Advertisment

ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଏବେ ଆସାମ ଡିଏସପି

ଆସାମ ପୋଲିସ୍ ମଧ୍ୟ ଲଭଲିନାଙ୍କ ଏହି ନିଯୁକ୍ତିକୁ ସ୍ୱାଗତ କରିଛି । ଲୋଭଲିନାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉପସ୍ଥିତି ନିଶ୍ଚିତ ଭାବରେ ବନ୍ଧୁତ୍ୱପୂର୍ଣ୍ଣ ପୋଲିସିଂ ଦିଗରେ ଆମର ମିଶନରେ ସାହାଯ୍ୟ କରିବ ବୋଲି ଆସାମ ପୋଲିସ ପକ୍ଷରୁ କୁହାଯାଇଛି ।

ଅଦ୍ୟତନ ହୋଇଛି
Lovlina Borgohain

Lovlina Borgohain

Advertisment

ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବୋର୍ଗୋନଙ୍କୁ ଆସାମ ପୋଲିସରେ ଡିଏସପି ଭାବରେ ନିଯୁକ୍ତ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜନତା ଭବନରେ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଆସାମ ସରକାରଙ୍କ ନୂତନ କ୍ରୀଡା ନୀତି ଅନୁଯାୟୀ ଏହି ନିଯୁକ୍ତି ହେଉଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା କହିଛନ୍ତି ।

Advertisment

ଆସାମ ପୋଲିସ୍ ମଧ୍ୟ ଲଭଲିନାଙ୍କ ଏହି ନିଯୁକ୍ତିକୁ ସ୍ୱାଗତ କରିଛି । ଲଭଲିନାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉପସ୍ଥିତି ନିଶ୍ଚିତ ଭାବରେ ବନ୍ଧୁତ୍ୱପୂର୍ଣ୍ଣ ପୋଲିସିଂ ଦିଗରେ ଆମର ମିଶନରେ ସାହାଯ୍ୟ କରିବ ବୋଲି ଆସାମ ପୋଲିସ ପକ୍ଷରୁ କୁହାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଲଭଲିନା ବକ୍ସିଂର ୱେଲଟର ୱେଟ୍ କାଟେଗୋରୀର ୬୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ ।

ଟୋକିଓ ଅଲିମ୍ପିକ୍ସରେ ଲଭଲିନା ବକ୍ସିଂର ୱେଲଟର ୱେଟ୍ ବର୍ଗର ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏମସି ମ୍ୟାରୀ କମ୍ ଓ ବିଜେନ୍ଦ୍ର ସିଂହଙ୍କ ପରେ ସେ ତୃତୀୟ ଭାରତୀୟ ବକ୍ସର ଭାବେ ଏହି ସଫଳତା ପାଇଥିଲେ। ପଦକ ଜିତିବା ପରେ ଗତ ବର୍ଷ ସେପ୍ଟେମ୍ବରରେ ଆସାମ ମୁଖ୍ୟମନ୍ତ୍ରୀ ଲଭଲିନାଙ୍କୁ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିବା ସହ ତାଙ୍କୁ ଡିଏସପି ପଦବୀରେ ନିଯୁକ୍ତ କରିବା ପାଇଁ ଘୋଷଣା କରିଥିଲେ।

Advertisment

ଡିଏସପି ପଦବୀରେ ନିଯୁକ୍ତି ପାଇବା ପରେ ଲଭଲିନା ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି। ସେ କହିଛନ୍ତି, ଦେଶ ଓ ଆସାମ ପାଇଁ ଅଧିକ ପଦକ ଜିତିବା ମୋର କର୍ତ୍ତବ୍ୟ। ମୁଁ ମୋର ଟ୍ରେନିଂ ଉପରେ ଫୋକସ୍ କରିବି। ଏବେ ମୋ ଉପରେ ନୂଆ ଦାୟିତ୍ୱ ଆସିଯାଇଛି। ମୁଁ ନୂଆ ପ୍ରତିଭାଙ୍କୁ ଖୋଜି ବାହାର କରିବାକୁ ପ୍ରୟାସ କରିବି। ମୋତେ ଡିଏସପି ଭାବେ ନିଯୁକ୍ତି କରିଥିବାରୁ ମୁଁ ଆସାମ ସରକାରଙ୍କୁ ଧନ୍ୟବାଦ ଜଣାଉଛି।

Lovlina-borgohain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ