Advertisment

ଟିମ୍ ଇଣ୍ଡିଆର ବିଜୟ ମନାସି ପୂଜାର୍ଚ୍ଚନା, ବାରାଣାସୀର ଦଶାଶ୍ୱମେଧ ଘାଟରେ ସ୍ୱତନ୍ତ୍ର ଆଳତି

ଭାରତ ମାତା କି ଜୟ ନାରାରେ କମ୍ପିଲା ଘାଟ....ଗଙ୍ଗା ସେବା ନିଧି ପକ୍ଷରୁ ହୋଇଥିବା ଏହି ଆଳତିରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ...

ଅଦ୍ୟତନ ହୋଇଛି
Varanasi's Dashashwamedh Ghat

Varanasi's Dashashwamedh Ghat

Advertisment

ଟିମ୍ ଇଣ୍ଡିଆ ବିଶ୍ୱବିଜୟୀ ହେଉ। ବିଶ୍ୱକପ୍ ଫାଇନାଲରେ ଭାରତର ବିଜୟ ମନାସି ବାରାଣାସୀରେ ସ୍ୱତନ୍ତ୍ର ଆଳତି ହୋଇଛି। ଧର୍ମ ନଗରୀ କାଶୀର ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜା ସହ ଆଳତି କରାଯାଇଛି । ଗଙ୍ଗା ସେବା ନିଧି ପକ୍ଷରୁ ହୋଇଥିବା ଏହି ଆଳତିରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ହାତରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ପୋଷ୍ଟର ଓ ବ୍ୟାନର ଧରି ଭାରତ ମାତା କି ଜୟ ନାରା ଲଗାଇଥିଲେ। ଘାଟରେ ଗଙ୍ଗା ସେବା ନିଧି ପକ୍ଷରୁ ଦୀପରେ ବିଶ୍ୱକପ୍ ତିଆରି କରାଯାଇଥିଲା। ଏଥିସହ ୨୧ ଶହ ଦୀପ ଜଳାଇ ଟିମ୍ ଇଣ୍ଡିଆ ବିଜୟ ପାଇଁ ପ୍ରାର୍ଥନା କରାଯାଇଥିଲା।......

Advertisment

ସେପଟେ କୋଲକାତାର ମହମ ଶିଳ୍ପୀ ତିଆରି କରିଛନ୍ତି ବିଶ୍ୱକପ କ୍ରିକେଟ୍ ଟ୍ରଫିର ପ୍ରତିକୃତି। ମ୍ୟାନ୍ ଇନ୍ ବ୍ଲୁର ବିଜୟ ମନାସି ମହମର ଟ୍ରଫି ତିଆରି କରିଛନ୍ତି ତୁହୀନ ମୁଖାର୍ଜୀ। ଏଥର ଭାରତ ନିଶ୍ଚିତ ୱାର୍ଲଡ କପ୍ ଜିତିବ ବୋଲି ଆଶା ରଖିଛନ୍ତି ତୁହୀନ। କ୍ୟାଣ୍ଡେଲରେ ବ୍ୟାଟ୍ ଓ ବଲ୍ ବି ତିଆରି କରିଛନ୍ତି। ସେ ତିଆରି କରିଥିବା ବ୍ୟାଟ୍ କୁ ବିରାଟ କୋହଲିଙ୍କ ୫୦ ତମ ଶତକକୁ ଡେଡିକେଟ୍ କରିଛନ୍ତି ତୁହୀନ। ସେହିପରି ଟିମ୍ ଇଣ୍ଡିଆର ସଫଳ ବୋଲର ମହମ୍ମଦ ସାମିଙ୍କ ପାଇଁ ମହମରେ ବଲ୍ ତିଆରି କରିଛନ୍ତି ତୁହୀନ।

ଅନ୍ୟପଟେ ବାଲୁକା କଳା ମାଧ୍ୟମରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଲେଖିଛନ୍ତି ଗୁଡ ଲକ୍ ଟିମ ଇଣ୍ଡିଆ । ବିଶ୍ୱକପ କ୍ରିକେଟ ଗ୍ରାଣ୍ଡ ଫିନାଲେରେ ମୁକାବିଲା ହେବାକୁ ଥିବା ଭାରତ ଓ ଅଷ୍ଟ୍ରେଲିଆର ପତାକା ସହ ବିଶ୍ୱକପ ଟ୍ରଫି ମଧ୍ୟ ସେ ନିର୍ମାଣ କରିଛନ୍ତି । ଷ୍ଟିଲ ପାତ୍ର ଓ କ୍ରିକେଟ ବଲ ବ୍ୟବହାର କରି ଏହି କଳାକୃତି ନିର୍ମାଣ କରିଛନ୍ତି ସୁଦର୍ଶନ ।

Advertisment

ସେହିପରି ବିଶ୍ୱକପ୍ ଫାଇନାଲରେ ଆଜି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା ହେବାକୁ ଯାଉଛି। ଏ ନେଇ ରାଜନୈତିକ ମହଲରେ ମଧ୍ୟ କ୍ରେଜ୍ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ସଫଳତା ଲାଗି ବିଭିନ୍ନ ରାଜନୈତିକ ଦଳ ଶୁଭେଚ୍ଛା ଜଣାଇଛନ୍ତି। ..

Advertisment
World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ