Advertisment

ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ, ବିମାନ ବନ୍ଦର ଓ ହୋଟେଲରେ ଗ୍ରାଣ୍ଡ ୱେଲକମ୍

ବିଶ୍ବ ବିଜେତାଙ୍କୁ ଭବ୍ୟ ସ୍ବାଗତ । ଟି-ଟ୍ବେଣ୍ଟି ଚାମ୍ପିଅନ ଟିମ୍ ଇଣ୍ଡିଆକୁ ସ୍ବଦେଶ ମାଟିରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ଦିଲ୍ଲୀ ବିମାନ ବନ୍ଦର। ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ଭୋରରୁ ଲାଗିଥିଲା ଭିଡ଼ ।

undefined

Team India

Advertisment

ବିମାନରୁ ବିମାନ ବନ୍ଦର, ହୋଟେଲରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ । ସବୁଠି ସେଲିବ୍ରେସନ୍। ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ କରାଯାଇଛି ଭବ୍ୟ ସ୍ବାଗତ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମସ୍ତ ଖେଳାଳି ଓ କୋଚ୍ ଙ୍କ ସହ ଆଲୋଚନା କରିଛନ୍ତି, ବିଶ୍ବକପ୍ ଟ୍ରଫି ସହ ଫୋଟ ବି ଉଠାଇଛନ୍ତି ।

Advertisment

ବିଶ୍ବ ବିଜେତାଙ୍କୁ ଭବ୍ୟ ସ୍ବାଗତ । ଟି-ଟ୍ବେଣ୍ଟି ଚାମ୍ପିଅନ ଟିମ୍ ଇଣ୍ଡିଆକୁ ସ୍ବଦେଶ ମାଟିରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ଦିଲ୍ଲୀ ବିମାନ ବନ୍ଦର। ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ଭୋରରୁ ଲାଗିଥିଲା ଭିଡ଼ । କାହା ହାତରେ ଥିଲା ହିଟ୍ ମ୍ୟାନ ରୋହିତଙ୍କ ଫଟୋ ତ କିଏ ଧରିଥିଲା ରନ୍ ମେସିନ୍ ବିରାଟଙ୍କ ଫଟୋ । ବୁମ୍ ବୁମ୍ ବୁମରା.. ପାଣ୍ଡ୍ୟା ଓ କୋଚ୍ ରାହୁଲଙ୍କ ନାରାରେ ବି ଗୁଞ୍ଜରିତ ହେଉଥିଲା ଏୟାରପୋର୍ଟ ପରିସର। ବାହାରକୁ ଆସିବା ପରେ ଟି-ଟ୍ବେଣ୍ଟି ଟ୍ରଫି ଦେଖାଇ ଦର୍ଶକଙ୍କ ରୋମାଂଚକୁ ଆହୁରି ବଢାଇ ଦେଇଥିଲେ କ୍ୟାପଟେନ୍ ରୋହିତ ଶର୍ମା।

ଖେଳାଳିଙ୍କୁ ନେଇ ବସ୍ ସିଧା ଯାଇଥିଲା ହୋଟେଲକୁ । ଯେଉଁଠି ବିଶ୍ବବିଜୟୀ ଟିମ୍ ଇଣ୍ଡିଆକୁ କରାଯାଇଥିଲା ଗ୍ରାଣ୍ଡ ୱେଲକମ୍। ଖେଳାଳିଙ୍କ ପାଇଁ ବିଛା ଯାଇଥିଲା ରେଡ୍ କାର୍ପେଟ। ପରେ କେକ୍ କାଟି ସେଲିବ୍ରେଟ୍ କରିଥିଲେ ଖେଳାଳି। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ହୋଟେଲ୍ ପରିସର।

Advertisment

ଏହାପରେ ଟିମ୍ ଇଣ୍ଡିଆର ଡେଷ୍ଟିନେସନ ପଏଣ୍ଟ ଥିଲା ସେଭେନ୍ ଲୋକକଲ୍ୟାଣ ମାର୍ଗ । ଅର୍ଥାତ୍, ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନ। ସ୍ବତନ୍ତ୍ର ବସରେ ସମସ୍ତ ଖେଳାଳି, ହେଡ୍ କୋଚ୍ ଓ ଷ୍ଟାଫ ପହଁଚିଥିଲେ ପ୍ରଧାନମନ୍ତ୍ରୀଙ୍କ ଘରେ । ହାତରେ ବିଶ୍ବକପ୍, ପାଖରେ ଚାମ୍ପିଅନ୍ ଟିମ୍ । ଟ୍ରଫି ଓ ଖେଳାଳିଙ୍କ ସହ ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ । କ୍ୟାପଟେନ୍, କୋଚ୍ ଓ ଖେଳାଳିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ବି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଟୁର୍ଣ୍ଣାମେଣ୍ଟର ଅନୁଭୂତି ସେୟାର କରିଥିଲେ ପ୍ଲେୟାର । 

ଗୋଟିଏ ପଟେ ଟିମ୍ ଇଣ୍ଡିଆର ଟି-ଟ୍ବେଣ୍ଟି ୱାର୍ଲଡ କପ୍ ବିଜୟରେ ସାରା ଦେଶରେ ସେଲିବ୍ରେସନ୍। ଅନ୍ୟପଟେ, ବିଶ୍ବବିଜେତା ଟିମ୍ ବି ଜୋରଦାର ସେଲିବ୍ରେଟ୍ କରିଛି ଏହି ବିଜୟକୁ । ବାରବାଡୋସରୁ ଫେରିବା ବେଳେ ବିମାନ ଭିତରେ ଖେଳାଳି କେମିତି ବିଶ୍ବକପ୍ ଟ୍ରଫି ସହ ବିଜୟ ଉତ୍ସବ ମନାଇଥିଲେ, ସାମନାକୁ ଆସିଛି ତାର ଦୃଶ୍ୟ। ଏହି ଭିଡିଓଙ୍କୁ ବିସିସିଆଇ ନିଜ ସୋସିଆଲ୍ ମିଡିଆ ସାଇଟରେ ସେୟାର କରିଛି। ଯେଉଁଥିରେ ଟ୍ରଫି ସହ କ୍ୟାପଟେନ୍ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ସାଥି ଖେଳାଳିଙ୍କୁ ଦେଖିବାକୁ ମିଳିଛି ।

Advertisment

ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ମାତ୍ ଦେଇ ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍ ହୋଇଛି ଭାରତ। ତେବେ ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ଯୋଗୁଁ ୩ ଦିନ ଧରି ସେଠାରେ ଫସି ରହିଥିଲା ଟିମ୍ ଇଣ୍ଡିଆ । ଖେଳାଳିଙ୍କୁ ଭାରତ ଫେରାଇ ଆଣିବାକୁ ଯାଇଥିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ।

Narendra Modi Virat Kohli Team India Rohit Sharma T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ