Advertisment

ଭାରତର ବିଜୟ ପରେ ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି ପାକିସ୍ତାନୀ ଫ୍ୟାନ୍ସ

ଭାରତର ବିଜୟ ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ସେମାନେ ଫିଲ୍‌ଡ୍‌ରେ ଥିବା ଅମ୍ପାୟର୍ସଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
ICC T20 World Cup 2022

Pakistan And Bangladesh Fans Accuse Umpires Favouring India

Advertisment

ଟି-୨୦ ବିଶ୍ୱକପ୍‌‌(T20 World Cup 2022)ରେ ବାଂଲାଦେଶକୁ ୫ ରନ୍‌ରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ଗତକାଲି ଏଡିଲେଡ୍‌ ଓଭାଲ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନ୍‌ର ଟାର୍ଗେଟ୍‌ ଦିଆଯାଇଥିଲା। ହେଲେ ବାଂଲାଦେଶ ଟିମ୍‌ ୬ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ଫଳରେ ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ବିଜୟ ହାସଲ କରି ସେମିଫାଇନାଲ୍‌ରେ ପହଞ୍ଚିବାର ରାସ୍ତାକୁ ଏକ ପ୍ରକାର ପକ୍କା କରିଛି। ସେପଟେ ସେମିଫାଇନାଲ୍‌ରେ ପହଞ୍ଚିବା ପାଇଁ ବାଂଲାଦେଶ ଓ ପାକିସ୍ତାନର ମୁସ୍କିଲ ବଢ଼ି ଯାଇଛି।

Advertisment

ଅଧିକ ପଢ଼ନ୍ତୁ: ‘କୋହଲିଙ୍କ ରୁମ୍ ଭିତରକୁ ପଶିବା ଓ ଭିଡିଓ କରିବା ଠିକ୍ ହୋଇନି’

ଭାରତର ବିଜୟ ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ସେମାନେ ଫିଲ୍‌ଡ୍‌ରେ ଥିବା ଅମ୍ପାୟର୍ସଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଟିମ୍‌ ଇଣ୍ଡିଆ ଓ BCCIର ଚାପରେ ପଡ଼ି ଅମ୍ପାୟର୍ସ ଓଦା ପଡ଼ିଆରେ ପୁଣିଥରେ ମ୍ୟାଚ୍‌ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି, ବାଂଲାଦେଶର ଲିଟନ୍‌ ଦାସ ୭ ଓଭରରେ ଧୂଆଁଦାର ବ୍ୟାଟିଂ କରି ୬୬ ରନ୍‌ କରିଥିଲେ। ତାଙ୍କର ୱିକେଟ୍‌ ନେବା ଟିମ୍‌ ଇଣ୍ଡିଆ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ହେଲେ ବର୍ଷା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ବର୍ଷା ଯୋଗୁ କିଛି ସମୟ ପାଇଁ ମ୍ୟାଚ୍‌ ବନ୍ଦ ହୋଇଥିଲା ଓ ଏହାପରେ ପୁଣିଥରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଯେତେବେଳେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ ବର୍ଷା ପରେ ପୁଣିଥରେ ଖେଳିବା ପାଇଁ ମୈଦାନକୁ ଓହ୍ଲାଇ ଥିଲେ ଏହାପରେ ସେମାନଙ୍କ ଭିତରେ ମୋମେଣ୍ଟମ୍‌ ଭାଙ୍ଗି ଯାଇଥିଲା।

Advertisment



— Usama 🇵🇰 (@usama_022) November 2, 2022


— Abdullah (@HolaItsAbdullah) November 2, 2022

ସେପଟେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭାରତର ବିଜୟକୁ ନେଇ ପାକିସ୍ତାନୀ ଫ୍ୟାନ୍ସ ମଧ୍ୟ ରାଗରେ ଗରଗର ହେଉଛନ୍ତି। ସୋସିଆଲ୍‌ ମିଡିଆରେ ଏସମ୍ପର୍କିତ ବିଭିନ୍ନ ପୋଷ୍ଟରୁ ଏହା ଜଣାପଡ଼ିଛି। କାରଣ ଭାରତର ବିଜୟ ପରେ ପାକିସ୍ତାନର ମୁସ୍କିଲ୍‌ ବଢ଼ି ଯାଇଛି। କାରଣ ଟିମ୍‌ ଇଣ୍ଡିଆ ପଏଣ୍ଟ ଟେବଲ୍‌ରେ ଆଗରେ ରହିଛି। ଯଦି ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଜିତେ ତା’ହେଲେ ପାକିସ୍ତାନର ପଏଣ୍ଟ ୬ ରହିବ। ଏଭଳି ସ୍ଥିତିରେ ପାକିସ୍ତାନ ପ୍ୟାନ୍ସ ଚାହୁଁଛନ୍ତି ଯେ, ଜିମ୍ବାୱେ ବାଂଲାଦେଶକୁ ଓ ନେଦରଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିବ। ଏପରି ହେଲେ ଦକ୍ଷିଣ ଆଫ୍ରିକାର ପଏଣ୍ଟ ପଛରେ ପଡ଼ିବ।  

Cricket T20 World Cup ICC T20 World Cup 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ