Advertisment

କ୍ରିକେଟରୁ ସନ୍ନ୍ୟାସ ନେବେ କି ବିରାଟ ? ଏମିତି ପୋଷ୍ଟ ଶେଆର ପରେ ବଢ଼ିଲା ଫ୍ୟାନ୍ସଙ୍କ ହାର୍ଟ ବିଟ୍‌...

ବିରାଟ କୋହଲି ଶନିବାର ଦିନ ଏମିତି ଏକ ପୋଷ୍ଟ ଶେଆର କରିଛନ୍ତି, ଯାହାକୁ ଦେଖି କିଛି ସମୟ ପାଇଁ ଫ୍ୟାନ୍ସଙ୍କ ହାର୍ଟ ବିଟ୍‌ ବଢ଼ି ଯାଇଥିଲା।

Virat Kohli Retirement Rumours Like Ms Dhoni

Virat Kohli Retirement Rumours Like Ms Dhoni

Advertisment

ଟି-୨୦ ବିଶ୍ୱକପ୍‌(T-20 World Cup)ରେ ଟିମ୍‌ ଇଣ୍ଡିଆ ଏତେଟା ଭଲ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ସେମିଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ, ଇଂଲଣ୍ଡଠୁ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଥିଲା।କୁହାଯାଉଛି ଯେ, ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ରୋହିତ ଶାର୍ମା, ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲି, ୱିକେଟ୍‌ କିପର୍‌ ଦିନେଶ କାର୍ତ୍ତିକ ଓ ସ୍ପିନର୍‌ ରବିଚନ୍ଦ୍ରନ୍‌ ଅଶ୍ୱିନୀଙ୍କ ଏହା ଶେଷ ବିଶ୍ୱକପ୍‌। 

Advertisment

ପୁଣି ୨ ବର୍ଷ ପରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ହୁଏତ ଏହିସବୁ ଖେଳାଳିଙ୍କୁ ସୁଯୋଗ ମିଳି ନପାରେ। ଏସବୁ ଭିତରେ ବିରାଟ କୋହଲି ଶନିବାର ଦିନ ଏମିତି ଏକ ପୋଷ୍ଟ ଶେଆର କରିଛନ୍ତି, ଯାହାକୁ ଦେଖି କିଛି ସମୟ ପାଇଁ ଫ୍ୟାନ୍ସଙ୍କ ହାର୍ଟ ବିଟ୍‌ ବଢ଼ି ଯାଇଥିଲା। ଏହାପରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ମନେ ପକାଇ ବିରାଟ ଏହି ଫଟୋ ଶେଆର କରିଛନ୍ତି। କୋହଲି ଯେଉଁ ଫଟୋ ଶେଆର କରିଛନ୍ତି, ସେଥିରେ ଦେଖିବାକୁ ମିଳିଛି ସେ ବ୍ୟାଟ୍‌ ଧରି ପାଭିଲିଅନ୍‌କୁ ଫେରୁଛନ୍ତି।

କୋହଲି ଇନ୍‌ଷ୍ଟାଗ୍ରାମ ଓ ଟ୍ୱିଟରରେ ଏହି ପୋଷ୍ଟ ଶେଆର କରିଛନ୍ତି। ପୋଷ୍ଟରେ କମେଣ୍ଟସ୍‌ ଦେଇ ଫ୍ୟାନ୍ସ ଲେଖିଛନ୍ତି, ‘ସାର୍‌, ଏଭଳି ପୋଷ୍ଟ ଶେଆର କରନ୍ତୁ ନାହିଁ। ହଠାତ୍‌ ଏମିତି ପୋଷ୍ଟ ଦେଖି ଲାଗିଲା ହାର୍ଟ ଆଟାକ୍‌ ହୋଇଯିବ। କିଛି ସମୟ ପାଇଁ ଲାଗିଲା ଆପଣ ରିଟାୟରମେଣ୍ଟ ନେଇଗଲେ।’

Advertisment


— Virat Kohli (@imVkohli) November 26, 2022

ଏମିତି ଅନ୍ଦାଜରେ ସନ୍ନାସ ନେଇଥିଲେ ଧୋନୀ...

ପୂର୍ବତନ କ୍ୟାପଟେନ୍‌ ମେନ୍ଦ୍ର ସିଂ ଧୋନୀ ମଧ୍ୟ ୨ ବର୍ଷ ପୂର୍ବେ ଏମିତି କିଛି ଅନ୍ଦାଜରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ୨୦୨୦, ଅଗଷ୍ଟ ୧୫ରେ ଇନ୍‌ଷ୍ଟାଗ୍ରମରେ ଭିଡିଓ ଶେଆର କରି ଲେଖିଥିଲେ- ଆପଣଙ୍କ ଭଲ ପାଇବା ଓ ସପୋର୍ଟ ପାଇଁ ଧନ୍ୟବାଦ। ଭାବି ନିଅନ୍ତୁ ସନ୍ଧ୍ୟା ୭ଟା ୨୯ ମିନିଟ୍‌ରୁ ମୁଁ ଅବସର ନେଲି’। 

Team India Virat Kohli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ