Advertisment

ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ U19 ଫାଇନାଲରେ ଭାରତ

୩୨ ରନ୍ ରେ ଚତୁର୍ଥ ୱିକେଟ ହରାଇଥିଲା ଭାରତ। ତଥାପି ୭ଟି ବଲ୍ ବାକି ଥାଇ ଟାର୍ଗେଟ ରନ୍ ହାସଲ କରି ଦେଇଛି ଟିମ୍ ଇଣ୍ଡିଆ।

U 19, Cricket world Cup

U 19, Cricket world Cup

Advertisment

U-19 ଫାଇନାଲରେ ଭାରତ। ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ ରେ ବାଜି ମାରିଛି ଟିମ୍ ଇଣ୍ଡିଆ। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ ସିଧାସଳଖ ଭାରତ ଫାଇନାଲକୁ ପ୍ରବେଶ କରିଛି। ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ ଚମକପ୍ରଦ ପ୍ରଦର୍ଶନ କରିଛନ୍ତି।

Advertisment

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୪୫ ରନର ଟାର୍ଗେଟ ଦେଇଥିଲା। ଯାହାର ପିଛା କରିଥିବା ଭାରତୀୟ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରିକି ୩୨ ରନ୍ ରେ ଚତୁର୍ଥ ୱିକେଟ ହରାଇଥିଲା ଭାରତ। ତଥାପି ୭ଟି ବଲ୍ ବାକି ଥାଇ ଟାର୍ଗେଟ ରନ୍ ହାସଲ କରି ଦେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚରେ ଧୂଆଧାଁର ବ୍ୟାଟିଂ କରି ସାମ୍ନାକୁ ଆସିଛନ୍ତି ଆଉ ଜଣେ ସଚିନ୍।

ଟିମ୍ ର ସଚିନ୍ ଧସଙ୍କ ଧୂଆଁଧାର ୯୬ ରନ୍ ସାରା ବିଶ୍ୱର କ୍ରୀଡ଼ା ପ୍ରେମୀଙ୍କ ନଜର ଆକର୍ଷିତ କରିଛି। ଆଜିର ମ୍ୟାଚ୍ ଜିତି ପ୍ରଥମ ଟିମ୍  ଭାବେ ବିଶ୍ୱକପ୍ ରେ ପ୍ରବେଶ କରିଛି ଅଣ୍ଡର-୧୯ ଟିମ୍ ଇଣ୍ଡିଆ।

Advertisment

Cricket Under 19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ