Advertisment

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଯାତ୍ରା ଆରମ୍ଭ

ପଜିଟିଭ୍‌ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଟୋକିଓ ଅର୍ଗାନାଇଜିଂ କମିଟିର ପ୍ରବକ୍ତା ମାସା ଟାକାୟା ପ୍ରେସ୍‌ କନ୍‌ଫରେନ୍ସରେ ସୂଚନା ଦେଇ କହିଛନ୍ତି, ‘ଭିଲେଜ୍‌ରୁ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଯାତ୍ରା ଆରମ୍ଭ

Olympic 2021

Advertisment

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡ଼ାବିତ୍ ଯାତ୍ରା କରିଛନ୍ତି। ଗତକାଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ କ୍ରିଡ଼ାବିତଙ୍କ ପ୍ରଥମ ବ୍ୟାଚକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକଙ୍କ ଉପସ୍ଥିତିରେ ଅନୁରାଗ ଠାକୁର କ୍ରୀଡ଼ାବିତଙ୍କୁ ମେଲାଣି ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୫୪ ଜଣ କ୍ରୀଡ଼ାବିତଙ୍କ ସମେତ ମୋଟ୍ ୮୮ ଜଣିଆ ସ୍ୱ୍କାର୍ଡ଼ ଟୋକିଓ ଯାତ୍ରା କରିଛନ୍ତି। ଏହି ସ୍ୱ୍କାର୍ଡ଼ର ତୀରନ୍ଦାଜ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ହକି, ଜୁଡୋ, ଜିମ୍ନାଷ୍ଟିକ,ସନ୍ତରଣ ଓ ଭାରୋତ୍ତଳନ ବିଭାଗର କ୍ରୀଡ଼ାବିତ୍ ଅଛନ୍ତି। ହକି ସ୍ୱ୍କାର୍ଡ଼ରେ ଉଭୟ ପୁରୁଷ ଓ ମହିଳା ଟିମ୍ ଅଛି। ପୂର୍ବରୁ ଶୁକ୍ରବାର ଦିନ ଭାରୋତ୍ତଳକ ମୀରାବାଇ ଚାନୁ ଆମେରିକାର ତାଲିମ କେନ୍ଦ୍ରରୁ ଯାଇ ଟୋକିଓରେ ପହଞ୍ଚି ସାରିଥିଲେ। ଏଥର ଅଲିମ୍ପିକ୍ସରେ ୧୧୯ ଜଣ ଖେଳାଳିଙ୍କ ସମେତ ୨୨୮ ଜଣିଆ ଭାରତୀୟ ସ୍ୱ୍କାର୍ଡ଼ ଯୋଗଦେବେ।

Advertisment

ସେପଟେ, ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର ୬ ଦିନ ପୂର୍ବରୁ ଅଲିମ୍ପିକ୍‌ ଭିଲେଜ୍‌ରୁ ପ୍ରଥମ କରୋନା କେସ୍‌ ଚିହ୍ନଟ ହୋଇସାରିଛି। ପଜିଟିଭ୍‌ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଟୋକିଓ ଅର୍ଗାନାଇଜିଂ କମିଟିର ପ୍ରବକ୍ତା ମାସା ଟାକାୟା ପ୍ରେସ୍‌ କନ୍‌ଫରେନ୍ସରେ ସୂଚନା ଦେଇ କହିଛନ୍ତି, ‘ଭିଲେଜ୍‌ରୁ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭିଲେଜ୍‌ରେ ଏହା ପ୍ରଥମ କେସ୍‌ ଥିଲା। ସ୍କ୍ରିନିଂ ଟେଷ୍ଟ୍‌ ବେଳେ ସମ୍ପୃକ୍ତ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସୂଚନା ଅନୁସାରେ, ପଜିଟିଭ୍‌ ଚିହ୍ନଟ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏବେ ଅଲିମ୍ପିକ୍‌ ଭିଲେଜ୍‌ରେ ରହିବାକୁ ବାରଣ କରାଯାଇଛି। ଅଲିମ୍ପିକ୍ସ ସମୟରେ ଆଥ୍‌ଲେଟ୍‌ ଓ ଅଧିକାରୀମାନେ ଏହି ଗାଁରେ ରହିବାକୁ ଥିବାବେଳେ ସେମାନଙ୍କର ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ବ୍ୟକ୍ତି ଜଣକ ଏକ ହୋଟେଲରେ ରହିଛନ୍ତି।

Advertisment

ଟୋକିଓ ୨୦୨୦ ଗେମ୍ସ ଆୟୋଜକ ମୁଖ୍ୟ କହିଛନ୍ତି, କେହିବି ଯେଭଳି କରୋନା ସଂକ୍ରମିତ ନହୁଅନ୍ତି, ଏନେଇ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ମହାମାରୀ କରୋନା ଯୋଗୁ ବର୍ଷେ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯାଇଥିଲା।

India News Olympic Tokyo Olympics 2020 Tokyo Olympics2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ