Advertisment

Pahalgam Terror Attack IPL Change: ପହଲଗାମ୍‌ ହମ୍‌ଲା; BCCIର ବଡ଼ ଘୋଷଣା, ଆଜି IPLରେ ହେବ ପରିବର୍ତ୍ତନ...

ପହଲଗାମ୍‌ ହମ୍‌ଲାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ଖେଳାଳିମାନେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ କଳା ବ୍ୟାଜ୍ ପିନ୍ଧି ମଇଦାନକୁ ଓହ୍ଲାଇବେ।

ଅଦ୍ୟତନ ହୋଇଛି
Jammu Kashmir Attack

Jammu Kashmir Attack

Advertisment

ପହଲଗାମ୍‌ ହମ୍‌ଲା, ଆଇପିଏଲ୍‌ରେ ହେବ ବଡ଼ ପରିବର୍ତ୍ତନ । କାରଣ ପହଲଗାମ୍‌ ହମ୍‌ଲାକୁ ସବୁ ଆଡ଼େ ଶୋକର ବାତାବରଣ । ଏହାରି ଭିତରେ ଆଇପିଏଲ୍ ମ୍ୟାଚକୁ ନେଇ ବଡ଼ ଖବର ଆସିଛି । ପହଲଗାମ୍‌ ହମ୍‌ଲାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ଖେଳାଳିମାନେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ କଳା ଆର୍ମ ବ୍ୟାଣ୍ତ ପିନ୍ଧି ମଇଦାନକୁ ଓହ୍ଲାଇବେ। 

Advertisment

ଗତକାଲି ହୋଇଥିବା ଏହି ଆକ୍ରମଣରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ବିସିସିଆଇ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆଜି  ଏସ୍‌ଆର୍‌ଏଚ୍‌ ( SRH) ଓ ଏମ୍‌ଆଇ (MI) ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସମୟରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନିଷ୍ପତ୍ତି ନେଇଛି।

ଅଧିକ ପଢ଼ନ୍ତୁ: ଆତଙ୍କୀ ହମ୍‌ଲା: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

Advertisment

ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏକ ମିନିଟ୍ ନୀରବ ପ୍ରାର୍ଥନ କରାଯିବ। ମ୍ୟାଚ୍ ସମୟରେ ଉଭୟ ଟିମ୍‌ର ଖେଳାଳି ଏବଂ ଅମ୍ପାୟାର ହାତରେ କଳା ପଟି ପିନ୍ଧିବେ, ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ ପାଳନ କରାଯିବ। କେବଳ ଏତିକି ନୁହେଁ, ଏହି ମ୍ୟାଚ୍ ପାଇଁ ପଡ଼ିଆରେ କୌଣସି ଚିୟରଲିଡର୍ ରହିବେ ନାହିଁ। 

ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ କିଛି ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ:ପହଲଗାମରେ ହମଲା; ଏହି ଆତଙ୍କୀ ସଂଗଠନ କଲା ନିଜକୁ ଦାୟୀ

BCCI Mumbai Indians Sunrisers Hyderabad Tribute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ