barabati
କୋଭିଡ କଟକଣା ଭିତରେ ହେବ ବାରବାଟୀ ଟି-୨୦ ମ୍ୟାଚ୍ । ବିନା ଦର୍ଶକରେ ବାରବାଟୀରେ ଖେଳାଯିବ ମ୍ୟାଚ୍ । ଓସିଏ କର୍ତ୍ତୃପକ୍ଷ ମ୍ୟାଚ୍ ଆୟୋଜନ ନେଇ ବିସିସିଆଇକୁ ଜଣାଇଥିବା ବେଳେ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ପରିସ୍ଥିତିକୁ ଦେଖି ବିନା ଦର୍ଶକରେ ମ୍ୟାଚ୍ ଆୟୋଜନ ପାଇଁ ଓସିଏ ପ୍ରସ୍ତୁତ ଥିବା କହିଛନ୍ତି ସିଇଓ ସୁବ୍ରତ ବେହେରା ।
ସରକାର ପରିସ୍ଥିତିକୁ ଦେଖି ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ ମ୍ୟାଚ୍ ଆୟୋଜନ କରାଯିବ ବୋଲି କହିଛନ୍ତି । ତେବେ ପିଚ ଆଉଟଫିଲ୍ଡ କାମ ଶେଷ ହେବା ସହ ନୁଆ କରି ଏଲଇଡି ଫ୍ଲଡ ଲାଇଟ ମଧ୍ୟ ଲଗାଯାଇଛି । ଆଜି ବିସିସିଆଇ ଟିଭି ବ୍ରଡକାଷ୍ଟ ଟିମ୍ ବାରବାଟି ଆସି ସ୍ଥିତି ଅନୁଧ୍ୟାନ କରିବା ସହ ଓସିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/barabati-1_1626007681.jpg)