Advertisment

ଟି-ଟ୍ୱେଣ୍ଟିରେ କୋହଲିଙ୍କର ପ୍ରଥମ ଶତକ

ଏସିଆ କପ୍‌ର ଏକ ଗୁରୁତ୍ୱହୀନ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ଶତକ ।

ଅଦ୍ୟତନ ହୋଇଛି
Virat Kohli

Virat Kohli

Advertisment

ଏସିଆ କପ୍‌ର ଏକ ଗୁରୁତ୍ୱହୀନ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ଶତକ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟରେ ଆଜି ଖେଳାଯାଇଥିବା ସୁପର ଫୋର ମ୍ୟାଚରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଓପନିଂ ଯୋ଼ଡ଼ିରେ ବିରାଟ କୋହଲି ଏବଂ କେ ଏଲ ରାହୁଲ କ୍ରିଜକୁ ଆସି ଜବରଦସ୍ତ ବ୍ୟାଟିଂ କରିଥିଲେ । କୋହଲି ୬୧ ବଲରୁ ଧୂଆଁଧାର ୧୨୨ ରନ କରି ଅପରାଜିତ ରହିଥିଲେ ।

Advertisment

ଟି ଟ୍ୱେଣ୍ଟିରେ କୋହଲିଙ୍କର ଏହା ପ୍ରଥମ ଶତକ ହୋଇଥିବା ବେଳେ ଏହା ତାଙ୍କର କ୍ୟାରିୟରର ୭୧ ତମ ଶତକୀୟ ଇନିଂସ । ସେହିଭଳି ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ ହରାଇ ୨୧୨ ରନ କରିଛି । ଆଫଗାନିସ୍ତାନ ୨୧୩ ରନର ବିଜୟ ଲକ୍ଷ ନେଇ ବ୍ୟାଟିଂ ଜାରି ରଖିଛି ।

ସେ ଶେଷଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ। ଏହା ପରଠାରୁ ସେ ନିଜର ଫର୍ମକୁ ନେଇ ଅନେକ ସମାଲୋଚନାର ଶିକାର ହୋଇ ଚାଲିଥିଲେ। ହେଲେ ଆଜି କିଙ୍ଗ କୋହଲି ଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।

Advertisment

ସେ ଆଜି ମାତ୍ର ୬୧ଟି ବଲରେ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି। ଏହି ଶତକୀୟ ଇନିଂସ ପରେ ବିରାଟ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ବିରାଟଙ୍କ ଭଳି ପଣ୍ଟିଂ ମଧ୍ୟ ୭୧ଟି ଶତକ ହାସଲ କରିଛନ୍ତି।

ଏବେ ତାଙ୍କୁ ଅତିକ୍ରମ କରିବା ପାଇଁ ବିରାଟଙ୍କ ପାଖରେ ସୁଯୋଗ ରହିଛି। ସେହିପରି ସର୍ବାଧିକ ଶତକ ହାସଲ କରିବା ତାଲିକାରେ ଏବେ ବି ସଚିନ ତେନ୍ଦୁଲକର ୧ନଂ ସ୍ଥାନରେ ରହିଛନ୍ତି। ସଚିନ ୬୬୪ ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଥର ୧୦୦ରୁ ଅଧିକ ରନ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ପଣ୍ଟିଂ ୫୬୦ ମ୍ୟାଚରେ ୭୧ଟି ଓ ବିରାଟ ୪୬୮ ମ୍ୟାଚରେ ସମାନ ୭୧ ଶତକ ହାସଲ କରିଛନ୍ତି। ବିରାଟ ଟେଷ୍ଟ ମ୍ୟାଚ୍‌ରେ ୨୭ଟି, ଦିନିକିଆରେ ୪୩ଟି ଓ ଟି଼-୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି। 

Advertisment

ଅନ୍ୟପକ୍ଷରେ ବିରାଟ ବିଶ୍ୱର ଦ୍ୱିତୀୟ ବ୍ୟାଟର ଭାବେ ଟି-୨୦ରେ ୩୫ଶହ ରନ ପୂରଣ କରିଛନ୍ତି। ସେହିପରି ତୃତୀୟ ବରିଷ୍ଠ ଭାରତୀୟ ଭାବେ ଟି-୨୦ରେ ଶତକ ହାସଲ କରିଛନ୍ତି। ବିରାଟ ୩୩ ବର୍ଷ ୩୦୭ ଦିନ ବୟସରେ ନିଜର ପ୍ରଥମ ଟି-୨୦ ଶତକ ହାସଲ କରିଛନ୍ତି। ତାଙ୍କ ତଳେ ସୂର୍ଯ୍ୟ କୁମାର ଯାଦବ ୩୧ ବର୍ଷ ୨୯୯ ଦିନ ବୟସ ଓ ରୋହିତ ଶର୍ମା ୩୧ ବର୍ଷ ୧୯୦ ଦିନ ବୟସରେ ନିଜ ନିଜର ପ୍ରଥମ ଟି-୨୦ ଶତକ ହାସଲ କରିଥିଲେ।

Virat Kohli Asia Cup 2022 IND Vs AFG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ