Advertisment

ବିରାଟଙ୍କୁ ଛୁଇଁଲେ ବିଧା ଗୋଇଠା ଖାଇଲେ.. ଭିଡିଓ ଭାଇରାଲ..

କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ୍‌ କ୍ରିଜ୍‌ ପାଖକୁ ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ହେଲେ ଏହା ଫ୍ୟାନ୍‌ଙ୍କୁ ପଡ଼ିଲା ମହଙ୍ଗା। ନିୟମ ଉଲଙ୍ଘନ କରି ମ୍ୟାଚ୍‌ ମଝିରେ ବିରାଟଙ୍କୁ କୁଣ୍ଢାଇ ପାକାଇବା ପାଇଁ ତାଙ୍କୁ ନିସ୍ତୁକ ମାଡ଼ ପଡ଼ିଛି।

ଅଦ୍ୟତନ ହୋଇଛି
Virat Kohli Fan Thrashed By Security in IPL

Virat Kohli Fan Beaten

Advertisment

କୋହଲିଙ୍କୁ ପାଖରୁ ଦେଖିବା ଓ ତାଙ୍କୁ ଛୁଇଁବା ସବୁ ବିରାଟ ଫ୍ୟାନ୍ସଙ୍କ ସ୍ୱପ୍ନ। ଅନେକଥର କ୍ରିକେଟ୍‌ ଫିଲ୍ଡରେ ତାର ଜାଲି ହେଉ ବା ବ୍ୟାରିକେଡ୍‌ ଡେଇଁ ବିରାଟଙ୍କ ପାଖରେ ପହଞ୍ଚି ଯାଇଛନ୍ତି ଫ୍ୟାନ୍ସ। ଅନେକ ଫ୍ୟାନ୍ସ ବିରାଟଙ୍କ ପାଦ ଛୁଇଁବା ସହ ତାଙ୍କୁ କୁଣ୍ଢାଇ ପକାଇବା ଦେଖିବାକୁ ମିଳିଛି। ହେଲେ ଏହା ଜଣେ ଫ୍ୟାନ୍‌ଙ୍କୁ ପଡ଼ିଲା ମହଙ୍ଗା। ନିୟମ ଉଲଙ୍ଘନ କରି ମ୍ୟାଚ୍‌ ମଝିରେ ବିରାଟଙ୍କୁ କୁଣ୍ଢାଇ ପାକାଇବା ପାଇଁ ତାଙ୍କୁ ନିସ୍ତୁକ ମାଡ଼ ପଡ଼ିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଅଧିକ ପଢ଼ନ୍ତୁ: ମୁଁ କୌଣସି କିଙ୍ଗ ନୁହେଁ, ମତେ କେବଳ ବିରାଟ କୁହନ୍ତୁ: କୋହଲି

ନିକଟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗୋଲୋର୍‌ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କିଙ୍ଗ କୋହଲି ଧୂଆଁଦାର ବ୍ୟାଟିଂ କରି ଟିମ୍‌କୁ ସିଜିନ୍‌ର ପ୍ରଥମ ବିଜୟ ଦେଇଥିଲେ। କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ୍‌ କ୍ରିଜ୍‌ ପାଖକୁ ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଯୁବକ ଜଣକ ପଛରେ ସିକ୍ୟୁରିଟି ମଧ୍ୟ ଧାଇଁ ଆସି ତାଙ୍କୁ କାହୁ କରିଥିଲେ। ଏହାପରେ ତାଙ୍କୁ ଫିଲ୍ଡ ବାହାରକୁ ନେଇ ନିର୍ଧୁମ ମାଡ଼ ମାରିଥିଲେ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ନିନ୍ଦା କରିଛନ୍ତି। ତାଙ୍କୁ ନିୟମ ଭଙ୍ଗ କରିବା ପାଇଁ ଜେଲ୍‌ ପଠାଇବା ପରିବର୍ତ୍ତେ ଏମିତି ମାଡ଼ ମାରିବା ଠିକ୍‌ ନୁହେଁ ବୋଲି ଅନେକ ୟୁଜର୍ସ କହିଛନ୍ତି।

Advertisment

ଯୁବକଙ୍କୁ ସିକ୍ୟୁରିଟି କର୍ତ୍ତୁପକ୍ଷ ମାନେ ବିଧା ଗୋଇଠା ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଯୁବକ ଜଣକ ଫିଲ୍ଟରେ ଅଚାନକ ପଶି ଆସିବାରୁ ମ୍ୟାଚ୍‌ କିଛି ସମୟ ପାଇଁ ବନ୍ଦ ରହିଥିଲା। କିନ୍ତୁ କୋହଲିଙ୍କୁ କିଛି ଫରକ୍‌ ପଡ଼ିନଥିଲା। କୋହଲି ୪୯ ବଲ୍‌ରେ ୭୭ ରନ୍‌ର ଧୂଆଁଦାର ଇନିଂସ ଖେଳିଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୬ ୱିକେଟ ହରାଇ ୧୭୬ ରନ କରିଥିଲା। ଧାୱନ ୪୫ ରନ କରିଥିବା ବେଳେ ଶଶାଙ୍ଗ ସିଂହ ୮ ବଲରୁ ୨୧ ରନ କରିଥିଲେ। ପ୍ରଭସିମରନ୍ ସିଂ ୧୭ ବଲରେ ୨୫ , ସାମ୍ କୁରେନ୍ ୧୭ ବଲରେ ୨୩, ଜିତେଶ ଶର୍ମା ୨୦ ବଲରେ ୨୭ ରନ୍ କରିଥିଲେ।

Advertisment

ଜବାବରେ ବେଙ୍ଗାଲୁରୁ ଦମଦାର ବ୍ୟାଟିଂ କରି ମ୍ୟାଚ ଜିତି ନେଇଥିଲା। ମ୍ୟାଚରେ ପୁଣି ହିରୋ ସାଜିଥିଲେ ବିରାଟ କୋହଲି । ବିରାଟଙ୍କ ବ୍ୟାଟିଂର ଯାଦୁ ଦେଖିଥିଲେ ଦେଖିଥିଲେ ଫ୍ୟାନ୍ସ। ବ୍ୟକ୍ତିଗତ ଭାବେ ଚୌକା, ଛକା ବର୍ଷାରେ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ। ଦିନେଶ କାର୍ତ୍ତିକ ଅପରାଜିତ ୨୯ ଓ ମହିପାଲ ଲାମରୋର ଅପରାଜିତ ୧୭ ରନ୍ କରିଥିଲେ।

Virat Kohli IPL RCB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ