Advertisment

U19 World Cup 2024: ଷଷ୍ଠଥର ଟ୍ରଫି ହାତେଇବା ଲକ୍ଷ୍ୟରେ ଟିମ୍‌ ଇଣ୍ତିଆ

ଉଦୟ ଶରନଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତୀୟ ଅଣ୍ଡର ନାଇଣ୍ଟିନ୍ ଦଳ। ଏଥର ବିଶ୍ୱକପ୍ ଜିତି ଷଷ୍ଠ ଥର ଲାଗି ଟ୍ରଫି ହାତେଇବାକୁ ଚେଷ୍ଟା କରିବ ଭାରତ।

Ind Vs Aus

Ind Vs Aus

Advertisment

ଅଣ୍ଡର ନାଇଣ୍ଟିନ୍ କ୍ରିକେଟ୍ ବିଶ୍ୱକପରେ ଆଜି ସୁପର ସଣ୍ଡେରେ ହେବ ସୁପର ଫାଇଟ୍। ଗ୍ରାଣ୍ଡ ଫିନାଲେରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଦକ୍ଷିଣ ଆଫ୍ରିକାର ୱିଲୋମୋରେ ପାର୍କ ଷ୍ଟାଡିୟମରେ ଭାରତୀୟ ସମୟ ଦିନ ଗୋଟାଏ ୩୦ରେ ମ୍ୟାଚ୍ ଖେଳାଯିବ।

Advertisment

ଉଦୟ ଶରନଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତୀୟ ଅଣ୍ଡର ନାଇଣ୍ଟିନ୍ ଦଳ। ଏଥର ବିଶ୍ୱକପ୍ ଜିତି ଷଷ୍ଠ ଥର ଲାଗି ଟ୍ରଫି ହାତେଇବାକୁ ଚେଷ୍ଟା କରିବ ଭାରତ। ଅନ୍ୟପଟେ ଅଷ୍ଟ୍ରେଲିଆ ଟିମ୍ ମଧ୍ୟ ୨୦୧୮ ପରାଜୟର ବଦଲା ନେବାକୁ ଚେଷ୍ଟା କରିବ। ୬ ବର୍ଷ ପରେ କଙ୍ଗାରୁ ଟିମ୍ ଅଣ୍ଡର ନାଇଣ୍ଟିନ୍ ବିଶ୍ୱକପ ଫାଇନାଲରେ ପହଞ୍ଚିଛି।

ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ୨୦୧୮ରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଫାଇନାଲ ଖେଳିଥିଲା। ଉକ୍ତ ଫାଇନାଲରେ ଭାରତ ୮ ୱିକେଟରେ ଜିତି ଚାମ୍ପିୟନ ହୋଇଥିଲା। ଏବେ ପୁଣିଥରେ ଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି।

Advertisment

ଭାରତ ଏଯାଏ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ୧୯୮୮, ୨୦୦୨ ଓ ୨୦୧୦ରେ ଦଳ ଟ୍ରଫି କବଜା କରିଥିଲା। ୨୦୧୨ ଓ ୨୦୧୮ରେ ଦଳକୁ ଫାଇନାଲରେ ହାରିବାକୁ ପଡ଼ିଥିଲା।

Ind Vs Aus U19 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ