୯୪ ତମ ଖେଳାଳି ପ୍ରଥମ ମ୍ୟାଚ୍‌ରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌

ହର୍ଷଲ ପଟେଲ ହେଉଛନ୍ତି ଟି-ଟ୍ୱେଣ୍ଟିରେ ଭାରତର ୯୪ତମ ଖେଳାଳି । ସେ ୧୯ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ଏଥିରେ ସେ ମ୍ୟାଚ୍‌ ୱିନର ମଧ୍ୟ ଥିଲେ । ହର୍ଷଲଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପ୍ଲେୟାର ଅଫ୍ ଦି ମ୍ୟାଚ୍‌ ବିବେଚନା କରାଗଲା ।

Team India

ଭାରତ ପାଇଁ ଏପର୍ଯ୍ୟନ୍ତ ୯୪ ଜଣ ଖେଳାଳି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି । ସେଥିମଧ୍ୟରୁ ୧୧ ଜଣ ଖେଳାଳି ପ୍ରଥମ ଥର ପାଇଁ ୨୦୨୧ରେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ଭାରତ ଏବେ ସୁଦ୍ଧା ୯୪ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଜିତିଛି । ଆର୍ଥାତ୍‌ ଯେତିକି ଜଣ ଖାଳାଳି ସେତିକି ମ୍ୟାଚ୍‌ ଜିତିଛି ଭାରତ । ସାରା ବିଶ୍ୱରେ ଭାରତ ଠାରୁ ଅଧିକ ଟି-୨୦ ମ୍ୟାଚ୍‌ କେବଳ ପାକିସ୍ତାନ (୧୧୩ଟି) ଜିତିଛି ।

ହର୍ଷଲ ପଟେଲ ହେଉଛନ୍ତି ଟି-ଟ୍ୱେଣ୍ଟିରେ ଭାରତର ୯୪ତମ ଖେଳାଳି । ସେ ୧୯ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ଏଥିରେ ସେ ମ୍ୟାଚ୍‌ ୱିନର ମଧ୍ୟ ଥିଲେ । ହର୍ଷଲଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପ୍ଲେୟାର ଅଫ୍ ଦି ମ୍ୟାଚ୍‌ ବିବେଚନା କରାଗଲା ।

୨୧ ନଭେମ୍ବରରେ ଅର୍ଥାତ୍‌ ଆଜି ଭାରତ ନିଜର ୯୫ତମ ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ ଆଭେଶ ଖାନଙ୍କୁ ଭାରତ ସୁଯୋଗ ଦେବାର ସମ୍ଭାବନା ରହିଛି । ଅର୍ଥାତ୍ ୯୫ତମ ଟି -୨୦ ମ୍ୟାଚ୍‌ରେ ଭାରତର ୯୫ତମ ଖେଳାଳି ହେବେ ଆଭେଶ ଖାନ୍‌ ।

ଟି-୨୦ ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ବିରାଟ କୋହଲି । ବିଶ୍ୱରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । ସେ ଏବେ ସୁଦ୍ଧା ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଅନ୍ୟପଟେ ବିରାଟଙ୍କ ନାଁରେ ଏକ ଅଲୋଡ଼ା ରେକର୍ଡ ମଧ୍ୟ ରହିଛି । ସେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ , ଏବେ ସୁଦ୍ଧା ଗୋଟିଏ ବି ଶତକ ହାସଲ କରି ପାରି ନାହାନ୍ତି । ତାଙ୍କର ସାର୍ବାଧିକ ସ୍କୋର ମଧ୍ୟ ୯୪ । ଆଉ ସେହି ମ୍ୟାଚ୍‌ରେ ସେ ନଟ୍‌ ଆଉଟ୍‌ ମଧ୍ୟ ରହିଥିଲେ ।

ଟି-୨୦ ମ୍ୟାଚରେ ଭାରତ ଅପେକ୍ଷା ଅଧିକ ଖେଳାଳିଙ୍କୁ କେବଳ ଅଷ୍ଟ୍ରେଲିଆ ମଇଦାନକୁ ଓହ୍ଲାଇଛି । ଏବେ ସୁଦ୍ଧା ୯୮ ଜଣ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଟି-୨୦ ମଇଦାନକୁ ଓହ୍ଲାଇ ସାରିଛି ।