Advertisment

ଭାରତର ବୃହତ ବିଜୟ; ପ୍ରଥମ ଦଳ ଭାବେ ସେମିରେ ଏଣ୍ଟ୍ରି ମାରିଲା ଟିମ୍‌ ଇଣ୍ତିଆ

ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ବୋଲରଙ୍କ ମ୍ୟାଜିକରେ ଧରାଶାୟୀ ହେଲା ଶ୍ରୀଲଙ୍କା।

Ind Vs SL

Ind Vs SL

Advertisment

କ୍ରିକେଟ ବିଶ୍ୱକପ ମୁକାବିଲାରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଶାଳ ବିଜୟ। ମୁମ୍ବାଇରେ ଲଙ୍କା ଦଳ ବିପକ୍ଷରେ ଏକ ବୃହତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଏଥି ସହିତ ବିଶ୍ୱକପରେ ଲଗାତର ସପ୍ତମ ବିଜୟ ହାସଲ କରିଛି ରୋହିତ ବାହିନୀ। ଭାରତର ବିରାଟ ୩୫୮ ରନ ଟାର୍ଗେଟର ପିଛା କରି ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲ ଆଉଟ ହୋଇଛି।

Advertisment

ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ବୋଲରଙ୍କ ମ୍ୟାଜିକରେ ଧରାଶାୟୀ ହେଲା ଶ୍ରୀଲଙ୍କା। ୩୫୮ ରନ ଟାର୍ଗେଟର ପିଛା କରି ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଏପରିକି ମାତ୍ର ୩ ରନରେ ଲଙ୍କା ଦଳ ପ୍ରଥମ ୪ଟି ୱିକେଟ ହରାଇଥିଲା। ଏହା ପରେ ଗୋଟେ ପରେ ଗୋଟେ ୱିକେଟ ପଡିବାରେ ଲାଗିଥିଲା।

ଟସ୍ ଜିଣି ପ୍ରଥମେ ଭାରତ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଛି ଟିମ ଇଣ୍ଡିଆ। କ୍ୟାପଟେନ ରୋହିତ ଶର୍ମା ୪ରେ ଆଉଟ ହୋଇ ଭାରତକୁ ପ୍ରଥମ ଝଟକା ଦେଇଥିଲେ। ହେଲେ ଏହାପରେ ବିରାଟ କୋହଲି ଓ ଶୁବମନ୍ ଗିଲ ଦ୍ୱିତୀୟ ୱିକେଟ୍‌ରେ ଶତକୀୟ ଭାଗିଦାରୀ କରିଥିଲେ। ଗିଲ୍ ୯୨ ଓ କୋହଲିଙ୍କ ୮୮ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଅୟାର ମଧ୍ୟ ୮୨ ରନର ଦମଦାର ଇନିଂସ ଖେଳିଥିଲେ। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା୍ ଉପଯୋଗୀ ୩୫ ରନ୍ କରି ଭାରତର ସ୍କୋରକୁ ୩୫୦ ପାର କରିଥିଲେ।

Advertisment

Ind Vs SL 2023 Men's World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ