Advertisment

'ମହିଳାଙ୍କୁ ସଶକ୍ତ କରାଉଛି UCCI ଲେଡିଜ୍ ଫୋରମ'

ବିକାଶ କ୍ଷେତ୍ରରେ ମହିଳାମାନେ କିଭଳି ମୁଖ୍ୟସ୍ରୋତକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ।

ଅଦ୍ୟତନ ହୋଇଛି
UCCI Ladies Forum

UCCI Ladies Forum

Advertisment

ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (UCCI) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ସୋମବାର ଦିନ ଭୁବନେଶ୍ଵର ସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଥିରେ ଭୁବନେଶ୍ଵର ମହାନଗର ନିଗମ ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଡ଼ିଶାର ୩ ଜଣ ବିଶିଷ୍ଟ ନାରୀ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ହୋଇଥିବା ପ୍ରତିଭାମାନେ ହେଲେ ଓଡ଼ିଶାର ପ୍ରଥମ ମହିଳା ଭିଡିଓ ଜର୍ଣ୍ଣାଲିଷ୍ଟ ଜ୍ୟୋସ୍ନାରାଣୀ ଦଳାଇ, ମହିଳା ରଗବୀ  ଖେଳାଳି ସୁମିତ୍ରା ନାୟକ ଏବଂ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ଵେରୀ ରାୟମହାପାତ୍ର। ୟୁସିସିଆଇ ଲେଡିଜ୍ ଫୋରମ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ କରାଉଛି।

Advertisment

ବିଶେଷ ଭାବେ ଉଦ୍ୟୋଗ ପ୍ରତିଷ୍ଠା ଏବଂ ବିକାଶ କ୍ଷେତ୍ରରେ ମହିଳାମାନେ କିଭଳି ମୁଖ୍ୟସ୍ରୋତକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ”, କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ଏହି କାର୍ଯ୍ୟକ୍ରମରେ UCCI ସଭାପତି ବ୍ରହ୍ମାନନ୍ଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତିକରଣ କ୍ଷେତ୍ରରେ UCCI ଲେଡିଜ୍ ଫୋରମ ପକ୍ଷରୁ ହେଉଥିବା ସମସ୍ତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେହିପରି ବିଶିଷ୍ଟ ଓଡ଼ିଆ ଉଦ୍ୟୋଗୀ ସୁଶାନ୍ତ କୁମାର ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅନ୍ୟସବୁ କ୍ଷେତ୍ର ପରି ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ମହିଳାମାନେ କିଭଳି ସଫଳ ହୋଇପାରୁଛନ୍ତି ସେ ବିଷୟରେ କହିଥିଲେ। କାର୍ଯ୍ୟକ୍ରମରେ ଡ୍ୟାନ୍ସ ଏକାଡେମୀ ଗ୍ରୁପର କଳାକାରମାନେ ଓଡ଼ିଶୀ ଏବଂ ସମ୍ଵଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

ଏଥିସହ ୟୁସିସିଆଇ ଲେଡିଜ୍ ଫୋରମର ଉପଦେଷ୍ଟା ଗୀତାରାଣୀ ପାଢ଼ୀ, ଜୟନ୍ତ ସାହୁ ଏବଂ ଜ୍ୟୋତି ପ୍ରକାଶ ଦାସଙ୍କୁ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ୟୁସିସିଆଇ ଲେଜିଡ୍ ଫୋରମର ସଭାପତି ସ୍ଵର୍ଣ୍ଣପ୍ରଭା ସାମଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ହିମାଂଶୁବାଳା ମହାନ୍ତି ଫୋରମର ବାର୍ଷିକ ବିବରଣୀ ପାଠ କରିଥିଲେ।

Advertisment

ଫୋରମର ସଦସ୍ୟ ଶ୍ଵେତା ଦାସ ଏବଂ ଅର୍ଚ୍ଚନା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଫୋରମର ପୂର୍ବତନ ସଭାପତି ଭାରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିନତୀ ଦାସ ଏବଂ ସୋନାଲି ଚୌଧୁରୀଙ୍କ ସମେତ ୟୁସିସିଆଇ ଲେଡିଜ୍ ଫୋରମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। 

UCCI Ladies Forum
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ