Advertisment

ICC ଟି-ଟ୍ୱେଣ୍ଟି ରାଙ୍କିଙ୍ଗ୍‌; ଟପ୍‌ ୧୦କୁ ଫେରିଲେ ବିରାଟ

ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି।

ଅଦ୍ୟତନ ହୋଇଛି
Virat Kohli

Virat Kohli

Advertisment

ଅଷ୍ଟ୍ରେଲିଆର ଚାଲିଛି ଟି-ଟ୍ୱେଣ୍ଟି ମହାକୁମ୍ଭ । ଏହାରି ମଧ୍ୟରେ ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗ୍‌ରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଟପ୍‌ ୧୦କୁ ପୁଣି ଫେରିଛନ୍ତି କିଙ୍ଗ୍‌ କୋହଲି । ମଝିରେ ବିରାଟ କୋହଲି ଆଉଟ୍‌ ଅଫ୍‌ ଫର୍ମ ଥିବା ବେଳେ ତାଙ୍କର ରାଙ୍କିଙ୍ଗ୍‌ ମଧ୍ୟ ଖସିଥିଲା । ତେବେ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳି ବିରାଟ ଟିମ୍‌କୁ ବିଜୟ ଦ୍ୱାରଦେଶରେ ପହଞ୍ଚାଇଥିଲେ । ତେବେ ବିରାଟଙ୍କ ଏହି ଇନିଂସକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଛି । ସେ ଏବେ ଟି-ଟ୍ୱେଣ୍ଟି ରାଙ୍କିରେ ୯ମ ସ୍ଥାନରେ ରହିଛନ୍ତି ।

Advertisment

ବିରାଟ କୋହଲି ୨୦୨୧ ନଭେମ୍ବର ମାସରେ ଟପ୍‌ ୧୦ରୁ ବାଦ ପଡ଼ିଥିଲେ। ୨୦୨୧ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅବଶ୍ୟ ଚଳିତ ବର୍ଷ ଫେବୃଆରୀରେ ସେ ପୁଣି ଟପ୍ ୧୦କୁ ‍ଫେରିଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ତଳକୁ ଖସିଯାଇଥିଲେ ।

ଅନ୍ୟପକ୍ଷରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ରାଙ୍କିଙ୍ଗରେ ତଳକୁ ଖସିଛନ୍ତି। ବିଶ୍ୱକପ ପୂର୍ବରୁ ୨ନଂ ସ୍ଥାନରେ ଥିବା ସୂର୍ଯ୍ୟ କୁମାର ଏବେ ୮୨୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି । ୨ନଂ ସ୍ଥାନକୁ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ଉଠିଛନ୍ତି ।

Advertisment

ତାଙ୍କ ପଏଣ୍ଟ ସଂଖ୍ୟା ୮୩୧ ରହିଛି। ୮୪୯ ପଏଣ୍ଟ ସହ ପାକିସ୍ତାନର ମହମ୍ମଦ ରିଜୱାନ ୧ନଂ ସ୍ଥାନରେ ଥିବା ବେଳେ ୪ର୍ଥ ସ୍ଥାନକୁ ଖସିଛନ୍ତି ଅଧିନାୟକ ବାବର ଆଜମ। ୫ମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ, ୬ଷ୍ଠରେ ଇଂଲଣ୍ଡର ଡାୱିଡ ମଲାନ, ୭ମରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ, ୮ମରେ ଶ୍ରୀଲଙ୍କାର ପଥୁମ ନିଶାଙ୍କା, ୯ମରେ ବିରାଟ କୋହଲି ଓ ୧୦ମରେ ୟୁଏଇର ମହମ୍ମଦ ୱାସିମ ରହିଛନ୍ତି ।

Virat Kohli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ