Advertisment

ଆଜି ଜାତୀୟ କ୍ରୀଡ଼ା ଦିବସ: ସାରା ବିଶ୍ୱରେ ନିଜ ଦକ୍ଷତାକୁ ପ୍ରଦର୍ଶିତ କରିଛନ୍ତି ଭାରତୀୟ ଖେଳାଳି

ଆଜିର ଦିନରେ ପ୍ରତିଟି ଖେଳାଳି ଓ କ୍ରୀଡ଼ାପ୍ରେମୀ ନିଜ ଫେଭରେଟ୍ ଗେମ୍‌କୁ ନେଇ ସେଲିବ୍ରେସନ୍ କରୁଛନ୍ତି। ମହାନ ଖେଳାଳି ହକି ଲେଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଭାରତରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଏ।

Today National Sports Day 2022

Today National Sports Day 2022

Advertisment

ଆଜି ଜାତୀୟ କ୍ରୀଡ଼ା ଦିବସ। ଖେଳାଳିଙ୍କ ପାଇଁ ଦିନଟିଏ। ହକି ହେଉ କି ଫୁଟବଲ୍‌, ବ୍ୟାଡମିଣ୍ଟନ୍ ହେଉ କି କବାଡ଼ି...ଭାରତୀୟ ଖେଳାଳି ଏବେ ସାରା ବିଶ୍ୱରେ ନିଜ ଦକ୍ଷତାକୁ ପ୍ରଦର୍ଶିତ କରିଛନ୍ତି ା ଏଥିପାଇଁ ତ ଆଜିର ଦିନରେ ପ୍ରତିଟି ଖେଳାଳି ଓ କ୍ରୀଡ଼ାପ୍ରେମୀ ନିଜ ଫେଭରେଟ୍ ଗେମ୍‌କୁ ନେଇ ସେଲିବ୍ରେସନ୍ କରୁଛନ୍ତି।

Advertisment

ମହାନ ଖେଳାଳି ହକି ଲେଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଭାରତରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଏ। ଆଜି ଦେଶର ବିଭିନ୍ନ ସ୍ଥାନରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୬ଟି ସ୍କୁଲ୍‌ରେ ‘ମିଟ୍ ଦ୍ ଚାମ୍ପିଅନ୍’ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଯେଉଁଥିରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, କମନ୍‌ୱେଲ୍‌ଥ ବିଜେତାଙ୍କ ସମେତ ଦେଶର କିଛି ପ୍ରମୁଖ ଖେଳାଳି ଭାଗ ନେବେ। 

Advertisment

ଅନ୍ୟପକ୍ଷେ, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୪ ଜଣଙ୍କୁ ଦୂରଦର୍ଶୀ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରାଯାଇଛି। ହକି ପ୍ରଶିକ୍ଷକ ସିଲଭେଷ୍ଟର ଟୋପ୍ପୋ, ରଣଜୀ କ୍ରିକେଟର ବସନ୍ତ ମହାନ୍ତି, କ୍ରିକେଟ ପ୍ରଶିକ୍ଷକ ମନୋଜ ମହାପାତ୍ରଙ୍କ ସମେତ ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। 

ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ କ୍ରୀଡ଼ା ଏବଂ ଓଡ଼ିଶା ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ। 

Advertisment
National Sports Day Major Dhyan Chand National Sports Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ