Advertisment

ସାଢ଼େ ୪ ବର୍ଷ ପରେ ବିଦେଶ ମାଟିରେ ବିରାଟଙ୍କ ବ୍ୟାଟରୁ ଶତକ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପୋର୍ଟଅଫ୍ ସ୍ପେନ ଟେଷ୍ଟରେ ଶକତ ହାସଲ । ଟେଷ୍ଟରେ ୨୯ ଶତକ ସହ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ।

Virat Kohli

Virat Kohli

Advertisment

ଦୀର୍ଘ ସାଢ଼େ ୪ ବର୍ଷ ପରେ ବିଦେଶ ମାଟିରେ ବିରାଟଙ୍କ ବ୍ୟାଟରୁ ଶତକ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶତକୀୟ ଇନିଂସ ଖେଳି ପୁଣି ଫର୍ମକୁ ଫେରିଥିବା ପ୍ରମାଣ ଦେଇଛନ୍ତି ବିରାଟ । ଏହା ପୂର୍ବରୁ ୨୦୧୮ ଡିସେମ୍ବରରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ବେଳେ ବିରାଟ ଶେଷ ଶତକୀୟ ଇନିଂସ ଖେଳିଥିଲେ।

Advertisment

୩୪ ବର୍ଷିୟ କୋହଲି ୱେଷ୍ଟଣ୍ଡିଜ୍ ବିରୋଧରେ ତାଙ୍କର ୨୯ ତମ ଟେଷ୍ଟ ଶତକ ମାରିଛନ୍ତି। ପୋର୍ଟ ଅଫ୍ ସ୍ପେନରେ ଖେଳାଯାଉଥିବା ଏହି ମ୍ୟାଚରେ ବିରାଟ ୧୮୦ ବଲ୍‌ ଖେଳି ନିଜର ୭୬ତମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ସେ ମୋଟ ୨୦୬ଟି ବଲ ଖେଳି ୧୨୩ ରନ୍‌ କରି ରନ୍‌ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଯାହା ଭିତରେ ୧୧ ଚୌକା ଥିଲା। ଏବେ ଏହି ଶତକ ସହାୟତାରେ ସେ ସାର ଡନ୍ ବ୍ରଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇ ପାରିଛନ୍ତି । ଅନ୍ୟପକ୍ଷରେ ବିରାଟ ୫୦୦ ଶହ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ତେନ୍ଦୁଲକର, ଦ୍ରାବିଡ଼ ଓ ଧୋନୀଙ୍କ ଭଳି ଏହି କ୍ଲବରେ ସାମିଲ ହୋଇଛନ୍ତି । ଏହି ଶତକ ପରେ କୋହଲିଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୪୯.୩୦ ରହିଛି।

କୋହଲି ଦିନିକିଆରେ ହାସଲ କରିଛନ୍ତି ୪୭ ଶତକ । କୋହଲିଙ୍କ ପୂର୍ବରୁ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ ଏହି ବିରଳ ସଫଳତା ହାସଲ କରିନାହାନ୍ତି । ନଭେମ୍ବର ୨୦୧୯ରୁ ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ଖରାପ ଫର୍ମ ଦେଇ ଗତି କରୁଥିଲା ବେଳେ କୋହଲିଙ୍କ ଟେଷ୍ଟ୍ ଆଭରେଜ୍ ୫୦ ତଳକୁ ଖସିଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ଅହମଦାବାଦଠାରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଶତକ ହାସଲ କରିବା ପରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳ ଜୀବନର ୨୯ତମ ଟେଷ୍ଟ ଶତକ ଅର୍ଜନ କରିବା ପରେ ତାଙ୍କ ବ୍ୟାଟିଂ ହାର ପୁଣି ଥରେ ୫୦ ଛୁଇଁବାର ଆଶା ସଂଚାର ହୋଇଛି ।

Advertisment

ତେବେ ଏହି ମ୍ୟାଚ୍‌ରେ କୋହଲିଙ୍କ ଶତକ ସାଙ୍ଗକୁ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ କରିଛି ୪୩୮ ରନ୍ । ଜାଡେଜା ୬୧ ରନ୍ ଓ ଅଶ୍ୱିନ୍ ୫୬ ରନ କରିଛନ୍ତି । ଜବାବରେ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ କରିଛି ୮୬ ରନ୍ ।

Virat Kohli Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ