Advertisment

ଝିଅର ଫଟୋ ଭାଇରାଲ ହେଲା ପରେ କ’ଣ କହିଲେ ବିରାଟ, ଜାଣନ୍ତୁ...

ଦକ୍ଷିଣ ଆଫ୍ରିକା କେପ୍ ଟାଉନ୍‌ରେ ଝିଅ ଭାମିକାଙ୍କ ଫଟୋ ଭାଇରାଲ ହେବାପରେ ବିରାଟ ଓ ଅନୁଷ୍କା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ ସେୟାର କରିଛନ୍ତି। ତେବେ ଏହି ପୋଷ୍ଟରେ ସେ କ’ଣ କହିଛନ୍ତି, ଜାଣନ୍ତୁ...

Virat Kohli's Daughter

Virat Kohli's Daughter

Advertisment

ଭାରତର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ କ୍ୟାପଟେନ୍ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମ ପେଜରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦୁହେଁ ଭାମିକାଙ୍କର ଫଟୋକୁ ଭାଇରାଲ ନ କରିବା ପାଇଁ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ।

Advertisment

ଟିମ୍ ଇଣ୍ତିଆର ସାଉଥ୍ ଆଫ୍ରିକା ଗସ୍ତରେ କୋହଲିଙ୍କୁ ଚିୟର କରିବା ପାଇଁ ପତ୍ନୀ ଅନୁଷ୍କା ଶର୍ମା କେପ୍ ଟାଉନ୍ ପହଞ୍ଚିଥିଲେ । ତେବେ ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥିଲେ। ବିରାଟ୍ କୋହଲିଙ୍କ ଝିଅ ଭାମିକାଙ୍କର ପ୍ରଥମ ଝଲକ ଦେଖିବାକୁ ମିଳିଛି। ଷ୍ଟାଡିୟମ କ୍ୟାମେରାରେ ଉଭୟ ଅନୁଷ୍କା ଓ ତାଙ୍କ ଝିଅ ଭାମୁକାଙ୍କ ଫଟୋ ଓ ଭିଡିଓ କଏଦ ହୋଇଥିଲା ।

କେପ୍ ଟାଉନରେ ଖେଳାଯାଇଥିବା ତୃତୀୟ ଦିନିକିଆରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଷ୍ଟାଣ୍ଡରେ ନିଜ ଝିଅ ବାମିକା ସହ ଛିଡ଼ା ହୋଇଥିବା ବେଳେ ଷ୍ଟାଡିୟମ କ୍ୟାମେରା ଦୁହିଁଙ୍କର ଫଟୋକୁ କଏଦ କରିଥିଲା । ଆଉ ସେହି ସମୟରେ କ୍ୟାମେରା ତାଙ୍କ ଆଡ଼କୁ ଫୋକସ୍ ମଧ୍ୟ କରିଥିଲା। ଭାମିକା ପିଙ୍କ୍ ଡ୍ରେସ୍ ପିନ୍ଧି ନିଜ ମା’ ଅନୁଷ୍କାଙ୍କ କୋଳରେ ଥିବାର ଦେଖିବାକୁ ମିଳିଥିଲା । ଅନୁଷ୍କା ଭାମିକାଙ୍କୁ ଧରି କୋହଲିଙ୍କ ଅର୍ଦ୍ଧଶତକରେ ତାଳି ମାରି ଚିୟର କରୁଥିବାର କ୍ୟାମେରାରେ କଏଦ୍ ହୋଇଥିଲା ।

Advertisment

ଏନେଇ ବିରାଟ୍ ଓ ଅନୁଷ୍କା ଦୁହେଁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ ସେୟାର କରିଥିବାର ଦେଖିବାକୁ ମିଳିଛି। ସେଥିରେ ଦୁହେଁ ଲେଖିଛନ୍ତି ଯେ, ‘ ଆମେ ଜାଣିନଥିଲୁ କି କ୍ୟାମେରା ଆମ ଉପରେ ଫୋକସ୍ ରହିଥିଲା ଏବଂ ଏହା ମଧ୍ୟରେ ଭାମିକାର ଫଟୋ ଷ୍ଟାଡିୟମ କ୍ୟାମେରାରେ କଏଦ ହୋଇଥିଲା । ଏହାକୁ ବହୁମାତ୍ରାରେ ସେୟାର ମଧ୍ୟ କରାଯାଉଛି। ଆମେ ଏହାକୁ ଗୋପନୀୟ ରଖିବାକୁ ଚାହୁଁଥିଲୁ ଓ ଖୁବଶୀଘ୍ର ଭାମିକାଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଥାନ୍ତୁ’ ।

Virat Kohli Instagram Postବିରାଟଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଭାମିକାଙ୍କ ଜନ୍ମ ପରଠାରୁ ହିଁ ବିରାଟ ଓ ଅନୁଷ୍କା ଝିଅର ଫଟୋକୁ ଗୋପନୀୟ ରଖିବା ପାଇଁ ନିରନ୍ତର ଉଦ୍ୟମ କରୁଥିଲେ । ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ଏୟାରପୋର୍ଟ ଫାଟକରେ ବିରାଟ ପାପାରାଜିଙ୍କୁ ଭାମିକାଙ୍କ ଫଟୋ ନ ଉଠାଇବା ପାଇଁ ଅନୁରୋଧ କରିଥିଲେ ।

Advertisment
Viral Photo Virat Kohli's Daughter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ