Advertisment

ଏମିତି କ’ଣ କଲେ କି କ୍ରିକେଟର ଶିଖର ଧୱନ ? ଚାପୁଡ଼ା ଉପରେ ଚାପୁଡ଼ା ଆଉ ଗୋଇଠା ମାଡ଼ ଖାଇଲେ...

ଭିଡିଓରେ ଦେଖିବାକୁ ମିଳିଛି, ଧୱନଙ୍କୁ ପ୍ରବଳ ମାଡ଼ ହେଉଛି।  ଫ୍ଲେଅଫ୍‌ ପୂର୍ବରୁ ଆଇପିଏଲ୍‌(IPL)ରୁ ବାହାରି ଯିବା ପରେ ଧୱନ ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଅଦ୍ୟତନ ହୋଇଛି
Video Viral Of Cricketer Shikhar Dhawan Beating With Kcks And Punches

Video Viral Of Cricketer Shikhar Dhawan Beating With Kcks And Punches

Advertisment

ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧୱନ(Shikhar Dhawan) ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ। କ୍ରିକେଟକୁ ହେଉ କି ପରିବାର ସଦସ୍ୟ କିମ୍ବା ସାଙ୍ଗସାଥୀଙ୍କ ସହ ମସ୍ତିର ଭିଡିଓ/ଫଟୋ ସେ ଶେଆର କରିଥାନ୍ତି। ଏବେ ସେ ଏମିତି ଏକ ଭିଡିଓ ଶେଆର କରିଛନ୍ତି, ଯାହା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି, ଧୱନଙ୍କୁ ପ୍ରବଳ ମାଡ଼ ହେଉଛି।  ଫ୍ଲେଅଫ୍‌ ପୂର୍ବରୁ ଆଇପିଏଲ୍‌(IPL)ରୁ ବାହାରି ଯିବା ପରେ ଧୱନ ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି, ତାଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ଏପରିକି ତଳେ ପକାଇ ଗୋଇଠା ମଧ୍ୟ ମରାଯାଉଛି। ହେଲେ କାହିଁକି ଓ କିଏ ତାଙ୍କୁ ଏଭଳି ଭାବେ ପିଟୁଛନ୍ତି, ତାହା ଜାଣିଲେ ଆପଣ ମଧ୍ୟ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ।

Advertisment

ନିଟକରେ ଶିଖର ଧୱନ ଶେଆର କରିଥିବା ଭିଡିଓରେ ତାଙ୍କୁ ମାଡ଼ ମାରୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ବରଂ ତାଙ୍କ ବାପା। ପ୍ଲେଅଫ୍‌ ପୂର୍ବରୁ କାହିଁକି ଧୱନ IPLରୁ ବାହାରି ଆସିଲେ, ଏନେଇ ତାଙ୍କ ବାପା ମଜାଳିଅ ଅନ୍ଦାଜରେ ମାଡ଼ ମାରିବାର ଆକ୍ଟିଂ କରିଥିଲେ। ଆକ୍ଟିଂ କରି ଧୱନଙ୍କୁ ତାଙ୍କ ବାପା ଚାପୁଡ଼ା ଉପରେ ଚାପୁଡ଼ା ଏପରିକି ତଳେ ପକାଇ ଗୋଇଠା ମଧ୍ୟ ମାରୁଥିବା ଭିଡିଓରେ ନଜର ଆସିଛି। ତାଙ୍କର ଏଭଳି ଆକ୍ଟିଂ ଦେଖି ହରଭଜନ ସିଂ କମେଣ୍ଟ ଦେଇ ଲେଖିଛନ୍ତି, ‘ବାପୁ ତ ତୁମ ଠାରୁ ଜଣେ ଭଲ ଆକ୍ଟର ବାହାରିଲେ। Wahhh ! କି କଥା। ’

ଇନ୍‌ଷ୍ଟାଗ୍ରମରେ ଭିଡିଓ ଶେଆର କରି ଧୱନ ଲେଖିଛନ୍ତି- ‘Knock out by my dad for not qualifying for knock outs 🤣😝’।  ଚଳିତ ଆଇପିଏଲ୍‌ ସିଜନ୍‌ରେ ପଞ୍ଜାବ ୬ଷ୍ଠ ସ୍ଥାନରେ ରହିଛି। 

Advertisment

ସୂଚନାଥାଉ କି, ଚଳିତ ଆଇପିଏଲ୍‌ରେ ପଞ୍ଜାବ ଟିମ୍‌ ପାଇଁ ଶିଖର ଧୱନ ଖେଳୁଥିଲେ। ତେବେ ପଞ୍ଜାବ ପ୍ଲେଅଫ୍‌ରେ କ୍ୱାଲିଫାଏ କରିପାରି ନଥିଲା। ହେଲେ ଧୱନ ପଞ୍ଜାବ ପାଇଁ ବହୁତ ଭଲ ଖେଳିଥିଲେ। ସେ ମୋଟ୍‌ ୧୪ଟି ମ୍ୟାଚ୍‌ରେ ୪୬୦ ରନ୍‌ କରିଥିଲେ। ଆଇପିଏଲ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଧୱନ ଅଛନ୍ତି।

Advertisment
Shikhar Dhawan Viral Video IPL 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ