଦ୍ୱାରା ଶୁଟ୍‌ କରାଯାଇଥିବା ଭିଡିଓକୁ ଶେୟାର କରି ନିଜର କ୍ରୋଧ ପ୍ରକାଶ କରିଥିଲେ। ଭିଡିଓ ଶେୟାର କରି ବିରାଟ ଲେଖିଥିଲେ, ‘ମୁଁ ବୁଝିପାରୁଛି ନିଜର ପ୍ରିୟ ଖେଳାଳିଙ୍କୁ ଦେଖିଲେ ଫ୍ୟାନ୍ସ ବହୁତ ଖୁସି ଓ ଉତ୍ସାହିତ ହୋଇଯାଆନ୍ତି। ଏପରିକି ସେମାନଙ୍କୁ ଦେଖା କରିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଏ। ହେଲେ ଏହି ଭିଡିଓ ଯେଉଁଭଳି ଭାବରେ ଶୁଟିଂ କରାଯାଇ ଭାଇରାଲ୍‌ କରାଯାଇଛି ତାହା ଜଣଙ୍କୁ ଭୟଭୀତ କରିବ ନିଶ୍ଚୟ। ଏଥିରେ ମୋ ପ୍ରାଇଭେସିକୁ ନେଇ ଧମକ ଦିଆଯାଉଥିବା ଭଳି ଲାଗୁଛି।’

ବିରାଟ ଆହୁରି କହିଛନ୍ତି ଯେ, ‘ଯଦି ହୋଟେଲ୍‌ ରୁମ୍‌ରେ ମୋତେ ପ୍ରାଇଭେସି ମିଳିପାରୁ ନାହିଁ, ତା’ହେଲେ କେଉଁଠି ଏବଂ କିପରି ଭାବେ ମୁଁ ଏକ ବ୍ୟକ୍ତିଗତ ସ୍ଥାନ ଆଶା କରିପାରିବି ? ଏଭଳି ଜିନିଷ ମୋତେ ଠିକ୍‌ ଲାଗୁ ନାହିଁ। ଦୟାକରି ଲୋକମାନଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଓ ଏହାକୁ ଏଣ୍ଟରଟେନ୍‌ମେଣ୍ଟ ଭାବେ ବ୍ୟବହାର କରନ୍ତୁ ନାହିଁ।’

Advertisment

‘ଯଦି ଆପଣଙ୍କ ବେଡ୍‌ରୁମ୍‌ରେ ଏସବୁ ଘଟେ, ତା’ହେଲେ...’

ବିରାଟଙ୍କ ଏହି ପୋଷ୍ଟକୁ ନେଇ ପତ୍ନୀ ଅନୁଷ୍କା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ବିରାଟଙ୍କ ପୋଷ୍ଟ ଶେୟାର କରି ଏଭଳି ବ୍ୟବହାରକୁ ନେଇ ନିଜର କ୍ରୋଧ ପ୍ରକାଶ କରିଥିଲେ। ଏହାସହ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଅନୁଷ୍କା ପୋଷ୍ଟ ଶେୟାର କରି ଲେଖିଛନ୍ତି- ଅନେକଥର ଏଭଳି ଘଟଣାର ସାମ୍ନା କରିବାକୁ ପଡ଼ିଛି। ଯାହାକି ବହୁତ ଖରାପ କଥା। ଯଦି ଏସବୁ ଆପଣଙ୍କ ବେଡ୍‌ରୁମ୍‌ରେ ଘଟେ, ତା’ହେଲେ ଏପରି ସ୍ଥଳେ ଆପଣ କ’ଣ କରିବେ ବୋଲି ଅନୁଷ୍କା ପ୍ରଶ୍ନ କରିଛନ୍ତି।’

Fan Leaks Video Of Virat Kohli's RoomFan Leaks Video Of Virat Kohli's Room

ବିରାଟ ଓ ଅନୁଷ୍କାଙ୍କ ଏହି ପୋଷ୍ଟ ପରେ ସେଲିବ୍ରେଟିଙ୍କ ଗୋପନୀୟତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ହୋଟେଲ୍‌ ମ୍ୟାନେଜମେଣ୍ଟର ଦାୟିତ୍ୱହୀନତାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଯଦି ବିରାଟଙ୍କ ଭଳି ଏତେ ବଡ଼ ସେଲିବ୍ରିଟିଙ୍କ ରୁମ୍‌ ଭିତରକୁ ବିନା ଅନୁମତିରେ ପ୍ରବେଶ କରି ଭିଡିଓ ଶୁଟିଂ କରାଯାଇ ପାରୁଛି ତା’ହେଲେ ସାଧାରଣ ଲୋକଙ୍କ ସହ କ’ଣ ନଘଟିପାରେ ସେନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Advertisment

Virat Kohli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ