Advertisment

ଫେଡରର୍‌ଙ୍କ ପ୍ରତି ନାଡାଲ୍‌ଙ୍କ ଭଲପାଇବା ଦେଖି ଭାବବିହ୍ୱଳ ହେଲେ କୋହଲି

ସରିଛି ରୋଜର ଫେଡରରଙ୍କ ଯୁଗ। ଟେନିସକୁ ଅଲିବଦା କହିଛନ୍ତି କିମ୍ବଦନ୍ତୀ ଫେଡେରର।

Roger Federer, Rafa Nadal, Virat Kohli

Roger Federer, Rafa Nadal, Virat Kohli

Advertisment

ଟେନିସ୍‌ ଦୁନିଆକୁ ଅଲବିଦା କହିଛନ୍ତି ଟେନିସ୍‌ କିମ୍ବଦନ୍ତୀ ରୋଜର୍‌ ଫେଡରର୍‌ । ଲାଭର୍‌ କପ୍‌ରେ ଶେଷ ମ୍ୟାଚ୍‌ ଖେଳିବା ପରେ ସେ କାନ୍ଦିକାନ୍ଦି ନିଜର ୨୪ ବର୍ଷର ଟେନିସ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଶେଷ ମ୍ୟାଚ୍‌ରେ ଫେଡେରରଙ୍କ ସାଥୀ ହୋଇଥିବା ସ୍ପେନ ତାରକା ରାଫେଲ୍‌ ନାଡାଲ ମଧ୍ୟ ଭାବବ୍ୱିହଳ ହୋଇ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଅନେକ ମ୍ୟାଚ୍‌ରେ ଫେଡେରର ଓ ନାଡାଲଙ୍କ ମଧ୍ୟରେ କଡ଼ା ଟକ୍କର ମ୍ୟାଚ୍‌ ହୋଇଛି । ଦୁଇ ଜଣ ପରସ୍ପରର ଚୀର ପ୍ରତିଦ୍ୱନ୍ଦ୍ୱୀ ଭାବେ ମଧ୍ୟ ବେଶ୍‌ ଜଣାଶୁଣା । ତଥାପି ଫେଡରରଙ୍କ ପାଇଁ ଥିବା ସମ୍ମାନ କାରଣରୁ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ନାଡାଲ୍‌ ।

Advertisment

ଫେଡରର୍‌ଙ୍କ ବିଦାୟ ବେଳେ ଉଭୟ ଫେଡରର୍‌ ଏବଂ ନାଡାଲଙ୍କ କାନ୍ଦୁଥିବାର ଏକ ଚିତ୍ର ଏବେ ସୋସିଆଲ ମିଡିଆରେ ସମସ୍ତେ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏଥିରୁ ବାଦ୍‌ ପଡ଼ିନାହାନ୍ତି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି । କୋହଲି ଏହି ଫଟୋକୁ ନିଜ ଟ୍ୱିଟର୍‌ ପେଜ୍‌ରେ ସେୟାର କରି ଅତିଷ୍ଠ ହୋଇଯାଇଛନ୍ତି ।

ଟ୍ୱିଟରରେ ଫଟୋକୁ ସେୟାର କରି କୋହଲି ଉଭୟ ଟେନିସ୍ କିମ୍ବଦନ୍ତୀ ପ୍ରତି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ସେ କହିଛନ୍ତି ‘କିଏ ଭାବିଥିବ ପ୍ରତିଦ୍ୱନ୍ଦ୍ୱୀ ପରସ୍ପର ପ୍ରତି ଏମିତି ଆଭିମୁଖ୍ୟ ଦେଖାଇବେ? ଏହା ହିଁ କ୍ରୀଡ଼ାର ସୌନ୍ଦର୍ଯ୍ୟତା । ମୋ ପାଇଁ ଏହା କ୍ରୀଡ଼ା ଜଗତର ସବୁଠାରୁ ସୁନ୍ଦର ଫଟୋ । କିଛି ନୁହେଁ, ଦୁହେଁ ଦୁଇ ଜଣଙ୍କ ପ୍ରତି ସମ୍ମାନ ଦେଖାଇଛନ୍ତି ।

Advertisment

ଏହି ଫଟୋଟି ଲାଭର୍‌ କପ୍‌ ପ୍ରତିଯୋଗିତାର ଠିକ୍ କିଛି ମୁହୂର୍ତ୍ତ ପରେ କଏଦ ହୋଇଥିଲା, ଯେତେବେଳେ ଫେଡେରର ନାଡାଲଙ୍କ ସମେତ ଟିଆଫୋ ଏବଂ ସକ୍‌ଙ୍କୁ ଆଲିଙ୍ଗନ କରି କାନ୍ଦୁଥିଲେ । ନାଡାଲ ମଧ୍ୟ ତାଙ୍କ ଲୁହକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ଓ କାନ୍ଦି ପକାଇଥିଲେ ।

Advertisment

ଫେଡେରର ୨୦ଥର ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଛନ୍ତି। ସେ ୬ ଥର ଅଷ୍ଟ୍ରେଲିଆ ଓପନ ଟାଇଟଲ୍ସ, ଗୋଟିଏ ଥର ଫ୍ରେଞ୍ଚ ଓପନ ଟ୍ରଫି, ୮ଥର ୱିମ୍ବେଲଡନ ଟ୍ରଫି ଓ କ୍ରମାଗତ ୫ଥର ଆମେରିକା ଓପନ ଟାଇଟଲ ଜିତିବାର ରେକର୍ଡ କରିଛନ୍ତି। ନିଜର ଏଟିପି ଟୁର କ୍ୟାରିୟରରେ ସେ ୧୨୫୧ ଥର ଜିତିଛନ୍ତି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ତାଙ୍କ ଉପରେ ୧୨୭୪ ଏଟିପି ବିଜୟ ସହ ଜିମ୍ମି କୋନର୍ସ ରହିଛନ୍ତି। ଫେଡେରର ୧୦୩ ଟୁର ଲେଭଲ ଟ୍ରଫି ଅର୍ଥାତ ଏଟିପି ଟାଇଟଲ ଜିତିଛନ୍ତି।

୧୯୯୮ରେ ନିଜର ପ୍ରଥମ ଏଟିପି ଟୁର ମ୍ୟାଚ୍‌ ଖେଳିଥିବା ଫେଡେରର ୩୧୦ ସପ୍ତାହ ଧରି ବିଶ୍ୱର ୧ନଂ ଟେନିସ ଖେଳାଳି ହୋଇ ରହିଥିଲେ। ଏହା ମଧ୍ୟରେ ରେକର୍ଡ କ୍ରମାଗତ ୨୩୭ ସପ୍ତାହ ରହିଛି। ମାତ୍ର ୨୧ ବର୍ଷ ବୟସରେ ଫେଡରର ୨୦୦୩ ୱିମ୍ବେଲଡନରେ ନିଜର ପ୍ରଥମ ବଡ଼ ଟ୍ରଫି ଜିତିଥିଲେ। ୨୦୦୩ରୁ ୨୦୦୯ ମଧ୍ୟରେ ସେ ୨୮ଟି ଟୁର୍ଣ୍ଣାମେଣ୍ଟରୁ ୨୧ଟିରେ ଫାଇନାଲ ମ୍ୟାଚ୍ ଖେଳିଥିଲେ।

Virat Kohli Tennis Roger Federer Rafa Nadal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ