Advertisment

ଟି-୨୦ ବିଶ୍ୱକପ୍‌ ୨୦୨୨: ଦାଦା କଲେ ଭବିଷ୍ୟବାଣୀ, ସେମିଫାଇନାଲ୍‌ରେ ପହଞ୍ଚିବେ ଏହି ୪ ଟିମ୍‌...

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ BCCIର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି(Sourav Ganguly) ବିଶ୍ୱକପ୍‌ର ସେମିଫାଇନାଲ୍‌କୁ ନେଇ ଭବିଷ୍ୟବାଣୀ କରିଛନ୍ତି।

ଅଦ୍ୟତନ ହୋଇଛି
T20 World Cup 2022 Sourav Ganguly Predicts His 4 Semi-Finalists

T20 World Cup 2022 Sourav Ganguly Predicts His 4 Semi-Finalists

Advertisment

ଟି-୨୦ ବିଶ୍ୱକପ୍‌ ୨୦୨୨ (T20 World Cup 2022) ମ୍ୟାଚ୍‌ରେ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ୪ ଓ୍ୱିକେଟରେ ହରାଇ ଟିମ୍‌ ଇଣ୍ଡିଆ ଏହାର ବିଜୟ ଅଭିଯାନ ଆରମ୍ଭ କରିଛି। ମେଲବର୍ଣ୍ଣରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା କ୍ରିକେଟପ୍ରେମୀଙ୍କଠୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଇମୋସନାଲ୍‌ ହୋଇଯାଇଥିଲେ। ଟିମ୍‌ ଇଣ୍ଡିଆର ବିଜୟ ପରେ ଖାଲି ଖେଳାଳି ନୁହନ୍ତି ଫ୍ୟାନ୍ସଙ୍କ ଆଖିରେ ମଧ୍ୟ ଖୁସିର ଲୁହ ଦେଖିବାକୁ ମିଳିଥିଲା। କିଙ୍ଗ୍ କୋହଲି ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ସହ ଗତ ବିଶ୍ୱକପ୍‌ର ପ୍ରତିଶୋଧ ନେଇଛନ୍ତି। 

Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ BCCIର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି(Sourav Ganguly) ବିଶ୍ୱକପ୍‌ର ସେମିଫାଇନାଲ୍‌କୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେମିଫାଇନାଲ୍‌ରେ ପହଞ୍ଚିବାକୁ ଥିବା ୪ଟି ଟିମ୍‌କୁ ନେଇ ସେ ଏହି ଭବିଷ୍ୟବାଣୀ କରିଛନ୍ତି। ବର୍ତ୍ତମାନକୁ ଗୁରୁତ୍ୱ ଦେବା ସହ ଅତୀତରେ କ’ଣ ଘଟିଛି ସେସମ୍ପର୍କରେ ନଭାବିବାକୁ ସୌରଭ ଗାଙ୍ଗୁଲି କହିଛନ୍ତି।

ଜାତୀୟ ଗଣମାଧ୍ୟମ ସଂସ୍ଥା India Today ସହ ଆଲୋଚନା ବେଳେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ‘ପୂର୍ବରୁ କ’ଣ ଘଟିଛି ସେସମ୍ପର୍କରେ ଆମେ ଭାବିବା ଉଚିତ୍‌ ନୁହେଁ। ଟୁର୍ଣ୍ଣାମେଣ୍ଟ୍‌ ଜିତିବା ଦାବିଦାର୍‌ଙ୍କ ମଧ୍ୟରୁ ଭାରତ ଅନ୍ୟତମ। ପୂର୍ବରୁ ଏହା କହିବା କଷ୍ଟକର ଥିଲା, ହେଲେ ଏବେ ଆମ ଟିମ୍‌ ବହୁତ ଷ୍ଟ୍ରଙ୍ଗ୍‌। ଟିମ୍‌ରେ ଭହୁତ ଭଲ ଭଲ ଖେଳାଳି ଅଛନ୍ତି। ତେବେ ଟି-୨୦ କ୍ରିକେଟ୍‌ରେ ଫର୍ମରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’ 

Advertisment

ସେ ଆହୁରି କହିଛନ୍ତି ଯେ, ‘ମୋ ହିସାବରେ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସେମିଫାଇନାଲ୍‌ରେ ପହଞ୍ଚି ପାରନ୍ତି। ଦକ୍ଷିଣ ଆଫ୍ରିକା ପାଖରେ ଭଲ ବୋଲର୍‌ ଅଛନ୍ତି। ଯାହା ସେମାନଙ୍କୁ ସେମିଫାଇନାଲ୍‌ରେ ପହଞ୍ଚାଇବାରେ ସହାୟକ ହେବ। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଗତବର୍ଷ ଫାଇନାଲ୍‌ରେ ପହଞ୍ଚିଥିବା ନ୍ୟୁଜିଲ୍ୟାଣ୍ଡ୍‌ ଟିମ୍‌କୁ ସୌରଭ ଗାଙ୍ଗୁଲି ଏହି ଲିଷ୍ଟରେ ସାମିଲ କରି ନାହାନ୍ତି। ତେବେ ନ୍ୟୁଜିଲ୍ୟାଣ୍ଡ୍‌ ପ୍ରଥମ ମୁକାବିଲାରେ କଙ୍ଗାରୁ ଟିମ୍‌କୁ ୮୯ ରନ୍‌ରେ ହରାଇଛନ୍ତି।

ଗତକାଲିର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ଥିଲା। ଶେଷ ମୁହୂର୍ତ୍ତ ଯାଏ ମ୍ୟାଚ୍‌କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ମଧ୍ୟରେ ପାର୍ଟନରସିପ୍‌ରେ ୧୦୦ରୁ ଅଧିକ ରନ୍‌ହୋଇଥିଲା। ଯାହାକି ଟିମ୍‌ ଇଣ୍ଡିଆ ଜିତିବା ପଛର ଅନ୍ୟ ଏକ ପ୍ରମୁଖ କାରଣ। ବିରାଟ ନଟ୍ ଆଉଟ୍ ହୋଇ ୮୨ ରନ୍ କରିଥିବା ବେଳେ ହାର୍ଦ୍ଦିକ ୪୦ ରନ୍ କରିଥିଲେ। ବିଜୟ ପରେ ପ୍ୟାନ୍ସ, ଦେଶବାସୀଙ୍କ ବ୍ୟତୀତ ଭାରତୀୟ କ୍ରିକେଟରଙ୍କ ଆଖିରେ ମଧ୍ୟ ଖୁସିର ଲୁହ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ସମସ୍ତେ ଇମୋସନାଲ୍‌(ଭାବପ୍ରବଣ) ହୋଇଯାଇଥିଲେ। ଖାଲି ବିରାଟ ନୁହନ୍ତି ହାର୍ଦ୍ଦିକ ମଧ୍ୟ ଇମୋସନାଲ୍‌ ହୋଇଯାଇଥିଲେ ଓ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା

Advertisment
ICC T20 World Cup 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ