T20 World Cup: Today Ind Vs NED Match
ଟି-୨୦ ବିଶ୍ୱକପ୍(T20 World Cup 2022)ରେ ଆଜି ନେଦରଲାଣ୍ଡ ସହ ଭାରତର ମୁକାବିଲା। ସିଡ୍ନୀରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ଟିମ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି।ହେଲେ ଭାରତୀୟ ଫ୍ୟାନ୍ସ ଏହି ମ୍ୟାଚ୍କୁ ନେଇ ନିରାଶ ହୋଇପାରନ୍ତି। weather.com ଅନୁସାରେ, ଆଜି ସିଡନୀ ଆକାଶ ମେଘାଚ୍ଛନ୍ନ ରହିପାରେ। ତେଣୁ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଆକଳନ ଅନୁସାରେ, ଦିନରେ ୭୦% ବର୍ଷା ହେବାର ସମ୍ଭାବନା ଥିବାବେଳେ ରାତିରେ ୩୦% ବର୍ଷା ହେବାର ସମ୍ଭାବନା ରହିଛି।
ଯଦି ନେଦରଲାଣ୍ଡ ସହ ଭାରତର ମୁକାବିଲା ରଦ୍ଦ ହୋଇଯିବ, ତା’ହେଲେ ଟିମ୍ ଇଣ୍ଡିଆକୁ ନେଦରଲାଣ୍ଡ ସହ ପଏଣ୍ଟ ଶେଆର କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚିବା ପାଇଁ କଷ୍ଟକର ହେବ କି ? ଏନେଇ ଫ୍ୟାନ୍ସ ଚିନ୍ତାରେ ପଡ଼ି ଯାଇଛନ୍ତି। ଭାରତୀୟ ଟିମ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ବିଜୟ ହାସଲ କରିଛନ୍ତି। ଯଦି ନେଦରଲାଣ୍ଡ ସହ ହେବାକୁ ଥିବା ମୁକାବିଲା ରଦ୍ଦ ହୋଇଯାଏ ତା’ହେଲେ ଟିମ୍ ଇଣ୍ଡିଆକୁ ପଏଣ୍ଟସ୍ ମିଳିବ। ନେଦରଲାଣ୍ଡ ସହ ମୁକାବିଲା ପରେ ଟିମ୍ ଇଣ୍ଡିଆ ଆଉ ୩ଟି ମ୍ୟାଚ୍ ଖେଳିବ। ତେବେ ଏହି ୩ ମ୍ୟାଚ୍ରେ ଭାରତୀୟ ଟିମ୍କୁ ବିଜୟ ହାସଲ କରିବାର ଅଛି। ଫଳରେ ଟିମ୍ ଇଣ୍ଡିଆର ପଏଣ୍ଟସ୍ ବଢ଼ିବ ଓ ଅତି ସହଜରେ ଟିମ୍ ସେମିଫାଇନାଲରେ ଏଣ୍ଟ୍ରି କରିପାରିବ।
ଆଜିର ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ନିଜର ବିଜୟୀ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ପାରସ୍ ମାହାମ୍ବ୍ରେ ଏ ନେଇ ସୂଚନା ମଧ୍ୟ ଦେଇଥିଲେ। ସେପଟେ ସମସ୍ତଙ୍କୁ ଚକିତ କରି ସୁପର୍ ଟ୍ୱେଲ୍ଭ୍ରେ ପହଞ୍ଚିଥିବା ନେଦଲାଣ୍ଡ୍ ଟିମ୍ ଏହି ରାଉଣ୍ଡରେ ବିପର୍ଯ୍ୟୟ ସୃଷ୍ଟି କରିବାର କ୍ଷମତା ରହିଛି। ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଅଳ୍ପକେ ବିଜୟକୁ ହାତଛଡା କରିଥିଲା ଡଚ୍ ଟିମ୍। ଭାରତୀୟ ଟିମ୍ ଶକ୍ତିଶାଳୀ ହୋଇଥିଲେ ହେଁ ମ୍ୟାଚ୍ରେ ନିଜ ଛାପ ଛାଡିବାକୁ ଚେଷ୍ଟା କରିବ ନେଦରଲାଣ୍ଡ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666854065.jpg)